Below header

ଦୃଷ୍ଟିହୀନ ମହିଳାଙ୍କୁ ବିମାନରୁ ଓହ୍ଲାଇବା ପାଇଁ ଭୁଲିଗଲା ଭିସ୍ତାରା, କ୍ଷମା ମାଗିଲା ଏୟାରଲାଇନ୍ସ

ଭିସ୍ତାର ଏୟାରଲାଇନ୍ସର ଅବହେଳା । ଦୃଷ୍ଟିହୀନ ମହିଳାଙ୍କୁ ବିମାନରୁ ନ ଓହ୍ଲାଇ ଅଧଘଣ୍ଟା ଯାଏଁ ରଖିଲା । ଅନ୍ୟ ସ୍ଥାନକୁ ଉଡାଣ ଭରିବାକୁ ଥିବା ବିମାନ ବିଷୟରେ ଜାଣିବା ପରେ ବୃଦ୍ଧା ମହିଳା ଜଣକ ଆଲାର୍ମ ମାରିବା ପରେ ବିମାନ କର୍ମଚାରୀ ତାଙ୍କୁ ବିମାନରୁ ବାହାର କରିଥିଲେ ।

ଦୃଷ୍ଟିହୀନ ବୃଦ୍ଧାଙ୍କୁ ବିମାନରୁ ଓହ୍ଲାଇବାକୁ ଭୁଲିଗଲା ଭିସ୍ତାରା ବିମାନ । ବିମାନଟି ଲ୍ୟାଣ୍ଡ କରିବା ପରେ କର୍ମଚାରୀ ସହଯୋଗ ନ କରିବାରୁ ସେ ପ୍ରାୟ ଅଧ ଘଣ୍ଟା କାଳ ଏକୁଟିଆ ବିମାନରେ ବସି ରହିଲେ। ବିମାନଟି ପୁଣି ଥରେ ଉଡ଼ିବାକୁ ପ୍ରସ୍ତୁତି ଚଳାଇଥିବା ଜାଣିପାରି ବୃଦ୍ଧାଜଣକ ଆଲାର୍ମ ମାରିଥିଲେ। ଫଳରେ ତାଙ୍କୁ ବିମାନ ବାହାରକୁ ଅଣାଯାଇଥିବା ଜଣାଯାଇଛି। ଏହି ଘଟଣା ପରେ ବିମାନ କମ୍ପାନୀ ଉପରେ ବର୍ଷି ଜବାବ ମାଗିଛନ୍ତି ବୃଦ୍ଧାଙ୍କ ପୁଅ ।

ବୃଦ୍ଧାଙ୍କ ପୁଅ ଆୟୂଷ କେଜ୍ରିୱାଲ କରିଥିବା ଟ୍ୱିଟ ଅନୁଯାୟୀ, ୩୧ ଅଗଷ୍ଟରେ ତାଙ୍କ ମା’ ଭିସ୍ତାରା ବିମାନରେ ଦିଲ୍ଲୀରୁ କୋଲକତା ଯାଇଥିଲେ। ଦୃଷ୍ଟିହୀନା ମହିଳା ଯୋଗୁଁ ସେ ସହାୟତା ବିକଳ୍ପ ଯାତ୍ରା ଚୟନ କରିଥିଲେ । କୋଲକତାରେ ବିମାନଟି ଅବତରଣ କରିଥିବା ବେଳେ ସମସ୍ତ ଯାତ୍ରୀ ଓହ୍ଲାଇଥିଲେ। ବୃଦ୍ଧାଜଣକ ମଧ୍ୟ ବିମାନରୁ ଓହ୍ଲାଇବାରେ ତାଙ୍କୁ ସହଯୋଗ କରିବାକୁ କର୍ମଚାରୀଙ୍କୁ ଅନୁରୋଧ କରିଥିଲେ। ଏହା ଶୁଣି କିଛି ସମୟ ଅପେକ୍ଷା କରିବାକୁ କର୍ମଚାରୀମାନେ ତାଙ୍କୁ କହିଥିଲେ। ମାତ୍ର ସମସ୍ତେ ବିମାନରୁ ଓହ୍ଲାଇ ଯାଇଥିବା ବେଳେ ବୃଦ୍ଧାଜଣକ ପ୍ରାୟ ଅଧ ଘଣ୍ଟା କାଳ ବିମାନରେ ଏକା ବସି ରହିଥିଲେ।

ପରେ ବିମାନଟି ଆଣ୍ଡାମାନ ଯିବାକୁ ଉଡାଣ ଭରିବାକୁ ଥିବା ଜାଣିବା ପରେ ବୃଦ୍ଧା ଜଣକ ଆଲାର୍ମ ମାରିଥିଲେ । ଏହାପରେ ବିମାନ କର୍ମଚାରୀ ତାଙ୍କୁ ବିମାନରୁ ଆଣିଥିଲେ । ଏ ନେଇ ତାଙ୍କ ପୁଅ ଏୟାରଲାଇନ୍ସକୁ ଜବାବ ମାଗିଥିଲେ ।

ଏହାକୁ ନେଇ ଏୟାରଲାଇନ୍ସ ପକ୍ଷରୁ କୁହାଯାଉଛି କି, ଆପଣଙ୍କ ଅନୁଭବ ବିଷୟରେ ଜାଣି ଆମେ ଦୁଃଖିତ । ଭିସ୍ତାରାରେ ଆମେ ଉନ୍ନତ ସେବା ଦେଖାକୁ ଚେଷ୍ଟା କରୁଛି । ଯାତ୍ରୀଙ୍କ ସୁରକ୍ଷା ଆମର ସର୍ବୋଚ୍ଚ ପ୍ରାଥମିକତା । ଆଉ ଏହି ଘଟଣା ପାଇଁ କ୍ଷମା ମାଗିବା ସହିତ ଘଟଣାର ଯାଞ୍ଚ ହେବ ବୋଲି କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.