ବୈଷ୍ଣବଙ୍କ ‘ବେବି ଅନ ବୋର୍ଡ’ ଟୁଇଟର ଫଟୋ ଭାଇରାଲ, ଟ୍ରେନର ବଦଳୁଥିବା ଚିତ୍ର ଦେଖାଉଛନ୍ତି ମନ୍ତ୍ରୀ

କେନ୍ୟୁଜ୍‌(ବ୍ୟୁରୋ): କେନ୍ଦ୍ରୀୟ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ‘ବେବି ଅନ ବୋର୍ଡ’ ଟୁଇଟ ଖୁବ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ମନ୍ତ୍ରୀ ଲେଖିଛନ୍ତି ‘ବେବି ଅନ ବୋର୍ଡ! ପ୍ଲେନ ସିଟ୍‌ ଓର ଟ୍ରେନ ସିଟ୍‌? ଗେସ୍‌!?’

ଟ୍ଵିଟକରି ସେୟାର କରିଥିବା ଏହି ଫଟୋରେ ଜଣେ ଶିଶୁ ଟ୍ରେନର ସିଟ୍‌ରେ ଖେଳୁଛି । ଶିଶୁଟି ବେଶ ଆରାମରେ ଖେଳୁଥିବା ଦେଖିବାକୁ ମିଳୁଛି । ଏହାସହ ବେଳେବେଳେ ଝରକା ଆଡ଼କୁ ଆନାଉଛି । ଟ୍ରେନ ଚାଳୁଥିବା ବେଳେ ବାହାର ଦୃଶ୍ୟକୁ ଦେଖି ଶିଶୁଟି ଖୁସି ଅନୁଭବ କରୁଛି । ଏହାସହ ସିଟ୍‌ରେ ସେ ବେଶ ଆରାମରେ ବସିଥିବା ଦେଖାଯାଉଛି । ଏହି ଫଟୋ ସେୟାର କରି ମନ୍ତ୍ରୀ ଟ୍ରେନର ବଦଳିଥିବା ଚିତ୍ର ବାବଦରେ ଦେଖାଇବାକୁ ଚାହୁଁଛନ୍ତି ।

ଫଟୋରେ ଦେଖାଯାଇଛି କି ଟ୍ରେନରେ ଆରାମ ଦାୟକ ସିଟ୍‌ ରହିଛି । । ଏହାସହ ଶୀତତାପ ନିୟନ୍ତ୍ରିତ ବଗି ବେଶ ସଫା ସୁତରା ଥିବା ଜଣା ପଡ଼ୁଛି । ଶିଶୁଟିର ବାମ ପଟରେ ଦୁଇଟି ଆରାମ ଦାୟକ ସିଟ୍‌ ରହିଛି । ଯେଉଁଥିରେ ଆପଣଙ୍କୁ ବିମାନ ଯାତ୍ରାର ସୁଖ ପ୍ରଦାନ କରିବ । ଏହି ଟ୍ଵିଟରେ କିନ୍ତୁ ସାଧାରଣ ଲୋକେ ଟ୍ରେନର ବିଭିନ୍ନ ଅବ୍ୟବସ୍ଥାର ଫଟୋ ଟ୍ଵିଟକରି ରିପ୍ଲାଇ ଦେଉଥିବାର ଦେଖିବାକୁ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.