ଚଳନ୍ତା ଟ୍ରେନ୍ରେ ଚଢ଼ିବାକୁ ଚେଷ୍ଟା କରୁଥିଲେ ବ୍ୟକ୍ତି ମାତ୍ର ଅଚାନକ ପାଦ ଖସିଗଲା, ଭିଡିଓରେ ଦେଖନ୍ତୁ ତା’ପରେ କ’ଣ ହେଲା

ସବୁବେଳେ ଅତି ସାବଧାନତାର ସହ ଟ୍ରେନ୍ରେ ଚଢ଼ିବା ଓ ଓହ୍ଲାଇବା ଉଚିତ। ନଚେତ୍ ଗୋଟିଏ ଛୋଟ ଭୁଲ ପାଇଁ ଜୀବନ ବି ଯାଇପାରେ। ଟ୍ରେନ୍ରେ ଚଢ଼ିବା ବେଳେ ସାମାନ୍ୟ ଅସାବଧାନତା ଜଣେ ବ୍ୟକ୍ତିଙ୍କ ପାଇଁ କିଭଳି ଘାତକ ସାଜିଛି ତାହାର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି। ଭିଡିଓଟି ମୁମ୍ବାଇର ହୋଇଥିବା ବେଳେ ଜଣେ ପୋଲିସ କନେଷ୍ଟବଳଙ୍କ ଯୋଗୁ ଅଳ୍ପକେ ବ୍ୟକ୍ତିଙ୍କ ଜୀବନ ବର୍ତ୍ତିଯାଇଛି।
ଦେଖନ୍ତୁ ଭିଡିଓ:
Your Safety Is In Good Hands!
PC Yogesh Hiremath was at Dahisar Railway Station when a young man almost fell in the platform gap while trying to board a moving train.
The alert officer managed to pull him out before anything untoward happened.#MumbaiFirst pic.twitter.com/1qFToEmceE
— Mumbai Police (@MumbaiPolice) January 4, 2021
ଭିଡିଓରେ ଦେଖାଯାଇଛି ଯେ ଟ୍ରେନ୍ରେ ଚଢ଼ିବା ବେଳେ ଜଣେ ବ୍ୟକ୍ତିଙ୍କ ପାଦ ଖସିଯାଉଛି ଓ ସେ ପ୍ଲାଟଫର୍ମରେ ପଡ଼ିଯାଉଛନ୍ତି। ମାତ୍ର କିଛି ଅଘଟଣ ଘଟିବା ପୂର୍ବରୁ ରେଳ ଷ୍ଟେସନ୍ରେ ଉପସ୍ଥିତ ଥିବା ପିସି ଯୋଗେଶ ହିରେମଥ ତାଙ୍କୁ ଘୋଷାଡ଼ି ଆଣିଛନ୍ତି ଓ ତାଙ୍କ ଜୀବନ ବଞ୍ଚିଯାଇଛି। ଏହି ଘଟଣା ଦହିସର ରେଳ ଷ୍ଟେସନ୍ର ମୁମ୍ବାଇ ଉପନଗରୀୟ ରେଲୱେ ନେଟ୍ଓ୍ଵାର୍କର ପଶ୍ଚିମ ଲାଇନ୍ରେ ଘଟିଛି।
ଏବେ ଏହି ଘଟଣାର ଭିଡିଓ ଭାଇରାଲ ହେଉଛି। ମୁମ୍ବାଇ ପୋଲିସର ଅଫିସିଆଲ ୱେବ୍ସାଇଟ୍ ଟ୍ଵିଟର ହ୍ୟାଣ୍ଡେଲରେ ଏହି ଭିଡିଓକୁ ସେୟାର କରାଯାଇଛି। ଭିଡିଓକୁ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମରେ ହଜାରେରୁ ଊର୍ଦ୍ଧ୍ୱ ଥର ଦେଖାସରିଲାଣି। ଚଳିତବର୍ଷ ମୁମ୍ବାଇ ପୋଲିସର ଏହା ଦ୍ୱିତୀୟ ଉଦ୍ଧାର। ଜାନୁଆରୀ ୧ ତାରିଖରେ ମୁମ୍ବାଇ ପୋଲିସର ଜଣେ କନେଷ୍ଟବଳ ରେଲୱେ ଟ୍ରାକ୍ରେ ଫସିଥିବା ଜଣେ ୬୦ ବର୍ଷୀୟ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇଥିଲେ।