ଅଜବ ଚିନ୍ତା : କୁକୁରର ସୂନା ପ୍ରତିମୂର୍ତ୍ତି ରାସ୍ତାରେ ଲଗାଇଲେ ରାଷ୍ଟ୍ରପତି

ତୁର୍କମେନିସ୍ତାନ : ସାଧାରଣତଃ ଲୋକଙ୍କ ସ୍ମୃତିରେ ପ୍ରତିମୂର୍ତ୍ତି ଲଗାଯାଇଥାଏ । ସେମାନଙ୍କୁ ମନେ ରଖିବା ପାଇଁ ଆମେ ତାଙ୍କର ପ୍ରତିମୂର୍ତ୍ତି ବିଭିନ୍ନ ସ୍ଥାନରେ ଲଗାଇଥାଉ । ହେଲେ ଏମିତି ଦେଶ ଯେଉଁଠ ରାସ୍ତାରେ କୁକୁରର ପ୍ରତିମୂର୍ତ୍ତି ଲଗାଯାଇଥାଏ । ଏହି ଦେଶର ନାମ ହେଉଛି ତୁର୍କମେନିସ୍ତାନ ।

ସେଠାକାର ରାଷ୍ଟ୍ରପତି ଗୁର୍ବାଙ୍ଗୁଲେ ବରଡିମୁହାମେଡୋ ନିଜ ପସନ୍ଦର କୁକୁର ପ୍ରତିମୂର୍ତ୍ତି ତିଆରି କରି ତୁର୍କମେନିସ୍ତାନର ରାଜଧାନୀର ନୂଆ ଅଞ୍ଚଳରେ ଲଗାଇ ଦେଇଛନ୍ତି । ୨୦୦୭ରେ ରାଷ୍ଟ୍ରପତି ଆସନରେ ବସିଥିବା ଗୁର୍ବାଙ୍ଗୁଲେ ବୁଧବାର ଅଲବି ପ୍ରଜାତିର ଏହି କୁକୁର ପ୍ରତିମୂର୍ତ୍ତିକୁ ଉଦ୍ଘାଟନ କରିଛନ୍ତି । ଏହି ମୂର୍ତ୍ତି କଂସାରେ ତିଆରି ହୋଇଛି ।

ପ୍ରାୟ ୫୦ ଫୁଟ ଉଚ୍ଚତାର ଏହି କୁକୁର ପ୍ରତିମୂର୍ତ୍ତିରେ ୨୪ କ୍ୟାରେଟ ସୁନାର ଆବରଣ ଲଗାଯାଇଛି । ଯେଉଁ ଅଞ୍ଚଳରେ ତୁର୍କମେନିସ୍ତାନ ଅଧିକାରୀମାନେ ରହିବାକୁ ନୂଆ ଘର ତିଆରି କରାଯାଇଛି ସେହିଠାରେ ଏହି କୁକୁର ପ୍ରତିମୂର୍ତ୍ତି ଲଗାଯାଇଛି । ତେବେ ସାରା ବିଶ୍ୱରେ ଏହି ଅଲବି ପ୍ରଜାତିର କୁକୁରକୁ ବେଶ ପସନ୍ଦ କରିଥାଆନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.