Below header

ଆଉ ଜଣେ ଆଇଏଏସ୍‌ଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି IAS ଟିନା ଡାବୀ, ସେୟାର କଲେ ନିର୍ବନ୍ଧ ଫଟୋ

୨୦୧୫ ମସିହାରେ ସିଭିଲ ସର୍ଭିସ୍‌ ପରୀକ୍ଷାରେ ସାରା ଦେଶରେ ଏକ ନମ୍ବର ସ୍ଥାନ ଅଧିକାର କରିଥିବା ଟିନା ଡାବୀଙ୍କ ଜୀବନରେ ପୁଣିଥରେ ଖୁସିର ଆଗମନ ହୋଇଛି। ଆଇଏଏସ୍‌ ଟିନା ଡାବୀ ୨୦୧୩ ବ୍ୟାଚ୍‌ର ଆଇଏଏସ୍‌ ଅଫିସର ପ୍ରଦୀପ ଗଓ୍ଵାଣ୍ଡେଙ୍କ ସହ ନିର୍ବନ୍ଧ କରିଛନ୍ତି। ଏ ନେଇ ଟିନା ଡାବୀ ନିଜ ଅଫିସିଆଲ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଛନ୍ତି।
ସେହିପରି ପ୍ରଦୀପ ଗଓ୍ଵାଣ୍ଡେ ମଧ୍ୟ ନିଜ ସୋସିଆଲ ମିଡିଆରେ ଦୁଇଟି ଫଟୋ ସେୟାର କରିଛନ୍ତି। ଫଟୋରେ ଟିନା ଲାଲ୍‌ ରଙ୍ଗର ଶାଢ଼ି ପିନ୍ଧିଥିବା ବେଳେ ପ୍ରଦୀପ ଗଓ୍ଵାଣ୍ଡେ ଲାଲ୍‌ ରଙ୍ଗର କୁର୍ତ୍ତା ପିନ୍ଧିଥିବାର ଦେଖିବାକୁ ମିଳିଛି।

ଏହା ପୂର୍ବରୁ ଟିନା ଡାବି ଆଇଏଏସ୍‌ ଅତହର ଖାନ୍‌ଙ୍କୁ ୨୦୧୮ ମସିହାରେ ବିବାହ କରି ଚର୍ଚ୍ଚାରେ ଥିଲେ। କିନ୍ତୁ ଅତହର ଓ ଟିନାଙ୍କ ବିବାହ ଅଧିକ ଦିନ ଚାଲିନଥିଲା। ୨୦୨୦ରେ ପରସ୍ପରର ସହମତିରେ ଉଭୟ ଛାଡ଼ପତ୍ର ନେଇଥିଲେ। ସେତେବେଳେ ଏହି କାରଣରୁ ବି ଉଭୟେ ଚର୍ଚ୍ଚାକୁ ଆସିଥିଲେ।

 

View this post on Instagram

 

A post shared by Tina Dabi (@dabi_tina)

ତେବେ ବର୍ତ୍ତମାନ ଟିନା ଡାବୀ ଓ ପ୍ରଦୀପ ଗଓ୍ଵାଣ୍ଡେଙ୍କ ବିବାହ ଚର୍ଚ୍ଚାରେ ରହିବାର କାରଣ ହେଉଛି ଏହା ଉଭୟଙ୍କର ଦ୍ୱିତୀୟ ବିବାହ। ଇନ୍‌ଷ୍ଟାଗ୍ରାମ୍‌ରେ ଫଟୋ ସେୟାର କରି ଟିନା ଲେଖିଛନ୍ତି- ଆପଣ ଦେଇଥିବା ହସ ହସୁଛି।

ସୂଚନାଯୋଗ୍ୟ ଯେ ଟିନା ହେଉଛନ୍ତି ସୋସିଆଲ ମିଡିଆର ସବୁଠୁ ଲୋକପ୍ରିୟ ବ୍ୟୁରୋକ୍ରାଟ୍‌। ତାଙ୍କୁ ଇନ୍‌ଷ୍ଟାଗ୍ରାମ୍‌ରେ ପାଖାପାଖି ୧.୪ ମିଲିୟନ୍‌ରୁ ଅଧିକ ୟୁଜର୍ସ ଫଲୋ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.