ବିବାହରେ ନିଆରା ପ୍ରଚେଷ୍ଟା, ଫୁଲକୁଣ୍ଡ ଦେଇ ଅତିଥିଙ୍କୁ କଲେ ନିମନ୍ତ୍ରଣ

ପର୍ଯ୍ୟାବରଣ ବିଷୟରେ ଲୋକମାନଙ୍କୁ ସଚେତନ କରାଇବା ପାଇଁ ଭୋପାଳରେ ଜଣେ ପରିବାର ବିବାହ କାର୍ଡ ପରିବର୍ତ୍ତେ ଫୁଲ କୁଣ୍ଡରେ ପୁଅ ଏବଂ ଝିଅର ନାଁ ସହ ଠିକଣା ଲେଖି ୪୦୦ ଲୋକମାନଙ୍କୁ ନିମନ୍ତ୍ରଣ କରିଛନ୍ତି। ଏହି କୁଣ୍ଡରେ ବିଭିନ୍ନ ପ୍ରକାର ଗଛ ଲଗାଯାଇଛି। ଏହାକୁ ଆଠ ମାସ ପୂର୍ବରୁ ସେ ଲଗାଇଥିଲେ। ରିପୋର୍ଟ ଅନୁଯାୟୀ ଭୋପାଳର ତୁଳସୀ ନଗରରେ ରହୁଥିବା ରାଜକୁମାର କନକନେଙ୍କ ପୁଅ ପ୍ରିୟାଂସୁଙ୍କ ବିବାହ ଗତ ୨୦ ନଭେମ୍ବରରେ ହୋଇଯାଇଛି। ବିବାହ ପୁର୍ବରୁ ଘର ଲୋକ କାର୍ଡ ବାଣ୍ଟିବା ପାଇଁ କହିଥିଲେ କିନ୍ତୁ ଏଥିରେ ବଡ ପୁଅ ପ୍ରତୀକ କହିଥିଲେ ଆମେ ବିବାହ ପାଇଁ ନିୟନ୍ତ୍ରଣ କରିବା ସହ ଏପରି କିଛି କରିବା, ଯାହା ଦ୍ୱାରା ଲୋକମାନେ ପର୍ଯ୍ୟାବରଣ ପ୍ରତି ସଚେତନ ହୋଇପାରିବେ। ଏହାପରେ ପରିବାର ଲୋକ ନିଷ୍ପତି ନେଇଥିଲେ ସେମାନେ ୮ମାସ ପୂର୍ବରୁ ଲଗାଇବା ଗଛରେ ପୁଅ-ଝିଅଙ୍କ ନାଁ ଏବଂ ଠିକଣା ଲେଖି ଅତିଥିମାନଙ୍କୁ ନିମନ୍ତ୍ରଣ କରିବେ।

ଏହାସହ ପଢନ୍ତୁ: ଅଧିକ ସନସ୍କ୍ରିନ୍‌ ଲୋସନ ଲଗାଉଥିଲେ ଏହି ମହିଳା, ଶେଷରେ ଭୋଗିବାକୁ ପଡିଲା ଏଭଳି ପରିସ୍ଥିତି

ଏହାବ୍ୟତୀତ ପରବାର ଲୋକ ଚିନ୍ତା କରିଥିଲେ ଲୋକମାନଙ୍କୁ କାର୍ଡ ଦେବା ପରେ ସେମାନେ କାର୍ଡ ବିଷୟରେ ଭୁଲି ଯାଇଥାନ୍ତି କିନ୍ତୁ ଯଦି ଏହି ଫୁଲକୁଣ୍ଡ ସେମାନଙ୍କ ଘରେ ରହିବ ତେବେ ସେମାନେ ସର୍ବଦା ଆମ ମାନଙ୍କୁ ମନେ ପକାଇବେ। ପ୍ରତୀକଙ୍କ କହିବା ଅନୁଯାୟୀ ଆମେ ଏହି ବିବାହରେ ବିଲକୁଲ୍‌ କାର୍ଡର ଆୟୋଜନ କରିନଥିଲୁ । କେବଳ ଫୁଲ କୁଣ୍ଡ ଦେଇ ଅତି୍‌ଥିମାନଙ୍କୁ ନିମନ୍ତ୍ରଣ କରିଥିଲୁ ଏବଂ ବାହାରେ ଥିବା ଅତିଥିମାନଙ୍କୁ ହ୍ଵାଟସଆପ୍‌ ମେସେଜ୍‌ ଜରିଆରେ ବିବାହରେ ଯୋଗ ଦେବା ପାଇଁ ଅନୁରୋଧ କରିଥିଲୁ। ଆମର ଏହି ପ୍ରଚେଷ୍ଟା ସଫଳ ହେବା ସହ ଲୋକମାନଙ୍କୁ ଏଥିପ୍ରତି ସଚେତନ କରାଇବା ଉଚିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.