ସିଦ୍ଧୁ ମୁସେଓ୍ଵାଲାଙ୍କୁ ହତ୍ୟା କରିବା ପୂର୍ବରୁ ପିଛା କରୁଥିଲା ଦୁଇଟି କାର, ମିଳିଲା ସିସିଟିଭି ଫୁଟେଜ

ଲୋକପ୍ରିୟ ପଞ୍ଜାବୀ ଗାୟକ ଶୁଭଦୀପ ସିଂ ସିଦ୍ଧୁଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ। ହତ୍ୟାକାଣ୍ଡ ଘଟିବାର କିଛି ସମୟ ପୂର୍ବରୁ ସିସି ଟିଭି ଫୁଟେଜ ସାମ୍ନାକୁ ଆସିଛି। ମୁସେଓ୍ଵାଲାଙ୍କ ଗାଡିକୁ ଅନ୍ୟ ଗାଡି ପିଛା କରୁଥିବା ସିସି ଟିଭି ଫୁଟେଜରୁ ଦେଖିବାକୁ ମିଳିଛି। କିନ୍ତୁ ପୋଲିସ ଏହି ଭିଡିଓରେ ଏପର୍ଯ୍ୟନ୍ତ ସ୍ପଷ୍ଟୋକ୍ତି କରିନାହିଁ।

ସିସି ଟିଭି ଫୁଟେଜରେ କଂଗ୍ରେସ ନେତାଙ୍କ କଳା ଏସୟୁଭି ସହିତ ଅନ୍ୟ ଗାଡି ମଧ୍ୟ ଯାଉଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ଆକ୍ରମଣର କିଛି ସମୟ ପୂର୍ବରୁ ବୋଲି କୁହାଯାଉଛି। ଭିଡିଓରେ ଦେଖିବାକୁ ମିଳିଛି, ଘଟଣାର କିଛି ସମୟ ପୂର୍ବରୁ କଳା ଏସୟୁଭି ପଛରେ ଏକ ଧଳା ରଙ୍ଗର ବୋଲେରୋ ଯାଉଥିବା ଦେଖିବାକୁ ମିଳିଛି।

ପଞ୍ଜାବ ପୋଲିସ ବ୍ୟତୀତ ହରିୟାନା ଏବଂ ଅନ୍ୟ ରାଜ୍ୟରେ ପୋଲିସକୁ ଆଲର୍ଟ କରାଯାଇଛି। ପୋଲିସ ଟିମ୍‌ ଦୁଇଟି ଗାଡିର ସନ୍ଧାନ କରୁଛି। ସୀମାବର୍ତ୍ତୀ ଅଞ୍ଚଳରେ ଗାଡିଗୁଡିକର ଯାଞ୍ଚ ଦ୍ରୁତ କରିଦେଇଛନ୍ତି। ରିପୋର୍ଟ ମୁତାବକ, ହଥିୟାରବନ୍ଦ ଆରୋପୀ ହରିୟାଣାରେ ରେଜଷ୍ଟ୍ରେର୍ଡ ନମ୍ବରର ଅଲ୍ଟୋ କାର ଫେରାର ହୋଇଯାଇଥିଲେ। ତାହାର ଅନ୍ୟ ସିସିଟିଭି ଫୁଟେଜକୁ ଯାଞ୍ଚ କରାଯାଉଛି। ଏହା ବ୍ୟତୀତ, ପଞ୍ଜାବର ପୋଲିସ ମହାନିର୍ଦ୍ଦେଶକ ଘଟଣାର ତଦନ୍ତ କରାଯାଇ ଖୁବଶୀଘ୍ର ଦୋଷୀକୁ ଗିରଫ କରାଯିବ।

ପଞ୍ଜାବର ମାନ୍‌ସାରେ ତାଙ୍କୁ ହତ୍ୟା କରାଯାଇଛି। ସିଦ୍ଧୁ ମୁସେୱାଲା ତାଙ୍କ ଦୁଇ ସହଯୋଗୀଙ୍କ ସହ ଗାଡ଼ିରେ ଯାଉଥିବା ସମୟରେ ତାଙ୍କ ଉପରକୁ ଗୁଳିମାଡ ହୋଇଥିଲେ । ଏଥିରେ ସିଦ୍ଧୁଙ୍କ ସହ ଆଉ ଦୁଇ ଜଣ ଆହତ ହୋଇଥିଲେ। ସେମାନଙ୍କୁ ହସ୍ପିଟାଲ ନିଆଯାଇଥିଲା। ସେଠାରେ ସିଦ୍ଧୁ ମୁସେୱାଲାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ହତ୍ୟାକାଣ୍ଡରେ କାନାଡ଼ା ସ୍ଥିତ ଗ୍ୟାଙ୍ଗଷ୍ଟାର୍‌ଙ୍କ ସମ୍ପୃକ୍ତି ଥିବା ସନ୍ଦହ କରାଯାଉଛି । ଗାୟକ ଶୁଭଦୀପ ସିଂହ ସିଦ୍ଧୁ ପଞ୍ଜାବରେ ସିଦ୍ଧୁ ମୁସେୱାଲା ନାଁରେ ବେଶ ଲୋକପ୍ରିୟ ଥିଲେ।

ଗତବର୍ଷ ଡିସେମ୍ବର ମାସରେ କଂଗ୍ରେସର ଯୋଗ ଦେଇଥିଲେ। ମାନ୍‌ସା ଆସନରୁ ଲଢି ହାରିଥିଲେ। ତାଙ୍କ ନିଧନରେ ଶୋକ ପ୍ରକାଶ କରିଛନ୍ତି ରାହୁଲ ଗାନ୍ଧୀ। … ରାଜ୍ୟରେ ଭିଆଇପି ସଂସ୍କୃତିକୁ ହଟାଇବା ଉଦ୍ଦେଶ୍ୟରେ ୪୨୪ ଜଣଙ୍କୁ ଦିଆଯାଉଥିବା ସୁରକ୍ଷା ହଟାଇ ଦେଇଥିଲେ ପଞ୍ଜାବର ଆପ୍‌ ସରକାର। ଯେଉଁମାନଙ୍କ ସୁରକ୍ଷା କବଚ ହଟାଯାଇଥିଲେ ସେଥିରୁ ଜଣେ ଥିଲେ ସିଦ୍ଧୁ ମୁସେୱାଲା। ସୁରକ୍ଷା କବଚ ହଟିବାର ଦିନକ ପରେ ତାଙ୍କୁ ହତ୍ୟା କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.