ବୈଦିକ ଶିକ୍ଷା ବୋର୍ଡର ମୁଖ୍ୟ ହୋଇପାରନ୍ତି ବାବା ରାମଦେବ

ଯୋଗ ଗୁରୁ ବାବା ରାମଦେବ ଦେଶର ପ୍ରଥମ ସରକାରୀ ମାନ୍ୟତା ପ୍ରାପ୍ତ ବୋର୍ଡ ବୈଦିକ ଶିକ୍ଷାର ମୁଖ୍ୟ ହୋଇପାରନ୍ତି। ବୈଠକରେ ବାବା ରାମଦେବଙ୍କ ନା ଚୟନ କରାଯାଇଛି। ଭାରତୀୟ ଶିକ୍ଷା ବୋର୍ଡର ସ୍ଥାପନା ପାଇଁ ଚଳିତ ସପ୍ତାହରେ ମାନବ ସାଂସଦ ବିକାଶ ମନ୍ତ୍ରୀ ପ୍ରକାଶ ଜାବେଦକରଙ୍କର ଅଧ୍ୟକ୍ଷତାରେ ମହର୍ଷି ସଂନ୍ଦୀପନି ରାଷ୍ଟ୍ରିୟ ବେଦବିଦ୍ୟା ପ୍ରତିଷ୍ଠାନର ଗଭର୍ନର କାଉନସିଲର ୫ସଦସ୍ୟଙ୍କ ମଧ୍ୟରେ ବୈଠକ କରାଯିବ। ଯେଉଁଥିରେ ଏହା ଉପରେ ଆଲୋଚନା କରାଯିବ।

baba-ramdev3ଏହାର ଅନ୍ୟ ମୁକାବିଲାରେ ‘ଦ ରିତାଣ୍ଟ ବାଲାନ୍ସଡ ଏଜୁକେଶନ ଫାଉଣ୍ଡେସନ’ ସହ ସାମିଲ ଅଛି, ଯାହା ଏମିଟି ଦ୍ବାରା ପରିଚାଳିତ ହୋଇଥାଏ। ଏହା ବ୍ୟତୀତ ପୂନେ ସ୍ଥିତ ମହାରାଷ୍ଟ୍ର ପ୍ରୋଧ୍ୟୋଗିକୀ ଏହାର ଅନ୍ୟ ଅନ୍ୟ ମୁକାବିଲାରେ ଭାଗ ନେଇଥିଲା। ସୁତ୍ର ଅନୁସାରେ ପତଞ୍ଜଳି ଯୋଗପୀଠର ପ୍ରତିନିଧିତ୍ବ କରୁଥିବା ଆଚାର୍ଯ୍ଯ ବାଳକୃଷ୍ଣ ବୋର୍ଡର ବିକାଶ ପାଇଁ ୨୧କୋଟି ଟଙ୍କା ଖର୍ଚ୍ଚ କରିବା ପାଇଁ ଆଲୋଚନା କରିଛନ୍ତି।