ମାନିବାକୁ ପଡିବ ଏଡିଟିଙ୍ଗ, ଫଟୋ ଦେଖନ୍ତୁ ତ ଜାଣି ପାରୁଛନ୍ତି ପାର୍ଥକ୍ୟ….

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କର ବୃକ୍ଷ ଲତା ପ୍ରତି ଭିନ୍ନ ଏକ ଆକର୍ଷଣ କାହାକୁ ଅଛପା ନୁହେଁ । ଏମିତିକି ଚଳିତ ବର୍ଷର ଗତ ଜୁନ ୫ ତାରିଖ ବିଶ୍ୱ ପରିବେଶ ଦିବସ ଅବସରରେ ସେ ବୃକ୍ଷରୋପଣ କରୁଥିବାର ନଜର ଆସିଥିଲେ । ସୋମବାର ପୁଣି ଥରେ କେଜ୍ରିୱାଲଙ୍କୁ ଏପରି ଅବତାରରେ ଦେଖିବାକୁ ମିଳିଛି । କେଜ୍ରିୱାଲ ଏକ ଇଣ୍ଡୋର ପ୍ଲାଣ୍ଟ ଲଗାଇ ତାହାର ରକ୍ଷଣାବେକ୍ଷଣ କରୁଥିବା ନେଇ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଜଣେ ଭିଜୁଆଲ ଏଡିଟର ହିଁ କେଜ୍ରିୱାଲଙ୍କ ଫଟୋଟିକୁ ଏଡିଟ କରି ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ସେୟାର କରିଛନ୍ତି । ଫଟୋସପ ଏକ୍ସପର୍ଟ ତଥା ଟ୍ୱିଟର ୟୁଜର କୃଷ୍ଣଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଦୁଇ ସମାନ ଛବିରେ, ଅରବିନ୍ଦ କେଜ୍ରିୱାଲ ଗଛରେ ପାଣି ଦେଉଥିବାର ନଜର ଆସିଛନ୍ତି । ଯେବେକି ଦୁଇ ଛବିରେ ଅନେକ ସମାନତା ଥିବା ସହ ସମ୍ପୂର୍ଣ୍ଣ ରୂପେ ଏକା ପରି ହିଁ ଦେଖାଯାଉଛି । ସାଧାରଣରେ ଏହା ମଧ୍ୟରେ ଥିବା ଅନ୍ତର ନଜର ଆସୁନଥିବା ବେଳେ ଜଣେ ଧ୍ୟାନର ସହ ଦେଖିଲେ ହିଁ ଏହା ମଧ୍ୟର ସାମାନ୍ୟ ଅନ୍ତରକୁ ଜାଣି ପାରିବେ ।

ଏହି ଦୁଇ ଫଟୋକୁ ଏଡିଟ କରି ପୋଷ୍ଟ କରିବା ସହ କୃଷ୍ଣ କ୍ୟାପ୍ସନରେ ଲେଖିଛନ୍ତି “ଫିକ୍ସଡ” । କୃଷ୍ଣ ପୋଷ୍ଟ କରିବା ପରେ ହିଁ ଏହି ଫଟୋ ଟି ସୋସିଆଲ ମିଡିଆରେ ଖୁବ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । କୃଷ୍ଣଙ୍କ ଜଣେ ସମ୍ପର୍କୀୟଙ୍କ ଅନୁଯାୟୀ, ଏହି ଏଡିଟିଙ୍ଗଟି ଖୋଦ ମୁଖ୍ୟମନ୍ତ୍ରୀଙ୍କୁ ଲକ୍ଷ କରି ହିଁ କରାଯାଇଛି । ମୂଳ ଫଟୋରେ କେଜ୍ରିୱାଲ ଘରେ ଲଗାଯାଇଥିବା ଛୋଟ ଛୋଟ ଗଛକୁ ପାଣି ଦେଉଥିବାର ନଜର ଆସିଥିବା ବେଳେ । କିନ୍ତୁ ପ୍ରକୃତରେ କେଜ୍ରିୱାଲ ପାତ୍ରରେ ପାଣି ଦେବା ପରିବର୍ତ୍ତେ ପାତ୍ରର ତଳେ ପାଣି ଭରୁଥିଲେ । ଫଟୋଟି ପୋଷ୍ଟ ହେବାର କିଛି ସମୟ ଭିତରେ ହିଁ ଏହାକୁ ୫୦୦୦ରୁ ଅଧିକ ଲାଇକ ମିଳିଥିବା ବେଳେ ଲୋକେ ଏହାକୁ ଖୁବ ପସନ୍ଦ କରିଥିବାର ଜଣାଯାଇଛି । କିନ୍ତୁ କିଛି ଜଣ ଏହି ଦୁଇଟି ମଧ୍ୟରେ ଅନ୍ତର ବୁଝି ପାରିନାହାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.