ଆକ୍ରମଣ ପରେ ବୈଦେଶିକ ମନ୍ତ୍ରାଳୟ ସଚିବ ବିଜୟ ଗୋଖଲେଙ୍କ ପ୍ରେସମିଟ୍‌

କେନ୍ୟୁଜ୍ : ପିଓକେରେ ଆକ୍ରମଣ ପରେ ବୈଦେଶିକ ମନ୍ତ୍ରାଳୟ ସଚିବ ବିଜୟ ଗୋଖଲେଙ୍କ ପ୍ରେସମିଟ୍‌। ପୁଲଓ୍ଵାମାରେ ଜୈଶ ଆତଙ୍କବାଦୀ ହମଲା କରିଥିଲା। ୨୦ ବର୍ଷ ହେବ ପାକିସ୍ତାନରେ ଜୈଶ ସକ୍ରିୟ ଅଛି। ବାଲାକୋଟରେ ଜୈଶର ସବୁଠାରୁ ବଡ଼ କ୍ୟାମ୍ପ ରହିଛି। ବହାବଳପୁରରେ ଜୈଶର ମୁଖ୍ୟାଳୟ ଅଛି। ଗୁଇନ୍ଦା ସୂତ୍ରରୁ ଖବର ପାଇ ଆକ୍ରମଣ କରାଯାଇଥିବା ବିଜୟ ଗୋଖଲେ ସୂଚନା ଦେଇଛନ୍ତି। ବାୟୁସେନା ପକ୍ଷରୁ ବିଳମ୍ବିତ ରାତିରେ ଆକ୍ରମଣ କରାଯାଇଥିଲା। ‘ପାକିସ୍ତାନର F16 ଆକ୍ରମଣ ପାଇଁ ଉଦ୍ୟମ କରିଥିଲା। ଆଉ ଏକ ଆତଙ୍କୀ ଆକ୍ରମଣ ପାଇଁ ଉଦ୍ୟମ କରୁଥିଲା ଜୈଶ, ‘ତେଣୁ ତା’ଆଗରୁ ଆକ୍ରମଣ ଜରୁରୀ ଥିଲା ବୋଲି ବିଜୟ ଗୋଖଲେ କହିଛନ୍ତି।

Leave A Reply

Your email address will not be published.