ନାଗରିକତା ସଂଶୋଧନ ଆଇନକୁ ନେଇ ବ୍ୟାପୁଛି ଅଶାନ୍ତି, ପଶ୍ଚିମବଙ୍ଗ ଓ ଆସାମର ହିଂସାର ପ୍ରଭାବ ପଡିଛି ଓଡ଼ିଶାରେ

କେନ୍ୟୁଜ୍(ବ୍ୟୁରୋ): ଦିଲ୍ଲୀରେ ଜଳିଲା ବସ୍‌ । ତିନୋଟି ବସରେ ନିଆଁ ଲଗାଇଲେ ଆନ୍ଦୋଳନକାରୀ । ଜାମିଆ ୟୁନିଭରସିଟିର ଛାତ୍ର ଆନ୍ଦୋଳନ ଉଗ୍ର ହେବାରେ ଲାଗିଛି । ୟୁନିଭରସିଟି ପାଖ ଫ୍ରେଣ୍ଡସ କଲୋନୀ ଆଗରେ ବସକୁ ଜାଳିଦେଲେ ଆନ୍ଦୋଳନକାରୀ । ଏହାସହ ପୋଲିସ ଉପରକୁ ପଥର ମାଡ କରିଛନ୍ତି । ଦମକଳବାହିନୀ କର୍ମଚାରୀଙ୍କୁ ମଧ୍ୟ ଆକ୍ରମଣ କରାଯାଇଛି । ପୋଲିସ ମଧ୍ୟ ପାଲଟା ଆକ୍ରମଣ କରି ଆନ୍ଦୋଳନକାରୀଙ୍କୁ ଘଉଡାଇବାକୁ ଉଦ୍ୟମ କରିଛି । ଘଟଣା ପରେ ବ୍ୟାପକ ସଂଖ୍ୟାରେ ପୋଲିସ ମୁତୟନ କରାଯାଇଛି । ଦୁଇ ଦିନ ଧରି ଚାଲିଥିବା ଆନ୍ଦୋଳନ ଆଜି ଉଗ୍ର ରୂପ ନେଇଛି । ନାଗରିକତା ସଂଶୋଧନ ଆଇନକୁ କଡ଼ା ବିରୋଧ କରି ଏଭଳି କାଣ୍ଡ ଘଟାଇଛନ୍ତି ଆନ୍ଦୋଳନକାରୀ ।

ପଶ୍ଚିମବଙ୍ଗ ଓ ଆସାମରେ ତେଜିଲା ଆନ୍ଦୋଳନ । ନାଗରିକତା ସଂଶୋଧନ ଆଇନକୁ କଡ଼ା ବିରୋଧ । ତିନି ଦିନରେ ପହଁଚିଲା ଆନ୍ଦୋଳନ । ମାନିବାକୁ ନାରାଜ ଆନ୍ଦୋଳନକାରୀ । ନାକେଦମ ପୋଲିସ । ଦୁଇ ରାଜ୍ୟର ଅଧିକାଂଶ ଅଞ୍ଚଳରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି । ପରିସ୍ଥିତି ଆୟତ୍ତ କରିବାରେ ଆସାମ ଓ ପଶ୍ଚିମବଙ୍ଗ ସରକାର ଫେଲ । ଆନ୍ଦୋଳନକାରୀ ଟ୍ରେନ ବସ, ଷ୍ଟେସନ ଓ ଟୋଲ ପ୍ଲାଜା ଆଦିରେ ନିଆଁ ଲଗାଇଥିବା ଜଣାପଡିଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ନିବେଦନ କରିଥିବା ବେଳେ ଯଦି କେହି ନିୟମକୁ ହାତକୁ ନିଅନ୍ତି ତେବେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

ପଶ୍ଚିମବଙ୍ଗ ଓ ଆସାମରେ ହିଂସାକାଣ୍ଡ । ହେଲେ ଓଡ଼ିଶାରେ ଏହାର ବଡ଼ ପ୍ରଭାବ । ଓଡିଶାରେ ଟ୍ରେନ ସେବା ବାଧାପ୍ରାପ୍ତ ହୋଇଛି । ପୁରୀରୁ ଗତକାଲି ୧୧ଟି ଟ୍ରେନ ବାତିଲ ହୋଇଥିବାବେଳେ ଆଜି ପୁରୀ ସାନ୍ତ୍ରାଗାଛି ଟ୍ରେନ ଭଦ୍ରକ ଯାଏଁ ବାତିଲ ହୋଇଛିାପୁରୀ-ଖୋର୍ଦ୍ଧା ପାସେଞ୍ଜର୍‌, ହାଓ୍ଵଡା-ପୁରୀ ପାସେଞ୍ଜର ଓ ପୁରୀ-ଚେନ୍ନାଇ ଏକ୍ସପ୍ରେସକୁ ସଂପୁର୍ଣ୍ଣ ବାତିଲ କରାଯାଇଛି । ତିରୁପତି-ହାଓ୍ଵଡା, ଚେନ୍ନାଇ-ହାଓ୍ଵଡା, କରମଣ୍ଡଳ ଏକ୍ସପ୍ରେସ, ଦିଘା-ପୁରୀ ଏକ୍ସପ୍ରେସକୁ ବାତିଲ କରାଯାଇଛି । ଟ୍ରେନ ବାତିଲ ଯୋଗୁଁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଛନ୍ତିା ସେହିପରି ବସ ଯାତାୟତ ମଧ୍ୟ ସମ୍ଭବ ହୋଇପାରିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.