Below header

ମଣିପୁରରେ ପୁଣି ହିଂସା: ବିଲରେ କାମ କରୁଥିବା କୃଷକମାନଙ୍କ ଉପରକୁ ଗୁଳିକାଣ୍ଡରେ ୨ ମୃତ, ୪ ଗିରଫ

ମଣିପୁରର ବିଷ୍ଣୁପୁର ଜିଲ୍ଲା ଅନ୍ତର୍ଗତ ନରଣସୈନାରେ ଗୁଳିକାଣ୍ଡରେ ୨ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ୭ଜଣ ଆହତ ହୋଇଛନ୍ତି । ନରଣସୈନା ଗାଁର କିଛି ଚାଷୀ ଜମିରେ କାମ କରୁଥିବା ବେଳେ ହଠାତ୍ ୭ ଜଣ ବନ୍ଧୁକ ଧାରୀ ତାଙ୍କ ଉପରେ ଗୁଳି ଚଳାଇଥିଲେ ।

ମଣିପୁରର ବିଷ୍ଣୁପୁର ଜିଲ୍ଲା ଅନ୍ତର୍ଗତ ନରଣସୈନାରେ ଗୁଳିକାଣ୍ଡରେ ୨ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ୭ଜଣ ଆହତ ହୋଇଛନ୍ତି । ଗଣମାଧ୍ୟମ ରିପୋର୍ଟରେ ମଧ୍ୟ ଉଲ୍ଲେଖ ଅଛି, ବିଷ୍ଣୁପୁର-ଚୁରାଚାନ୍ଦପୁର ସୀମାନ୍ତ ଅଞ୍ଚଳ ସଂଲଗ୍ନ ନରଣସୈନାରେ ବିଲରେ କାମ କରୁଥିବା କିଛି କୃଷକମାନଙ୍କ ଉପରକୁ କେତେକ ଅଜ୍ଞାତ ଆକ୍ରମଣକାରୀ ଗୁଳି ଚଳାଇଥିଲେ। ଏହି ଗୁଳିକାଣ୍ଡରେ ଗାଁର ୨ ଜଣଙ୍କର ଜୀବନ ଚାଲିଯାଇଛି ।

ଘଟଣାଟି ସକାଳ ୬.୩୦ରେ ଘଟିଥିଲା । ନରଣସୈନା ଗାଁର କିଛି ଚାଷୀ ଜମିରେ କାମ କରୁଥିବା ବେଳେ ହଠାତ୍ ୭ ଜଣ ବନ୍ଧୁକ ଧାରୀ ତାଙ୍କ ଉପରେ ଗୁଳି ଚଳାଇଥିଲେ । ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିଲା । ୨ ମୃତକ ହେଲେ ଲାଇବୁଜମ ଇନାଓ ଓ ଜଙ୍ଗମିନଲେନ୍ ଗାଙ୍ଗଟେ । ଜିଲ୍ଲାରେ ନିୟୋଜିତ ଥିବା ଜିଲ୍ଲା ପୋଲିସ, ଆସାମ ରାଇଫଲ୍ସ, ସେନା ଏବଂ କେନ୍ଦ୍ରୀୟବଳ ଘଟଣାକୁ କଣ୍ଟ୍ରୋଲ କରିଥିଲା ।ଏହି ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି ।

ସୂଚନାଯୋଗ୍ୟ, ମେ ମାସରୁ ଆରମ୍ଭ ହୋଇଥିବା ମଣିପୁର ହିଂସାକାଣ୍ଡରେ ସମୁଦାୟ ୧୪୦ରୁ ଅଧିକ ବ୍ୟକ୍ତଙ୍କର ମୃତ୍ୟୁ ଘଟିଲାଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.