Below header

ଦେଖନ୍ତୁ ଏ କିଭଳି ବାହାଘର: ପଣ୍ଡିତ ମନ୍ତ୍ର ବଦଳରେ ଗାଇଲେ ଫିଲ୍ମ ଗୀତ, ମଜା ନେଲେ ବରଯାତ୍ରୀ

ଆଜି ଆମେ ଆପଣଙ୍କୁ ଏପରି ଏକ ବିବାହ ବିଷୟରେ କହିବାକୁ ଯାଉଛୁ, ଯେଉଁଠି ପଣ୍ଡିତ ମନ୍ତ୍ର ବଦଳରେ ଫିଲ୍ମ ଗୀତ ଗାଇ ବାହାଘର ରୀତିନୀତି ପୂରା କରିଛନ୍ତି। ଏବେ ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଆଜିର ମର୍ଡନ ଯୁଗରେ ଏପରି ବାହାଘର, ମାହୋଲକୁ ପୂରା ଖୁସିରେ ବଦଳାଇ ଦେଇଥାଏ। କଥାଟି ହେଲା, ସାବିତ୍ରୀ ଅରୋରା ଓ ରାହୁଲ ଗୁରନାନୀଙ୍କ ବିବାହରେ ପଣ୍ଡିତଜୀ ମନ୍ତ୍ର ପାଠ ପୋଥି ଖୋଲିବା ପରେ ଫିଲ୍ମ ଗୀତ ଗାଇବା ଆରମ୍ଭ କରିଦେଇଥିଲେ। ଆଉ ଏହା ଦେଖି ସେଠାରେ ଉପସ୍ଥିତ ଥିବା ବରଯାତ୍ରୀମାନେ ଏହାର ଭରପୂର ମଜା ନେଇଥିଲେ। ସେମାନେ ଗୀତର ତାଳେ ତାଳେ ନାଚିବାକୁ ଲାଗିଥିଲେ।

ସେହି ସମୟର ଏକ ଭିଡିଓକୁ କନ୍ୟା ସୋସିଆଲ ମିଡିଆରେ ସେୟାର କରିବା କ୍ଷଣି ୟୁଜରମାନେ ଭିନ୍ନ ଭିନ୍ନ କମେଣ୍ଟ ଦେଇଥିଲେ। ଜଣେ ୟୁଜର ଲେଖିଥିଲେ, ପଣ୍ଡିତଙ୍କୁ ଦିଲଓ୍ଵାଲେ ଦୁଲହନିଆ ଲେ ଜାଏଙ୍ଗେ, ତୁଝେ ଦେଖା ତୋ ଜାନା ସନମ୍‌ ଗୀତ ଗାଇବା ଉଚିତ। ତେବେ ଭିଡିଓରେ ବିବାହ କରୁଥିବା ଦମ୍ପତି ମଧ୍ୟ ପୂରା ଲାଭ ଉଠାଉଥିବାର ଦେଖାଯାଇଥିଲା। ପଣ୍ଡିତଜୀ ଏଭଳି ଷ୍ଟାଇଲରେ ଗାଇବା ଯୋଗୁ ସେ ଏବେ ସୋସିଆଲ ମିଡିଆରେ ଲୋକଙ୍କ ପସନ୍ଦ ବନିଯାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.