ବାଇସେପ ଓ ଟ୍ରାଇସେପ ବନାଇବା ଚକରରେ ବଡିବିଲଡର କଲେ ଏମିତି କିଛି ଏମିତି, ଯାହାକୁ ଦେଖି ଲୋକେ କରୁଛନ୍ତି ପରିହାସ

ଆଜିକାଲିର ଯୁବାମାନେ ବାଇସେପ୍ ଏବଂ ଟ୍ରାଇସେପ୍ ବନାଇବା ପାଇଁ ଜିମରେ ଘଣ୍ଟା ଘଣ୍ଟା ଧରି ଝାଳ ବୁହାଉଛନ୍ତି ଏବଂ ପରଫେକ୍ଟ ବଡି ପାଇବା ଆଳରେ କୌଣସି ବି କାମ କରିବାକୁ ପଛାଉନାହାଁନ୍ତି। ଏଥିପାଇଁ ବହୁତ ବଡ ବଡ କ୍ଷତି ମଧ୍ୟ ସହିବାକୁ ପଡୁଛି କିନ୍ତୁ ଏହି କ୍ଷତିକୁ ଖାତିର ନ କରି ଏହାର ପାଇବା ଲାଳସାରେ ବହୁତ ବଡ ପଦକ୍ଷେପ ଉଠାଉଛନ୍ତି।

ନିକଟରେ ରୂସର ଜଣେ ୨୩ ବର୍ଷିୟ ବଡିବିଲ୍ଡର ବାଇସେପସ୍ ଏବଂ ଟ୍ରାଇସେପ୍ସକୁ ମୋଟା ଏବଂ ବଡ କରିବା ପାଇଁ ବହୁତ ଖତରନାକ ସିନ୍ଥୋଲ ଇନଜେକସନ ନେଲେ ଆଉ ତାପରେ ତାଙ୍କ ବାହୁ ଏତେ ଫୁଲି ଗଲା ଯେ ଲୋକମାନେ ତାଙ୍କୁ ଦେଖି ପରିହାସ କରୁଛନ୍ତି। ଏହି ବଡି ବିଲ୍ଡରଙ୍କୁ ପୋପି ନାମରେ ଜଣାଯାଇଥାଏ ଏବଂ ସେ ତାଙ୍କର ଅଜବ ବାଇସେପ କାରଣରୁ ଚର୍ଚ୍ଚାରେ ରହିଛନ୍ତି।

ଲୋକମାନେ ତାଙ୍କ ବାଇସେପକୁ ଦେଖି ଥଟ୍ଟା କରୁଛନ୍ତି। କାରଣ ତାଙ୍କ ବାଇସେପ ବେଲୁନ ଆକାରର ଫୁଲି ଯାଇଛି। କେବଳ ଏତିକି ନୁହେଁ ପରିହାସ ହେବାର ଆଉ ଏକ ବଡ କାରଣ ହେଉଛି ୨୪ ଇଞ୍ଚର ବାଇସେପ ଥାଇ ମଧ୍ୟ ସେ ରୂସର ଆବାକାନରେ ଏକ ଜିମ ବ୍ଲଗର ଏବଂ ଅଭିନେତା ମଙ୍ଗୋଲଙ୍କୁ ହରାଇବାରେ ବିଫଳ ହୋଇଥିଲେ। ବଡି ବିଲଡର ପୋପିଙ୍କୁ ଅଭିନେତା ମଙ୍ଗୋଲ ପ୍ରାୟ ୩ ମିନିଟରେ ତାଙ୍କୁ ମାରି ତଳେ ଗଡାଇଦେଇଥିଲେ।

ଏହାସହ ପଢନ୍ତୁ : ବ୍ୟକ୍ତି ଟ୍ରେନରୁ କିଣିଲେ Redmi ପାଓ୍ଵାର ବ୍ୟାଙ୍କ୍‌, କିନ୍ତୁ କିଛି ସମୟ ପରେ ଯାହା ଘଟିଲା ତାକୁ ଦେଖି ସହ…

ବଡିବିଲଡର ପୋପି ବାରମ୍ବାର ହାରୁଥିବା କାରଣରୁ ସେ ସିନ୍ଥୋଲ ଇନଜେକସନ ନେଇ ନିଜ ବାହୁକୁ ମୋଟା ଏବଂ ବଡ କରି ଅନ୍ୟ ପ୍ରତିଦ୍ୱନ୍ଦୀଙ୍କୁ ହରାଇବା ପାଇଁ ଚାହୁଁଥିଲେ। ଏଥିପାଇଁ ଡାକ୍ତର ତାଙ୍କୁ ସତର୍କ ମଧ୍ୟ କରାଇଥିଲେ। ସେ ଜଣାଇଥିଲେ ଯେ ଏହି ଇନଜେକସନ କାରଣରୁ ତାଙ୍କୁ କ୍ଷତିକାରକ ରୋଗ ଏବଂ ଶାରୀରିକ ସମସ୍ୟା ହୋଇପାରେ ବୋଲି ମଧ୍ୟ ଜଣାଇଥିଲେ। କେବଳ ଏତିକି ନୁହେଁ ତାନ୍ତ୍ରିକ କ୍ଷତି, ସଂକ୍ରମଣ, ଷ୍ଟ୍ରୋକ ଏବଂ ତେଲରେ ଭରା ଅଲସର କିମ୍ବା ମାଂସପେଶୀରେ ଅଲସରର କାରଣ ମଧ୍ୟ ହୋଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.