ଜମ୍ମୁ କଶ୍ମୀର ବାରମୂଳାରେ ଏନକାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କୀ ନିହତ

ବାରମୂଳାର କ୍ରୀରୀ ଗାଁ ସୁରକ୍ଷାବଳ ଏବଂ ଆତଙ୍କବାଦୀ ଗୁଳି ବିନିମୟ । ଦୁଇ ଆତଙ୍କୀ ନିହଦ । ଘଟଣାସ୍ଥଳରୁ ଏକେ ୪୭, ପିସ୍ତଲ ଏବଂ ଗୋଳାବାରୁଦ ଜବତ ।

ଜମ୍ମୁ ଓ କଶ୍ମୀରର ବାରମୂଳା ଜିଲ୍ଲାରେ ସୁରକ୍ଷାବଳ ଓ ଆତଙ୍କବାଦୀମାନଙ୍କ ମଧ୍ୟରେ ଗୁଳି ବିନିମୟ ଘଟିବାରୁ ୨ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଘଟଣାସ୍ଥଳରୁ ଗୋଟାଏ ଏ.କେ. ୪୭ ରାଇଫଲ୍ ଓ ଗୋଟିଏ ପିସ୍ତଲ୍ ସମେତ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଉଦ୍ଧାର କରାଯାଇଛି। ଏପର୍ଯ୍ୟନ୍ତ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି । ସୁରକ୍ଷାବଳ ପକ୍ଷରୁ ଅଞ୍ଚଳକୁ ଚାରିପଟରୁ ଘେରାଯାଇଛି । ଏଠାରେ ଆତଙ୍କବାଦୀ ରହିଥିବା ଖବର ମିଳିଥିଲା ।

ଉତ୍ତର କଶ୍ମୀରର ବାରମୂଳା ଜିଲ୍ଲା ଅନ୍ତର୍ଗତ ୱାନିଗାମ୍ ପେୟିନ କ୍ରୀରି ଅଞ୍ଚଳରେ ଆତଙ୍କବାଦୀମାନଙ୍କ ରହିଥିବା ନେଇ ଗୁଇନ୍ଦା ସୂଚନା ପାଇ ସୁରକ୍ଷା ବଳ ସକାଳୁ କର୍ଡନ୍ ଆଣ୍ଡ୍ ସର୍ଚ୍ଚ ଅଭିଯାନ ଆରମ୍ଭ କରିଥିଲା । ଏହି ଘଟଣା ପରେ ପୁରା ଗାଁକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ୍‌ କରୁଛି ସୁରକ୍ଷାବାହିନୀ । ନିହତ ଆତଙ୍କୀଙ୍କ ପରିଚୟ ଜଣାପଡିନି । ସେମାନେ କେଉଁ ସଂଗଠନ ପାଇଁ କାମ କରୁଥିଲେ ଅସ୍ପଷ୍ଟ ରହିଛି । ଗତ ୨୪ ଘଣ୍ଟାରେ ଘାଟିରେ ଏହା ଦ୍ୱିତୀୟ ଏନକାଣ୍ଟର । ନିକଟରେ ଜମ୍ମୁ କଶ୍ମୀର ପୁଞ୍ଚରେ ଆତଙ୍କବାଦୀଙ୍କ

ହମଲାରେ ୫ ଯବାନ ସହିଦ ହୋଇଥିଲେ । ବର୍ତ୍ତମାନ ଘାଟିରେ ବହୁ ଆତଙ୍କୀ ସଂଗଠନ ସକ୍ରିୟ ଅଛନ୍ତି । ସେମାନଙ୍କୁ ନିପାତ କରିବା ପାଇଁ ତଲାସୀ ଅଭିଯାନ ଚଳାଇଛି ସୁରକ୍ଷା ବାହିନୀ ।

ସୂଚନାଯୋଗ୍ୟ, ବୁଧବାର ଦିନ ଜମ୍ମୁ ଓ କଶ୍ମୀର ଏବଂ ସେନା ମିଳିତ ଭାବେ ପିଚ୍ନାଡ଼ ମାଛିଲ୍ ସେକ୍ଟର୍ରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ କରିବା ବେଳେ ୨ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ ସୁରକ୍ଷାବଳ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.