ସୋସିଆଲ ମିଡିଆ ପ୍ରେମରେ ଧୋକା ଖାଇବା ପରେ ପ୍ରେମିକଙ୍କ ଘର ଆଗରେ ଧାରଣାରେ ବସିଲେ ଏହି ଅଭିନେତ୍ରୀ

ସୋସିଆଲ ମିଡ଼ିଆ ଫେସବୁକରେ ପ୍ରଥମେ ପ୍ରେମ ପରେ ଧୋକା ଖାଇବାର ଅଭିଯୋଗ ଆଣିଛନ୍ତି ମୁମ୍ବାଇ ସ୍ଥିତ ଜଣେ ଟେଲି ଅଭିନେତ୍ରୀ । ଏପରି ଏକ ଆରୋପ ଆଣିଛନ୍ତି ମୁମ୍ବାଇ ନିବାସୀ ଜଣେ ଅଭିନେତ୍ରୀ ବିହାରର ମୁଙ୍ଗେର ଅଂଚଳର ମୂଳ ନିବାସୀ ଏକ ଯୁବକଙ୍କ ଉପରେ ହିଁ ଆଣିଛନ୍ତି । ଅଭିଯୋଗ ଅନୁଯାୟୀ ଯୁବକ ଜଣକ ଫେସବୁକ ଜରିଆରେ ତାଙ୍କ ସହ ପ୍ରେମସମ୍ପର୍କ ରଖିବା ପରେ ବିବାହ ପ୍ରତିଶୃତି  ଦେଇ ତାଙ୍କ ସହ ଦୀର୍ଘ ୫ ବର୍ଷ ଧରି ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ । ପୀଡିତାଙ୍କ ବୟାନ ରେକର୍ଡ ପରେ ପୋଲିସ ମାମଲା ଦର୍ଜ କରି ନିଜ ଛାନବିନ ଆରମ୍ଭ କରି ଦେଇଛି । ପ୍ରେମିକ ଠାରୁ ଧୋକା ମିଳିବା ପରେ ଟିଭି କଳାକାର ଅରୁଣା ଦେବୀ ପାଣ୍ଡେୟ ପ୍ରେମିକଙ୍କୁ ଖୋଜି ଖୋଜି ବିହାର ସ୍ଥିତ କଟିହାର ଠାରେ ପହଂଚିଥିଲେ । ଧୋକା ଖାଇବା ପରେ ବିଚଳିତ ହୋଇ ଅଭିନେତ୍ରୀ ଜଣକ ତାରାପୁର ବଜାରରେ ପ୍ରେମିକଙ୍କ ବିରୋଧରେ ପୋଷ୍ଟର ମଧ୍ୟ ଲଗେଇଥିବା ନଜର ଆସିଥିଲେ । ସେଠାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଧାରଣା ଦେବା ପରେ ରାହୁଲଙ୍କ ଘର ଲୋକ ବାହାରକୁ ଆସିଥିଲେ ।

love dhoka

ଆଉ ତାଙ୍କ ନିକଟରେ ଦାବି କରିଥିଲେ ଯଦି ସେ ନିଜର ସମସ୍ତ ସମ୍ପତ୍ତି ସେମାନଙ୍କ ନାଁରେ କରିଦେବେ ତେବେ ସବୁଦିନ ପାଇଁ ରାହୁଲ ତାଙ୍କର ହୋଇଯିବେ । ଫେସବୁକ ପ୍ରେମରେ ଫସିଥିବା ପ୍ରେମିକା ଜଣକ ପୂର୍ବରୁ ହିଁ ବିବାହିତ ଥିବା ଜଣାଯାଇଛି । ସୂଚନା ମୁତାବକ ସେ କିଛି ବର୍ଷ ହେବ ନିଜ ପୂର୍ବ ପତିଙ୍କ ସହ ମୁମ୍ବାଇରେ ହିଁ ରହି ଆସୁଥିଲେ । ଅରୁଣା ଦେବୀ ଓ ରାହୁଲ ଏକାଠି ରହିବାର ଶପଥ ନେଇଥିଲେ । ଗତ ନଭେମ୍ବର ମାସରେ ଏଦୁହେଁ ଲୋନାବୋଲାରେ ବି କିଛି ଦିନ ମଧ୍ୟ ଅତିବାହିତ କରିଥିଲେ । ଲୋନାବୋଲାରେ ହିଁ ରାହୁଲ ଅରୁଣା ରାହୁଲଙ୍କ ଠାରୁ ୫ ଲକ୍ଷ ଟଙ୍କା ଦାବି କରିଥିଲେ ଦାବି ଅନୁଯାୟୀ ଅରୁଣ ଡିସେମ୍ବର ୧୧ ତାରିଖରେ କଟିହାର ଠାରେ ପହଂଚି ରାହୁଲଙ୍କୁ ସାଢେ ପାଞ୍ଚ ଲକ୍ଷ ଟଙ୍କାର ସୁନାଗହଣା ଦେବା ସହ ୮୦ ହଜାର ଟଙ୍କାର ନଗଦ ଟଙ୍କା ମଧ୍ୟ ଦେଇଥିଲେ । କିନ୍ତୁ ଦୀର୍ଘ ୧୯ ଦିନ ଅପେକ୍ଷା କରିବା ପରେ ମଧ୍ୟ ରାହୁଲର କୌଣସି ପତ୍ତା ମିଳିନଥିଲା । ସୂଚନା ଦେବା ଯୋଗ୍ୟ କି ଅରୁଣା ଟିଭି ସିରିଏଲ ‘ନିମକୀ ମୁଖିଆ’ରେ ଅଭିନୟ କରିଛନ୍ତି ।

Leave A Reply

Your email address will not be published.