ହ୍ରିତିକଙ୍କ ଗାର୍ଲଫ୍ରେଣ୍ଡ ସବା ଆଜାଦଙ୍କୁ ମିଳିଲା ରୋଶନ ପରିବାରରୁ ଖାସ୍‌ ଜିନିଷ; ଖୁସିରେ ଆତ୍ମହରା ହୋଇ ଇନ୍‌ଷ୍ଟାରେ ସେୟାର କଲେ ଷ୍ଟୋରୀ

ହ୍ରିତିକ ରୋଶନ ଏବେ ନିଜ ଗୁଜବର ଗାର୍ଲଫ୍ରେଣ୍ଡଙ୍କୁ ନେଇ ଚର୍ଚ୍ଚାରେ ଅଛନ୍ତି। ସବା ଆଜାଦଙ୍କ ସହିତ ତାଙ୍କ ଫଟୋଗୁଡ଼ିକ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବର୍ତ୍ତମାନ ହ୍ରିତିକ ଓ ସବାଙ୍କ ସମ୍ପର୍କ ପୁଣି ଚର୍ଚ୍ଚାକୁ ଆସିଛି। ନିକଟରେ ରୋଶନ ପରିବାର ସବା ଆଜାଦଙ୍କ ଉପରେ ଢେର୍‌ ସାରା ଭଲ ପାଇବା ଦେଖାଇଛନ୍ତି ଏବଂ ତାଙ୍କ ପାଖକୁ ଏକ ସୁନ୍ଦର ଜିନିଷ ପଠାଇଛନ୍ତି, ଯାହାକୁ ଅଭିନେତ୍ରୀ ସାର୍ବଜନୀନ କରିଛନ୍ତି। ଅର୍ଥାତ୍‌ ସେ ଫ୍ୟାନମାନଙ୍କ ସହିତ ଏହାକୁ ସେୟାର କରିଛନ୍ତି।

ବର୍ତ୍ତମାନ ଗୁଜବ ଉଠିଛି କି, ବଲିଉଡ୍‌ ଅଭିନେତା ହ୍ରିତିକ ରୋଶନ ସବା ଆଜାଦଙ୍କୁ ଡେଟ କରୁଛନ୍ତି। ଦୁହେଁ ଅନେକ ସମୟରେ ଡିନର ଡେଟ୍‌ରେ ଯାଉଥିବାର ନଜର ଆସନ୍ତି, କିନ୍ତୁ ଉଭୟ ସେମାନଙ୍କ ସମ୍ପର୍କକୁ ନେଇ ଚୁପ୍ ରୁହନ୍ତି। ଉଭୟଙ୍କର ଏକାଠି ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏବେ ସବାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି। ଏହି ସମୟରେ ହ୍ରିତିକଙ୍କ ପରିବାର ଲୋକେ ତାଙ୍କର ବିଶେଷ ଯତ୍ନ ନେଉଛନ୍ତି। ସବା ସୋସିଆଲ ମିଡିଆରେ କିଛି ଜିନିଷ ସେୟାର କରିଛନ୍ତି, ଯାହାକି ତାଙ୍କ ଫ୍ୟାନମାନଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି।

photo
photo: Zee News

ସବାଙ୍କ ସ୍ୱାସ୍ଥ୍ୟ ଖରାପ ଥିବାରୁ ହ୍ରିତିକଙ୍କ ପରିବାର ତାଙ୍କ ପାଇଁ ଖାଦ୍ୟ ପଠାଇଛନ୍ତି, ଯାହାକୁ ଦେଖି ସେ ବହୁତ ଖୁସି ହୋଇ ଯାଇଛନ୍ତି। ସବା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଖାଦ୍ୟର ଫଟୋ ସେୟାର କରିଛନ୍ତି। ଏଥିରେ ଏକ ପ୍ଲେଟରେ ପିଜା ଏବଂ ପାସ୍ତା ନଜର ଆସୁଛି। ସବା ଏହି ଫଟୋ ସେୟାର କରି ଲେଖିଛନ୍ତି, ‘ଯେତେବେଳେ ଆପଣ ଅସୁସ୍ଥ ଥାଆନ୍ତି, କିନ୍ତୁ ଆପଣଙ୍କ ପାଖରେ ବେଷ୍ଟ ଲୋକ ଥାଆନ୍ତି, ଯିଏକି ଆପଣଙ୍କୁ ଖାଦ୍ୟ ଖୁଆନ୍ତି’। ଏହାପରେ ସେ କାଞ୍ଚନ ରୋଶନ, ପଶ୍ମିନା ରୋଶନଙ୍କୁ ଟ୍ୟାଗ କରିବା ସହିତ ହାତ ଯୋଡ଼ିବାର ଏକ ଇମୋଜି ପୋଷ୍ଟ କରିଛନ୍ତି। ସେହିପରି କିଛି ଦିନ ପୂର୍ବେ ସବା ଆଜାଦ ହ୍ରିତିକଙ୍କ ଫ୍ୟାମିଲି ଲଞ୍ଚ୍‌ରେ ମଧ୍ୟ ପହଞ୍ଚିଥିଲେ। ଲଞ୍ଚ୍‌ ପାର୍ଟିର ଫଟୋ ହ୍ରିତିକଙ୍କ ମାମୁଁ ସୋସିଆଲ ମିଡିଆରେ ସେୟାର କରିଥିଲେ।