ଚୀନ ଗୁଇନ୍ଦା ବେଲୁନକୁ ଖସାଇଲା ଆମେରିକାର ସୁପରସୋନିକ ମିଶାଇଲ, ଦେଖନ୍ତୁ ଭିଡିଓ
ଆମେରିକା ସେନା ଉପରେ ନଜର ରଖୁଥିବା ଗୁପ୍ତଚର ବେଲୁନ ଗୁଳିକରି ଖସେଇ ଦିଆଯାଇଛି । ଗତ କିଛି ଦିନ ହେବ ଆମେରିକାରେ ଦେଖାଯାଇଥିଲା ଏହି ବେଲୁନ । ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିର୍ଦ୍ଦେଶ ପରେ ଏପରି କାର୍ଯ୍ୟ କରାଯାଇଛି । ଏହି ବେଲୁନକୁ ସମୁଦ୍ରରେ ପକାଇ ଦିଆଯାଇଛି । ଖବର ଅନୁଯାୟୀ, ଏହି ବେଲୁନକୁ ଖସାଇବାପୂର୍ବରୁ ତିନୋଟି ବିମାନବନ୍ଦର ବନ୍ଦ ରହିଥିଲା ଏବଂ ଆକାଶ ସୀମା ମଧ୍ୟ ବନ୍ଦ ରହିଥିଲା। ଏହା ପରେ ଆମେରିକାର ସେନା ବିମାନ ଆଟଲାଣ୍ଟିକ୍ ମହାସାଗରରେ ସେହି ଗୁପ୍ତଚର ବେଲୁନକୁ ସୁଟ କରି ଖସେଇ ଦେଇଥିଲେ ।
ସୂଚନା ମୁତାବକ, ତିନି ଦିନ ଧରି ଏହି ବେଲୁନ୍ ଆମେରିକାର ଆକାଶରେ ଦେଖାଯାଉଥିଲା। ଆମେରିକାର ସେନା ଦ୍ୱାରା ସେହି ବେଲୁନର ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖାଯାଇଥିଲା। ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ବେଲୁନ୍ ନଷ୍ଟ କରିବା ପାଇଁ ଚାପରେ ଥିଲେ। ଚୀନର ଏହି ସନ୍ଦିଗ୍ଧ ଗୁପ୍ତଚର ବେଲୁନ୍ ଆମେରିକା, କାନାଡା ଏବଂ ଲାଟିନ୍ ଆକାଶରେ ଦେଖାଯିବା ପରେ ଉତ୍ତେଜନା ଦେଖାଦେଇଥିଲା।
ଆମେରିକାର ରକ୍ଷା ବିଭାଗର ମୁଖ୍ୟାଳୟ ପେଣ୍ଟାଗନ୍ ଅନୁଯାୟୀ, ମୋଣ୍ଟାନା ଉପରେ ଦେଖାଯାଇଥିବା ବେଲୁନ୍ ତିନିଟି ବସ୍ ଆକାର ଥିଲା। ଆମେରିକାର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ଏହି ଗୁପ୍ତଚର ବେଲୁନରୁ ଲୋକଙ୍କ ପାଇଁ କୌଣସି ବିପଦ ନାହିଁ। କିନ୍ତୁ ଏହା ପରେ ମଧ୍ୟ ଆମେରିକାର ବାୟୁମଣ୍ଡଳରେ ଦେଖାଯାଉଥିବା ଏହି ବେଲୁନ୍ ଗତ କିଛି ଦିନ ଧରି ଟ୍ରାକିଂ କରାଯାଉଥିଲା। ଆମେରିକାର ସାମରିକ ବିମାନ ମାଧ୍ୟମରେ ଏହା ଉପରେ ମଧ୍ୟ ନଜର ରଖାଯାଇଥିଲା। ତେବେ ଏହାକୁ ସଫଳତାପୂର୍ବକ ଖସେଇ ଦିଆଯାଇଛି। ଏହାକୁ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଶୁଭେଚ୍ଛା ଜଣାଇଛନ୍ତି ।
Incredible HD footage of the Chinese surveillance balloon being shot down. pic.twitter.com/K1GxdcJuH1
— Graham Allen (@GrahamAllen_1) February 4, 2023
ଜଣେ ବରିଷ୍ଠ ଆମେରିକୀୟ ସୈନ୍ୟ ଅଧିକାରୀଙ୍କ ଅନୁଯାୟୀ, F-22 ଫାଇଟର ଜେଟ୍ ସ୍ଥାନୀୟ ସମୟାନୁସାରେ ୨.୩୯ ରେ ଖସେଇ ଦିଆଯାଇଥିଲା । ଏହାକୁ ଖସେଇବା ପାଇଁ ସୁପରସୋନିକ ମିଶାଇଲ AIM-9X ର ବ୍ୟବହାର କରାଯାଇଥିଲା ।
ସୂଚନାଯୋଗ୍ୟ, ଏହି ସ୍ପାଏ ବେଲୁନ ୨୮ ଜାନୁଆରୀରେ ଆମେରିକାର ସୀମାରେ ପ୍ରବେଶ କରିଥିଲା। ଏହାପରେ ସୋମବାରକୁ କନାଡାଏ ଅଞ୍ଚଳରେ ପ୍ରବେଶ କରିଥିଲା ।