ଆଇପିଏଲ୍‌ ୨୦୨୨ : ଆଜି ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ ଏବଂ ରାଜସ୍ଥାନ ରୟାଲ୍ସ

ଆଇପିଏଲ୍‌ ୨୦୨୨ ସିଜିନରେ ଆଜି ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ ଏବଂ ରାଜସ୍ଥାନ ରୟାଲ୍ସ। ଏହି ସିଜିନରେ ଦୁଇଟି ଟିମର ପ୍ରଥମ ମ୍ୟାଚ ଖେଳିବେ। ହାଇଦ୍ରାବାଦ ଏବଂ ରାଜସ୍ଥାନ ଟିମରେ ଜବରଦସ୍ତ ଖେଳାଳି ରହିଛନ୍ତି। ତେବେ କେଉଁ ଟିମ୍‌ ଆଜିର ମ୍ୟାଚ ଜିତୁଛି, ତାହା ଦେଖିବାକୁ ବାକି ରହିଲା।

ଆଜି ସନ୍ଧ୍ୟା ୭.୩୦ ମିନିଟ୍‌ରୁ ମ୍ୟାଚ ଆରମ୍ଭ ହେବ। ପୁନେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଏହି ଖେଳ ହେବ।

ଆଇପିଏଲ୍‌ରେ ୧୫ଟି ମ୍ୟାଚରେ ହାଇଦ୍ରାବାଦ ଏବଂ ରାଜସ୍ଥାନ ରୟାଲ୍ସ ସାମ୍ନାସାମ୍ନି ହୋଇଛନ୍ତି। ୧୫ଟି ମ୍ୟାଚ ମଧ୍ୟରୁ ହାଇଦ୍ରାବାଦ ୮ଟି ମ୍ୟାଚ ଜିତିଛି। ରାଜସ୍ଥାନ ରୟାଲ୍ସ ୭ଟି ମ୍ୟାଚ ଜିତିଛି। ଗତ ସିଜିନରେ ଦୁଇଟି ଯାକ ଟିମ୍‌ ୨ଟି ମ୍ୟାଚ ଖେଳିଥିଲେ। ଯେଉଁଥିରେ ହାଇଦ୍ରାବାଦ ଗୋଟେ ଏବଂ ରାଜସ୍ଥାନ ରୟାଲ୍ସ ଗୋଟେ ମ୍ୟାଚ ଜିତିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.