Below header

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ ସିଂ ରାଓ୍ଵତଙ୍କ ଇସ୍ତଫା

ଆଜି ଉତ୍ତରାଖଣ୍ଡ ବିଜେପି ବିଧାୟକ ଦଳ ବୈଠକ

ଉତ୍ତରାଖଣ୍ଡ(କେନ୍ଯୁଜ୍): ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ ସିଂ ରାଓ୍ଵତଙ୍କ ଇସ୍ତଫା । ରାଜ୍ୟପାଳ ବେବି ରାଣୀଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ତୀରଥ ସିଂ । ଆଜି ଉତ୍ତରାଖଣ୍ଡ ବିଜେପି ବିଧାୟକ ଦଳ ବୈଠକ ବସିବ । ୩ ଦିନ ଦିଲ୍ଲୀରେ ଥିଲେ ତୀରଥ ସିଂ ରାଓ୍ଵତ । ବିଜେପି ନେତୃତ୍ୱଙ୍କ ସହ ଆଲୋଚନା ପରେ ଗତକାଲି ଫେରିଥିଲେ ଡେରାଡୁନ୍‌ ।

ଆଜି ଉତ୍ତରାଖଣ୍ଡ ବିଜେପି ବିଧାୟକ ଦଳ ବୈଠକ ବସିବ । ଏଥିରେ ବିଜେପି ପକ୍ଷରୁ ନରେନ୍ଦ୍ର ସିଂହ ତୋମାର ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେବେ । ଗତ ମାର୍ଚ୍ଚରେ ତ୍ରିଭେନ୍ଦ୍ର ସିଂ ରାଓ୍ଵତ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ତୀରଥ ସିଂ ରାଓ୍ଵତ । ୪ ମାସର କାର୍ଯ୍ୟକାଳ ଭିତରେ ବହୁ ବାଦ ବିବାଦରେ ଛନ୍ଦି ହୋଇଥିଲେ ତୀରଥ ସିଂ ।

କେତେକ ଘୋଷଣାକୁ ନେଇ ତାଙ୍କ ଉପରେ ଜନସାଧାରଣ ଅସନ୍ତୁଷ୍ଟ ଥିବା ଦିଲ୍ଲୀ ନେତୃତ୍ୱଙ୍କୁ ଜଣାଇଥିଲେ ଉତ୍ତରାଖଣ୍ଡ ବିଜେପି ନେତା । ନୂଆ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଅଛନ୍ତି ସତପାଲ ମହାରାଜ ଓ ଧନସିଂ ରାଓ୍ଵତ । ତ୍ରିଭେନ୍ଦ୍ରଙ୍କ ଇସ୍ତାଫା ପରେ ବି ଧନସିଂଙ୍କ ନାଁ ଚର୍ଚ୍ଚାରେ ଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.