Below header

କେବଳ ୬ ପ୍ରତିଶତ ଯୁବକ କରିଛନ୍ତି ସରକାରୀ ଚାକିରି, ୫୧ ପ୍ରତିଶତଙ୍କ ନିକଟରେ ଚାକିରି ନାହିଁ : ସର୍ଭେ

ଦେଶର ୧୫ ରୁ ୩୪ ବର୍ଷ ବୟସ ମଧ୍ୟରେ ୩୬ ପ୍ରତିଶତ ଯୁବକ ବେରୋଜଗାରୀ ସବୁଠୁ ବଡ଼ ସମସ୍ୟା ବୋଲି ମାନୁଥିବା ବେଳେ ୧୬ ପ୍ରତିଶତ ଗରିବୀ ଓ ୧୩ ପ୍ରତିଶତ ଦରଦାମ ବୃଦ୍ଧିକୁ ବଡ ସମସ୍ୟା ବୋଲି ମାନନ୍ତି । ଲୋକନୀତି ସିଏସଡିଏସ ସର୍ଭେରେ ଏହି ତଥ୍ୟ ଦିଆଯାଇଛି ।

ନୂଆଦିଲ୍ଲୀ : ଦେଶର ୧୫ ରୁ ୩୪ ବର୍ଷ ବୟସ ମଧ୍ୟରେ ୩୬ ପ୍ରତିଶତ ଯୁବକ ବେରୋଜଗାରୀ ସବୁଠୁ ବଡ଼ ସମସ୍ୟା ବୋଲି ମାନୁଥିବା ବେଳେ ୧୬ ପ୍ରତିଶତ ଗରିବୀ ଓ ୧୩ ପ୍ରତିଶତ ଦରଦାମ ବୃଦ୍ଧିକୁ ବଡ ସମସ୍ୟା ବୋଲି ମାନନ୍ତି । ଲୋକନୀତି ସିଏସଡିଏସ ସର୍ଭେରେ ଏହି ତଥ୍ୟ ଦିଆଯାଇଛି ।

ଚଳିତ ମାସ ପ୍ରାରମ୍ଭରେ ଜାରି ଲୋକନୀତି ସିଡିଏସ ରିପୋର୍ଟ ଅନୁସାରେ ସର୍ଭେରେ ଭାଗ ନେଇଥିବା ୬ ପ୍ରତିଶତ ଯୁବକ ଭ୍ରଷ୍ଟାଚାରକୁ ଦେଶର ସବୁଠୁ ବଡ଼ ଚ୍ୟାଲେଞ୍ଜ ବୋଳି ମାନନ୍ତି । ମାତ୍ର ୪ ପ୍ରତିଶତ ଯୁବକ ଶିକ୍ଷା ଓ ବଢ଼ୁଥିବା ଜନସଂଖ୍ୟାକୁ ଚ୍ୟାଲେଞ୍ଜ ବୋଲି କହିଛନ୍ତି ।

ଏହି ରିପୋର୍ଟକୁ ଅନୁଧ୍ୟାନ କଲେ ଗତ ୨୦୧୬ରେ ହୋଇଥିବା ଏପରି ସର୍ଭେ ତୁଳନାରେ ଏବେ ବେରୋଜଗାରୀକୁ ବଡ଼ ସମସ୍ୟା ବୋଲି ମାନୁଥିବା ଯୁବକଙ୍କ ସଂଖ୍ୟା ୧୮ ପ୍ରତିଶତ ବୃଦ୍ଧି ପାଇଛି । ସେହି ତୁଳନାରେ ଦରଦାମ ବୃଦ୍ଧିକୁ ବଡ଼ ସମସ୍ୟା ମାନୁଥିବା ଯୁବକଙ୍କ ସଂଖ୍ୟା ୭ ପ୍ରତିଶତ ବୃଦ୍ଧି ପାଇଛି ।

ସିଡିଏସ-ଲୋକନୀତି କରିଥିବା ସଦ୍ୟ ସର୍ଭେରେ ୧୮ ରାଜ୍ୟର ୯୩୧୬ ଯୁବକଙ୍କୁ ସାମିଲ କରିଥିଲା । ଯେଉଁମାନେ କି ମଧ୍ୟମ ବର୍ଗର ଥିଲେ । ଅଧିକାଂଶ ଯୁବକ ବେରୋଜଗାରୀକୁ ବଡ଼ ଚ୍ୟାଲେଞ୍ଜ ବୋଲି ମାନିଥିଲେ । ସେହିପରି ଅଶିକ୍ଷିତ ବର୍ଗର ୨୭ ପ୍ରତିଶତ ଯୁବକ ମଧ୍ୟ ବେରୋଜଗାରୀକୁ ବଡ ଚ୍ୟାଲେଞ୍ଜ ବୋଲି କହିଥିଲେ ।

ଯଦି ନିମ୍ନ ବର୍ଗର ଲୋକଙ୍କ କଥା ନିଆଯାଏ,ତେବେ ଗରିବୀ ଓ ଦରଦାମ ବୃଦ୍ଧିକୁ ବଡ଼ ସମସ୍ୟା ବୋଲି କହିଥିଲେ । ହେଲେ ସେର୍ଭେରେ ଭାଗନେଇଥିବା ସବୁ ବର୍ଗର ମହିଳା ଖାଦ୍ୟ ପଦାର୍ଥର ଦାମ ଓ ଗରିବୀକୁ ନେଇ ଚିନ୍ତା ପ୍ରକଟ କରିଥିଲେ ।

ମୋଟ ୪୯ % ଯୁବକଙ୍କ ପାଖରେ ଚାକିରି :

ସର୍ଭେ ଅନୁଯାୟୀ ମୋଟ ୪୯ % ଯୁବକଙ୍କ ପାଖରେ ଚାକିରିରୁ ୪୦ % ଙ୍କ ପାଖରେ ପୂର୍ଣ୍ଣକାଳୀନ ଓ ୯ %ଙ୍କ ପାଖରେ ସ୍ୱଳ୍ପକାଳୀନ ଚାକିରି ରହିଛି । ଏମାନଙ୍କ ଭିତରେ ୨୩ % ଯୁବକ ନିଜର ବ୍ୟବସାୟ କରନ୍ତି । ୧୬ % ଡାକ୍ତର ଓ ଇଂଜିନିୟର ଥିବା ବେଳେ ୧୫% କୃଷିକାମ ଓ ୨୭ % ଅଣକୁଶଳୀ କାରିଗର ଥିବା ଜଣାଯାଇଛି । ମାତ୍ର ୬% ଯୁବକଙ୍କ ପାଖରେ ସରକାରୀ ଚାକିରି ଥିବା ଜଣାଯାଇଛି ।

ଯୁବକଙ୍କ ପସନ୍ଦ ଚାକିରି :

ସର୍ଭେ ଅନୁଯାୟୀ, ୧୬ % ଯୁବକ ହେଲ୍ଥ ସେକ୍ଟର ରେ କାମ କରିବାକୁ ପସନ୍ଦ କରିଥିବା ବେଳେ ୧୪ ପ୍ରତିଶତ ଶିକ୍ଷା ବିଭାଗରେ କାମ କରିବାକୁ ପସନ୍ଦ କରିଥାନ୍ତି । ସେହିପରି ୧୦ % ବିଜ୍ଞାନ-ପ୍ରାଦ୍ୟୋଗିକ ବିଭାଗ ଓ ୬ % ସରକାରୀ ଚାକିରିକୁ ପ୍ରାଥମିକତା ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.