‘ଦ କପିଲ ଶର୍ମା ଶୋ’ ଛାଡ଼ିଲେ ସୁମୋନା ଚକ୍ରବର୍ତ୍ତୀ! ନୂଆ ଶୋ’ର ପ୍ରୋମୋରେ ଆସିଲେ ନଜର

ଦ କପିଲ ଶର୍ମା ଶୋ’ ବନ୍ଦ ହେଉଥିବା ଖବର କିଛି ଦିନ ହେଲାଣି ଶୁଣିବାକୁ ମିଳୁଛି। ଏହି ଶୋ’ ବନ୍ଦ ହେବା ଖବର ଫ୍ୟାନ୍‌ଙ୍କୁ ଦୁଃଖିତ କରି ଦେଇଥିବା ବେଳେ ଏବେ ଆଉ ଏକ ଖବର ଝଟ୍‌କା ଦେଇଛି। ପ୍ରଯୋଜକଙ୍କ ପକ୍ଷରୁ ଶୋ’ ବନ୍ଦ ହେଉଥିବା ନେଇ କୌଣସି ସୂଚନା ଦିଆଯାଇ ନଥିବା ବେଳେ ଏବେ ଶୋ’ର ଅଭିନେତ୍ରୀ ସିରିୟଲ ଛାଡ଼ୁଥିବା ନେଇ ସୂଚନା ମିଳିଛି। କପିଲ ଶର୍ମା ଶୋ’ର କମେଡିଆନ୍‌ ସୁମୋନା ଚକ୍ରବର୍ତ୍ତୀ କପିଲଙ୍କ ହାତ ଛାଡ଼ି ଏକ ନୂଆ ଶୋ’ରେ ଯୋଗ ଦେଇଛନ୍ତି। ସୁମୋନା ନିଜ ନୂଆ ଶୋ’ ଯୋଗୁ କପିଲ ଶର୍ମାଙ୍କ ଶୋ’ ଛାଡ଼ୁଥିବା କୁହାଯାଉଛି।

ନିକଟରେ ସୁମୋନାଙ୍କ ନୂଆ ଶୋ’ର ପ୍ରୋମୋ ରିଲିଜ୍‌ ହୋଇଛି। ଯାହା ପର ଠାରୁ ସୁମୋନା କପିଲ ଶର୍ମା ଶୋ’ ଛାଡ଼ୁଥିବା ନେଇ ଚର୍ଚ୍ଚା ସୋସିଆଲ ମିଡିଆରେ ଜୋର୍‌ ଧରିଛି। ସୁମୋନା ଏବେ ଏକ ବଙ୍ଗାଳୀ ଟିଭି ଶୋ’ରେ ନଜର ଆସିବେ।

 

View this post on Instagram

 

A post shared by Zee Zest (@zeezest)

ଜି ଜେଷ୍ଟର ଅଫିସିଆଲ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ‘ବଙ୍ଗାଲ ଶୋନା’ ନାମକ ଏକ ଶୋ’ର ପ୍ରୋମୋ ରିଲିଜ୍‌ କରାଯାଇଛି। ଏଥିରେ ସୁମୋନା ଚକ୍ରବର୍ତ୍ତୀ ନଜର ଆସିଛନ୍ତି। କୁହାଯାଉଛି ଯେ ଏହି ଶୋ’ରେ ସୁମୋନା ଚକ୍ରବର୍ତ୍ତୀ ବେଙ୍ଗଲକୁ ଲୋକଲୋଚନକୁ ଆଣୁଥିବାର ଦେଖିବାକୁ ମିଳିବ। ଜି ଜେଷ୍ଟର ନୂଆ ଶୋ’ ୩୦ ମାର୍ଚ୍ଚ ରାତି ୮ରୁ ଟେଲିକାଷ୍ଟ ହେବାକୁ ଯାଉଛି।

ସୁମୋନା ଚକ୍ରବର୍ତ୍ତୀଙ୍କ ନୂଆ ଶୋ’ର ପ୍ରୋମୋ ସାମ୍ନାକୁ ଆସିବା ପରେ ଚର୍ଚ୍ଚା ହେଉଛି ଯେ ସେ କପିଲ ଶର୍ମାଙ୍କ ଶୋ’ ଛାଡ଼ି ଦେଇଛନ୍ତି। କିନ୍ତୁ ଏବେ ଯାଏଁ କପିଲ ଶର୍ମା କିମ୍ବା ସୁମୋନାଙ୍କ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.