ଏଇଥିପାଇଁ ଶ୍ରୀକୃଷ୍ଣଙ୍କର ଥିଲେ ୧୬ ହଜାରରୁ ଅଧିକ ପତ୍ନୀ

ଭାରତରେ ବିଭିନ୍ନ ଦେବାଦେବୀଙ୍କୁ ନେଇ ବହୁତ କାହାଣୀ ରହିଛି । ସେହିପରି ଶ୍ରୀକୃଷ୍ଣଙ୍କ ଚମତ୍କାରୀତା ବିଷୟରେ ମଧ୍ୟ ଅନେକ କାହାଣୀ ରହିଛି । ରାଧାଙ୍କ ସହ ତାଙ୍କର ନୀବିଡ଼ ପ୍ରେମ ସହ ଆଠ ଜଣ ସୁନ୍ଦର ରାଜକୁମାରୀଙ୍କୁ ମଧ୍ୟ ବିବାହ କରିଥିଲେ ଶ୍ରୀକୃଷ୍ଣ । ଯାହାଙ୍କୁ ଶ୍ରୀକୃଷ୍ଣଙ୍କର ଅଷ୍ଟ ପାଟରାଣୀ ବୋଲି ମଧ୍ୟ କୁହାଯାଏ । ଏହାପରେ ମଧ୍ୟ ଶ୍ରୀକୃଷ୍ଣଙ୍କର ୧୬ ୦୦୦ ପତ୍ନୀ ଥିଲେ । ଏହି ବିଷୟ ସମସ୍ତଙ୍କୁ ଚକିତ କରେ ଯେ କ’ଣ ପାଇଁ ଶ୍ରୀକୃଷ୍ଣଙ୍କର ଏତେ ପତ୍ନୀ ଥିଲେ । ଏହା ପଛର କାରଣ କ’ଣ ।

ଆହୁରି ମଧ୍ୟ ଅନ୍ୟ କିଛି ପୈାରାଣିକ ମତ ଅନୁଯାୟୀ ଶ୍ରୀକୃଷ୍ଣଙ୍କର ୧୬୧୦୮ ପତ୍ନୀ ଥିଲେ ବୋଲି କୁହାଯାଇଛି । ଶାସ୍ତ୍ରରେ ମଧ୍ୟ ଆହୁରି କୁହାଯାଇଛି ଯେ ଶ୍ରୀକୃଷ୍ଣ ରାଧାଙ୍କୁ ବିବାହ କରିନଥିଲେ । ଶ୍ରୀକୃଷ୍ଣଙ୍କ ଅଷ୍ଟ ପାଟରାଣୀଙ୍କ ମଧ୍ୟରେ ଥିଲେ ରୁକ୍ମଣୀ, ସତ୍ୟଭାମା, ଜାମ୍ବବତୀ, କାଳିନ୍ଦୀ, ମିତ୍ରାବିନ୍ଦା,ନାଗନାଜିତି, ଭଦ୍ରା ଓ ଲକ୍ଷ୍ମଣା । ଯାହାଙ୍କୁ ଶ୍ରୀକୃଷ୍ଣ ବିବାହ କରିଥିଲେ । ତେବେ ଏମାନଙ୍କ ମଧ୍ୟରେ ଋକ୍ମଣୀ ଓ ସତ୍ୟଭାମା ପ୍ରଖ୍ୟାତ ଥିଲେ । ଏବେ ଆସନ୍ତୁ ଜାଣିବା ୧୬ ୦୦୦ ପତ୍ନୀଙ୍କ ବିଷୟରେ ।

radha-krishna

ସମସ୍ତେ ଜାଣନ୍ତି ଯେ ଶ୍ରୀକୃଷ୍ଣ ଜଣେ ଚମତ୍କାରୀ ରାଜା ଥିଲେ । ତାଙ୍କ ସମୟରେ ଯାହା କିଛି ବି ଘଟୁଥିଲା ସେଥିରେ କିଛି ରହସ୍ୟ ଲୁଚି ରହିଥିଲା । ତେଣୁ ତାଙ୍କର ୧୬ ୦୦୦ ପତ୍ନୀ ଗ୍ରହଣ କରିବା ପଛରେ ମଧ୍ୟ କୃଷ୍ଣଙ୍କ ଲୀଳା ଥିବା କଥାକୁ ବିଚାର କରାଯାଇପାରେ । ଭାଗବତ ପୁରାଣରେ କୁହାଯାଇଛି ଯେ ଶ୍ରୀକୃଷ୍ଣଙ୍କ ସବୁ ପତ୍ନୀଙ୍କୁ ଗୋଟିଏ ଲେଖାଏଁ ଘର ଓ ଶହେରୁ ଉର୍ଦ୍ଧ୍ୱ ସେବିକା ଦିଆଯାଇଥିଲା । ଶ୍ରୀକୃଷ୍ଣ ନିଜକୁ ମଧ୍ୟ ସବୁ ପତ୍ନୀଙ୍କ ମଧ୍ୟରେ ଅଲଗା ଅଲଗା ଭାବେ ବାଣ୍ଟିପାରୁଥିଲେ ।

shrikishna

ଖାଲି ସେତିକି ନୁହେଁ ଶ୍ରୀକୃଷ୍ଣ ଏକ ସମୟରେ ହିଁ ସବୁ ପତ୍ନୀଙ୍କ ସହ ରାତି ମଧ୍ୟ ବିତାଇ ପାରୁଥିଲେ । ଏହି କାରଣରୁ ସବୁ ପତ୍ନୀ ବ୍ୟକ୍ତିଗତ ଭାବେ ଶ୍ରୀକୃଷ୍ଣଙ୍କର ସେବା କରିପାରୁଥିଲେ । କିମ୍ବଦନ୍ତୀ ଅନୁଯାୟୀ, ଏହି ୧୬୦୦୦ ପତ୍ନୀ ପୂର୍ବ ଜନ୍ମରେ ଋଷି ଥିଲେ । ସେମାନେ ଶ୍ରୀକୃଷ୍ଣଙ୍କୁ ପ୍ରାର୍ଥନା କରିଥିଲେ ଯେ ସେ ଯେତେବେଳେ ଧରାପୃଷ୍ଠରେ ଜନ୍ମ ନେବେ ସେତେବେଳେ ଋଷିମାନେ ତାଙ୍କର ଏକ ଅଂଶ ବନିବେ ଓ ଶ୍ରୀକୃଷ୍ଣଙ୍କ ପାଖରେ ରହି ତାଙ୍କର ଭଲ ମନ୍ଦ ଦେଖିବେ ।

ଭଗବାନ ବିଷ୍ଣୁ ସେତେବେଳେ ଏହି ଋଷିମାନଙ୍କୁ ବରଦାନ ଦେଇଥିଲେ । କିଛି କାହାଣୀରେ ଏପରି କୁହାଯାଇଛି ଯେ ଏହି ୧୬୧୦୦ ମହିଳା ଥିଲେ ଗୋପାଙ୍ଗନା । ଯେଉଁମାନେ କୃଷ୍ଣଙ୍କ ବିନା ଅନ୍ୟକାହାକୁ ବିବାହ କରିବାକୁ ଚାହୁଁ ନଥିଲେ । ଯେଉଁଥିପାଇଁ ସେମାନେ ସାରା ଜୀବନ ଅବିବାହିତ ରହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.