ମନ୍ଦିରରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ ରାମ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ, ଆଜି ଭୁବନେଶ୍ବର ଆସିବେ

ପୁରୀ(କେନ୍ୟୁଜ୍): ପୁରୀ ଆସି ଶ୍ରୀ ମନ୍ଦିରରେ ଶ୍ରୀଜଗନ୍ନାଥ ଦର୍ଶନ କଲେ ଲୋକପ୍ରିୟ ଟେଲିଭିଜନ କଳାକାର ତଥା ଦୁରଦର୍ଶନର ସର୍ବାଧିକ ପ୍ରସାରିତ ରାମ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ । ଗତକାଲି ସନ୍ଧ୍ୟା ଶ୍ରୀମନ୍ଦିର ପହଞ୍ଚି ଜଗାଦର୍ଶନ କରିବା ସହ ଆଜି ଭୁବନେଶ୍ୱରରେ ହେବାକୁ ଥିବା ଶୁଣ ଶ୍ରୀରାମ କାହାଣୀ କାର୍ଯ୍ଯକ୍ରମର ଆରମ୍ଭ କରିବେ ।ପ୍ରତିଟି ଘରେ ଯୁବପିଢି ଶ୍ରୀରାମଙ୍କ ଗୁଣ ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ପିତାମାତା ଗୁରୁଜନଙ୍କୁ ସମ୍ମାନ ଦେବାର ଆବଶ୍ଯକତା ରହିଛି ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି ।

ସେହିପରି ଅଯୋଧ୍ୟା ରାମ ମନ୍ଦିରକୁ ନେଇ ମଧ୍ୟ ଟିପ୍ପଣୀ ରଖିଛନ୍ତି ।ରାମମନ୍ଦିର ବହୁତ ପୂର୍ବରୁ ହେବାର ଥିବା କଥା ମଧ୍ୟ ସେ ପ୍ରତିକ୍ରିୟାରେ କହିଛନ୍ତି ।ସୂଚନା ମୁତାବକ ଦୂରଦର୍ଶନରେ ସର୍ବାଧିକ ଲୋକପ୍ରିୟ ଧାରାବାହିକ -ରାମାୟଣରେ ଶ୍ରୀରାମ ଚରିତ୍ର ରେ ଅଭିନୟ କରି ହିନ୍ଦୁ ସମସ୍ତ ଙ୍କ ହୃଦୟ ରେ ପ୍ରିୟ ସାଜିଥିବା ଅଭିନେତା ଅରୁଣ ଗୋଭିଲ ଓଡିଶାରେ ଆସନ୍ତାକାଲି ଶୁଭାରମ୍ଭ କରିବେ ସୁନୋ ଶ୍ରୀରାମ କାହାଣୀ ବା ଶୁଣ ଶ୍ରୀରାମ କାହାଣୀ ।  ତାଙ୍କ ସହିତ ଉପସ୍ଥିତ ରହିବେ ପ୍ରାୟ ଚଉଦ ଜଣରୁ ଉର୍ଦ୍ଧ ନାମୀ ଦାମୀ କଳାକାର।

ରାମାୟଣର ବିଭିନ୍ନ କଥାବସ୍ତୁକୁ ଅଭିନୟ, ସଂଗୀତ ଓ ଚରିତ୍ର ଚିତ୍ରଣ ମାଧ୍ୟମରେ କାର୍ଯ୍ଯକ୍ରମରେ ପ୍ରଦର୍ଶନ କରାଯିବ। ଭୁବନେଶ୍ୱର ଉତ୍କଳ ମଣ୍ଡପ ଠାରେ ଫ୍ରେବୁଆରି ୫ ତାରିଖ ସନ୍ଧ୍ୟା ୫ ଟାରେ ଏହି ସାରସ୍ବତ ଓ ଆଧ୍ୟାତ୍ମିକ ତଥା ମନୋରଞ୍ଜନ କାର୍ଯ୍ଯକ୍ରମରେ ଦୁଇ ହଜାରରୁ ଉର୍ଦ୍ଧ ନିମନ୍ତ୍ରିତ ଅତିଥି ଯୋଗଦେବେ ।  ରାମାନନ୍ଦ ସାଗରଙ୍କ ରାମାୟଣ ଟିଭି ସିରିଏଲ ରାମଭକ୍ତ ମାନଙ୍କ ମନରେ ଶ୍ରୀରାମ ଚରିତ ଭାବନାକୁ ଜୀବନ୍ତ କରି ଶ୍ରୀ ରାମ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ ଏହି ନୂଆ କାଯ୍ଯକ୍ରମର ଶୁଭାରମ୍ଭ ମନ୍ଦିର ମାଳିନୀ ନଗରୀ ଭୁବନେଶ୍ୱରରେ କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.