ଜନ୍ମ ପରେ ଛାଡି ଯାଇଥିଲେ ମାତା-ପିତା, ଆଜି ଭୟଙ୍କର କ୍ୟାନସରକୁ ମାତ୍‌ ଦେଇ ଜିତିଗଲା ମିନୁ

କଲିକତାର ମେଡିକାଲ କଲେଜ ହସ୍ପିଟାଲରେ ଏକ ଦୁଇ ବର୍ଷିୟା ଶିଶୁ କ୍ୟାନସରକୁ ମାତ୍ ଦେଇଛି। ଏହି ଶିଶୁଟିର ନାଁ ହେଉଛି ମିନୁ। ଏହି ଛୋଟ ଶିଶୁଟି ଜନ୍ମ ହେବା ପରେ ତାର ପିତା-ମାତା ତାଙ୍କୁ ହସ୍ପିଟାଲରେ ହିଁ ଛାଡି ଚାଲିଯାଇଥିଲେ। ସେହି ଦିନ ଠାରୁ ହିଁ ହସ୍ପିଟାଲ ହେଉଛି ମିନୁର ଘର। ଡାକ୍ତର, ନର୍ସ ଏବଂ ସ୍ୱାସ୍ଥ୍ୟ ଅଧିକାରୀମାନେ ତାର ସର୍ମ୍ପକୀୟ।

ଛୋଟ ପିଲାଟି ବୋଲି କୌଣସି ବିଶ୍ୱାସ ନଥିଲେ ମଧ୍ୟ ୨ ମାସର ବୟସରେ ପେଟରୁ ଟ୍ୟୁମର ସର୍ଜରୀ କରାଯାଇଥିଲା। ଏହାପରେ ଜଣାପଡିଥିଲା ଶିଶୁଟି କ୍ୟାନସର ରୋଗରେ ପିଡୀତ। ଏହାପରେ ଡାକ୍ତରମାନେ କେମୋଥେରାପି ଦେବା ଆରମ୍ଭ କରିଥିଲେ। ଏହି ଘଟଣା ଦୁଇ ବର୍ଷ ହୋଇଯାଇଥିଲେ ବର୍ତ୍ତମାନ ମିନୁ ସମ୍ପୂର୍ଣ୍ଣ ସୁସ୍ଥ। କିନ୍ତୁ ଦୁଃଖର ବିଷୟ ବର୍ତ୍ତମାନ ମଧ୍ୟ ତା ମାତା-ପିତାଙ୍କର କୌଣସି ସୂଚନା ମିଳିନାହିଁ। ଆଜି ମଧ୍ୟ ଏହି ଛୋଟ ଶିଶୁ ମିନୁର ଘର ହେଉଛି ହସ୍ପିଟାଲ୍‌।

ଏହାସହ ପଢନ୍ତୁ: ପୂରା ଦୁନିଆକୁ ପାଗଳ କରିଦେଇଛି ୫ ବର୍ଷର ଏହି କୁନି ଝିଅ, ଜେନିଫର ଲୋପେଜ୍‌ଙ୍କ ସହ ତୁଳନା କଲେ ଲୋକେ

ରିପୋର୍ଟ ଅନୁଯାୟୀ ମିନୁର ଜନ୍ମ ୩ ଅକ୍ଟୋବର ୨୦୧୭ ମସିହାରେ ଏହି ହସ୍ପିଟାଲ୍‌ରେ ହୋଇଥିଲା। ଜନ୍ମ ସମୟରେ ତାର ଅଣ୍ଟା ପାଖରେ ଏକ ଟ୍ୟୁମର ଥିବା ଜଣାପଡ଼ିଥିଲା। ଏହାପେର ଡାକ୍ତରମାନେ ଚର୍ଚ୍ଚା କରିବା ପରେ ସର୍ଜରୀ କରିବା ପାଇଁ ନିଷ୍ପତି ନେଇଥିଲେ। ଟ୍ୟୁମର ସର୍ଜରୀ ସଫଳ ହେବା ପରେ ଡାକ୍ତରମାନଙ୍କୁ ସନ୍ଦେହ ହେବାରୁ ସେମାନେ ପିଲାଟି ବାୟୋପ୍ସି କରାଇଥିଲେ, ଯାହାପରେ ରିପୋର୍ଟ ଆସିବା ପରେ ଡାକ୍ତରମାନେ ଜାଣି ଜାଣିପାରିଥିଲେ କି ଏହି ଶିଶୁଟି କ୍ୟାନସର ରୋଗରେ ପିଡୀତ। ଏହା ଜାଣିବା ପରେ ଡାକ୍ତରମାନେ ଶିଶୁଟିର ଚିକିତ୍ସା ଆରମ୍ଭ କରିଦେଇଥିଲେ। ହସ୍ପିଟାଲରେ ଶିଶୁଟିର ଅନ୍ନପ୍ରାସନ କରାଇବା ସହ ଜନ୍ମଦିନ ମଧ୍ୟ ପାଳନ କରାଯାଇଥିଲା। ଛୋଟ ଶିଶୁ ମିନୁ ଏକ ସାକ୍ଷାତକାର ମାଧ୍ୟମରେ କହିଛନ୍ତି ତାଙ୍କୁ ହସ୍ପିଟାଲରେ ସମସ୍ତେ ଖୁବ୍ ଭଲ ପାଇବା ସହ ଦେଖାଶୁଣା ମଧ୍ୟ କରୁଛନ୍ତି।