Below header

ପୁଅ ଅମର ଏନ୍‌କାଉଣ୍ଟରରେ ନିହତ ପରେ ବଞ୍ଚି ଉଠିଲା ବାପ, ପୋଲିସ ହାତରେ ଧରାପଡ଼ିଲା ୭ ବର୍ଷ ତଳେ ମୃତ ଘୋଷିତ ଡନ୍‌ ସଂଜୀବ ଦୁବେ

କାନପୁର : କୁଖ୍ୟାତ ଡନ୍‌ ବିକାଶ ଦୁବେର ଡାହାଣ ହାତ କୁହାଯାଉଥିବା ଅମର ଦୁବେ ପୋଲିସ ଏନ୍‌କାଉଣ୍ଟରରେ ନିହତ ହେବା ପରେ ଏକ ଚକିତ କଲାଭଳି ଖବର ଆସିଛି ସାମ୍‌ନାକୁ ।

୭ ବର୍ଷ ତଳେ ପୋଲିସ ରେକର୍ଡରେ ମୃତ ଘୋଷଣା ହୋଇଥିବା ଅମର ଦୁବେର ବାପା ସଂଜୀବ ଦୁବେକୁ ପୋଲିସ ଆଜି ଗିରଫ କରିଛି । ସଂଜୀବ ନାମରେ ଏକାଧିକ ହତ୍ୟା ଉଦ୍ୟମ, ଲୁଟ୍‌ ଓ ଲୋକଙ୍କୁ ଧମକାଇ ଟଙ୍କା ଆଦାୟ କରିବା ଭଳି ମାମଲା ରହିଛି ।

ସେ ୭ ବର୍ଷ ତଳେ ଏକ ଦୁର୍ଘଟଣାରେ ଗୋଡ଼ ହରାଇ ଥିବା ବେଳେ ମାମଲାରୁ ଖସି ଯିବା ପାଇଁ ନିଜର ମୃତ୍ୟୁ ଘୋଷଣା କରିଥିଲା । ପରିବାର ଲୋକଙ୍କୁ ମଧ୍ୟ ମୃତ୍ୟୁ ଘୋଷଣା କରିବା ପାଇଁ ଚାପ ପ୍ରୟୋଗ କରିଥିଲା ।

amar dubey.JPG-0

ଫଳରେ ସେ ପୋଲିସ ରେକର୍ଡରେ ମୃତ ଥିବାରୁ ତା’ର ଅପରାଧୀକ ଫାଇଲ୍‌ ସବୁ ବନ୍ଦ ହୋଇଯାଇଥିଲା । ବିକାଶ ଦୁବେର ଡାହାଣ ହାତ ଥିବା ଡନ୍‌ ଅମର ପୋଲିସ ଏନ୍‌କାଉଣ୍ଟରରେ ନିହତ ହେବା ଖବର ଦେବାକୁ ପୋଲିସ ଯାଇଥିବା ବେଳେ ସଂଜୀବ ଜୀବିତ ଥିବା କୈାଣସି ସୂତ୍ରରୁ ଜାଣିବାକୁ ପାଇଥିଲା ।

ସୂଚନାଦାତାଙ୍କ ସହଯୋଗରେ ପୋଲିସ୍‌ ସଂଜୀବ ଲୁଚିଥିବା ସ୍ଥାନରେ ଚଢ଼ଉ କରି ସଂଜୀବକୁ ଗିରଫ କରିଥିଲା । ୭ ବର୍ଷ ଧରି ପୋଲିସ୍‌ ରେକର୍ଡରେ ମୃତ ଥିବା ସଂଜୀବକୁ ପୋଲିସ ଗିରଫ କରିବା ପରେ ତା’ର ସବୁ ଅପରାଧୀକ ଫାଇଲ୍‌ ପୁଣି ଥରେ ଖୋଲାଯିବ ବୋଲି ଜଣାପଡିଛି ।

ଗତ ସାତ ବର୍ଷ ଧରି ଲୋକଲୋଚନ ଆଢୁଆଳରେ ରହିଆସିଥିବା ସଂଜୀବ ଏବେ ପୁଅ ଅମର ଦୁବେର ମୃତ୍ୟୁ ପରେ ବାହାରକୁ ବାହାରିବା ପରେ ପୋଲିସ ହାତରେ ଧରାପଡିଛି । ପ୍ରକାଶଯୋଗ୍ୟ ଯେ ଇତି ମଧ୍ୟରେ ବିକାଶ ଦୁବେର ପୋଷ୍ଟମର୍ଟମ ସାରି ପୋଲିସ ଘର ଲୋକଙ୍କୁ ଶବ ହସ୍ତାନ୍ତର କରିଛି । ବିକାଶର ମୃତ୍ୟୁ ସହିତ ତା’ର ସମସ୍ତ ଅପରାଧୀକ ଫାଇଲ୍‌ ବନ୍ଦ ହୋଇଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.