Below header

ଯାଜପୁର: ସେଲ୍ଫି ହେଲା କାଳ, ଗାଧୋଇବାକୁ ଯାଇ ସେଲ୍ଫି ନେଉଥିବା ବେଳେ ବୁଡିଗଲେ ୨ ଭଉଣୀ

ଯାଜପୁର ଟାଉନ(କେନ୍ୟୁଜ୍): ସେଲ୍ଫି ହେଲା କାଳ। ଗାଧୋଇବାକୁ ଯାଇ ସେଲ୍ଫି ନେଉଥିବା ବେଳେ ବୁଡିଗଲେ ୨ ଭଉଣୀ । ଜଣେ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ଜଣେ ନିଖୋଜ ଅଛି । ଏଭଳି ଅଘଟଣ ଘଟିଛି ସଦର ଥାନା ଖରଶ୍ରୋତା ନଦୀର ତନ୍ତିଘାଇ ଠାରେ । ସ୍ଥାନୀୟ ଏରବାଙ୍କ ଗ୍ରାମର 2 ସମ୍ପର୍କୀୟ ଭଉଣୀ ନିକଟସ୍ଥ ତନ୍ତିଘାଇକୁ ଗାଧୋଇବାକୁ ଯାଇଥିବା ବେଳେ ସେଠାରେ ଫଟୋ ଉଠାଉଥିବା ବେଳେ ଉଭୟ ନଦୀ ଭିତରକୁ ଖସି ପଡିଥିଲେ । ସେଠାରେ ଉପସ୍ଥିତ ଥିବା ଲୋକେ ନାଜରିନ ବେଗମ ଙ୍କୁ ଉଦ୍ଧାର କରିଥିବା ବେଳେ ସାଇସ୍ତା ବେଗମ ଏବେବି ନିଖୋଜ ଅଛି । ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀ ସେଠାରେ ପହଁଚି ଉଦ୍ଧାର କାର୍ଯ୍ୟ ଚଳଇଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.