ମହାଦେବଙ୍କୁ କୁହ ଦମନ ଲୀଳା ବନ୍ଦ କରିବେ, ଭାରତୀୟଙ୍କୁ ଏମିତି କିଛି ନିବେଦନ କଲେ ୟୁକ୍ରେନ ରାଷ୍ଟ୍ରଦୂତ

ଏଇ ନିକଟରେ ହିଁ ଭାରତୀୟ ମାନେ ମହାଦେବ ଭୋଳାନାଥଙ୍କ ସବୁଠୁ ବଡ ଉତ୍ସବ “ମହାଶିବରାତ୍ରି”କୁ ଖୁବ ଆଡମ୍ବର ସହକାରେ ପାଳନ କରିଛନ୍ତି । ପୁରା ଦେଶ ଶିବଭକ୍ତିରେ ମଗ୍ନ ରହିବା ସହିତ ଆନନ୍ଦିତ ଥିବା ଦେଖାଦେଇଛି । ଗୋଟେ ପଟରେ ସିନା ଭାରତୀୟ ମାନେ ଉତ୍ସବ ପାଳନରେ ବ୍ୟସ୍ତ ଅଛନ୍ତି । କିନ୍ତୁ ଅନ୍ୟପଟରେ ରୁଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ସ୍ଥିତି ଲାଗି ରହିଛି । ଏମିତି ଅବସ୍ଥାରେ ବିଶ୍ୱର ପ୍ରାୟ ପ୍ରତ୍ୟକଟି ଲୋକ ଯୁଦ୍ଧ କେମିତି ଟଳିବ ସେନେଇ ପ୍ରାଥର୍ନା ଜାରି ରଖିଛନ୍ତି । କିନ୍ତୁ ଏଇ ସ୍ଥିତିରେ ୟୁକ୍ରେନ ରାଜଦୂତ ଦେଶର ନାଗରିକ ମାନଙ୍କୁ ଭାବୁକ କରିଦେବା ଭଳି ନିବେଦନର ଭିଡିଓ ଖୁବ ଦ୍ରୁତ ଗତିରେ ଭାଇରଲ ହେବାରେ ଲାଗିଛି । ୟୁକ୍ରେନ ରାଷ୍ଟ୍ରଦୂତ ଇଗୋର ପୋଳିଖା ଦେଶବାସୀଙ୍କ ନିକଟରେ ଅପିଲ କରି କହିଛନ୍ତିକି, ଯୁଦ୍ଧ ସ୍ଥିତି କେମିତି ଶୀଘ୍ର ଟଳିବ, ଏମିତି ଏକ ଭୟଙ୍କର ସ୍ଥିତିରୁ କେମିତି ବିଶ୍ୱବାସୀ ମୁକ୍ତି ପାଇବେ ସେନେଇ ଭଗବାନ ଶିବଙ୍କ ନିକଟରେ ସମସ୍ତେ ଟିକେ ନିବେଦନ କରନ୍ତୁ । ପ୍ରକୃତରେ ଘଟଣା ସମ୍ପର୍କରେ ଏମିତି ଜଣା ପଡିଥିଲା । ନୂଆଦିଲ୍ଲୀରେ ଗଣମାଧ୍ୟମ କର୍ମୀଙ୍କ ସହିତ ଆଲୋଚନା କରିବା ସମୟରେ ୟୁକ୍ରେନ ରାଜଦୂତ ଇଗୋର ପୋଲିଖା ଏହା କହିଥିବା ଜଣାଯାଇଛି । ଏହାର ଏକ ଭିଡିଓ ବି ସାମ୍ନାକୁ ଆସିଥିବା ବେଳେ ଏହା ମଧ୍ୟ ଖୁବ ଭାଇରଲ ହୋଇଛି । ଭିଡିଓଟିକୁ ଆପଣ ଶୁଣିଲେ କିମ୍ବା ଦେଖିଲେ ଜାଣିପାରିବେଯେ, ସେ କହୁଛନ୍ତି ଆଜି ଭାରତରେ(ମଙ୍ଗଳବାର) ମହାଶିବରାତ୍ରି ଉତ୍ସବ ପାଳିତ ହେଉଛି । ଭଗବାନଙ୍କ ଆଶୀର୍ବାଦରୁ ଏହି ସ୍ଥିତି ଶୀଘ୍ରରୁ ଶୀଘ୍ର ଟଳିଯାଉ । ୟୁକ୍ରେନ ବାସିନ୍ଦା ଏମିତି ଏକ ସଙ୍କଟରୁ ଶୀଘ୍ର ରୁ ଶୀଘ୍ର କେମିତି ବାହାରି ଆସନ୍ତୁ ।
Dr Igor Polikha, Ambassador of Ukraine to the Republic of India urge people of India to pray for safety of Ukrainian to Lord Shiva on the eve of #MahaShivaratri.
While speaking with the Indian Media he display ultimate faith on Lord Shiva at the time of distress. pic.twitter.com/tg6RcEb16M— Keshav Sapkota (@KeshavS39457056) March 1, 2022
ବର୍ତ୍ତମାନର ୟୁକ୍ରେନ ସ୍ଥିତିକୁ ନେଇ ଚାଲିଥିବା ପ୍ରେସ କନ୍ଫରେନ୍ସରେ ହିଁ ଇଗୋର ଏମିତି ମନ୍ତବ୍ୟ ଦେଇଥିବା ଜଣାଯାଇଛି । ସେ ଏହା ମଧ୍ୟ କହିଛନ୍ତିକି ୟୁକ୍ରେନରେ ସବୁ ସମୟରେ, ପ୍ରାୟ ସମସ୍ତ ଦିଗରୁ ଗୁଳି ଚାଳନା ଜାରି ରହିଛି । ଅନେକ ଲୋକଙ୍କ ଘର ଭାଙ୍ଗିରୁଜି ଚୁରମାର ହୋଇଯାଇଛି । ଅତ୍ୟନ୍ତ ଦୁଃଖ ଓ ଅବଶୋଷର ସହିତ କହିବାକୁ ପଡୁଛିଯେ ୟୁକ୍ରେନ ସ୍ଥିତି ଅତି ଗମ୍ଭୀର ଅବସ୍ଥାରେ ରହିଛି । ଏଠାକାର ଲୋକଙ୍କ ଜୀବନ ସଂକଟରେ ରହିଛି । ଇଗୋର କ୍ଷେତ୍ରରେ ଏହି ଘଟଣା ଅବଶ୍ୟ ପ୍ରଥମ ନୁହେଁ । ଏହା ପୂର୍ବରୁ ବି ଥରେ ଯୁଦ୍ଧ ମାମଲାରେ ହସ୍ତକ୍ଷେପ କରିବାକୁ ଅପିଲ କରିଥିଲେ ଇଗୋର । ସେ ଏହା ମଧ୍ୟ କହିଛନ୍ତିକି ଅନ୍ତରାଷ୍ଟ୍ରୀୟ ନୀତି କ୍ଷେତ୍ରରେ ଭାରତର ବିଶେଷ ଦଖଲ ରହିଛି | ଆଉ ସେଥିପାଇଁ ମୁଁ ପିଏମଙ୍କ ନିକଟରେ ଅପିଲ କରୁଛିକି ସେ ଏହି ମାମଲାରେ ଦଖଲ କରନ୍ତୁ ।