କାମାକ୍ଷାନଗର: ଅସମ୍ପୂର୍ଣ୍ଣ ଘରକୁ ସମ୍ପୂର୍ଣ୍ଣ କରିବା ପାଇଁ ଧାରଣାରେ ବସିଲେ ନିଜେ ବିଡିଓ

କାମାକ୍ଷାନଗର(କେନ୍ଯୁଜ୍): ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କାଘର ଯୋଜନାରେ ଘର ପାଇଥିବା ହିତାଧିକାରୀ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକର ଅଧିକାଂଶ ଗ୍ରାମରେ ଘର ନିର୍ମାଣ କରୁନାହାନ୍ତି। ଏହାକୁ ନେଇ ପରଜଙ୍ଗ ବିଡିଓ ବସନ୍ତ କୁମାର ମଲ୍ଳିକ ନିଜ ସହକର୍ମୀ ମାନଙ୍କ ସହ ନିର୍ମାଣ ହେଉଥିବା ଘର ସାମ୍ନାରେ ଧାରଣାରେ ବସିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ପରଜଙ୍ଗ ବ୍ଲକ ଅନ୍ତର୍ଗତ ଜୟପୁରାକାଟେଣୀ ଗ୍ରାମପଞ୍ଚାୟତର ଶୁଣ୍ଡି କାଟେଣୀ ଗାଁ ରେ। ହିତାଧିକାରୀମାନଙ୍କୁ ଘର ଦିଆଯାଇଥିବା ବେଳେ ୪ଟି ଘର ନିର୍ମାଣ ହୋଇନାହିଁ। ତେବେ ଆଜି ଗ୍ରାମରେ ବ୍ଲକ ପ୍ରଶାସନ ଧାରଣାରେ ବସି ହିତାଧିକାରୀଙ୍କୁ ତୁରନ୍ତ ନିର୍ମାଣ କାର୍ଯ୍ଯ ଆରମ୍ଭ କରିବାପାଇଁ ବୁଝାଇଥିଲେ। ପ୍ରତୀକ ଧାରଣାରେ ବିଡିଓଙ୍କ ସମେତ ବ୍ଲକ ଅଧକ୍ଷ ପ୍ରଗତି ସହାୟକ, ଜେଇ ଓ ସମସ୍ତ ଜି.ଆର.ଏସ ଏବଂ ପି.ଇ.ଓ ବସିଥିଲେ।

Leave A Reply

Your email address will not be published.