Below header

ଆପଣଙ୍କ ଅଜାଣତରେ ଆକାଉଣ୍ଟରୁ କଟିଯିବ ଟଙ୍କା, ଥରେ ପଢ଼ନ୍ତୁ ଏହି ରିପୋର୍ଟ ଆଉ ଜାଣନ୍ତୁ କେମିତି ଜଣେ ମହିଳା ଏହାର ହୋଇଛନ୍ତି ଶିକାର

ଡିଜିଟାଲ ଦୁନିଆରେ ଏବେ ସବୁ କିଛି କାମ ସହଜରେ ହୋଇପାରୁଛି। ଆମେ ଯାହା ଚାହୁଁଛନ୍ତି ତୁରନ୍ତ ଆମେ ତାହାକୁ ପାଇପାରୁଛନ୍ତି କିନ୍ତୁ ଏହିସବୁ ଭିତରେ ଆମ ପର୍ସନାଲ ଡାଟା ସମସ୍ୟାରେ ପଡୁଛି। ଆପଣ ପ୍ରତ୍ୟେକଦିନ ଶୁଣିବାକୁ ପାଉଥିବେ କୌଣସି ନା କୌଣସି ପ୍ଲାଟଫର୍ମ ଦ୍ୱାରା ଲୋକଙ୍କର ଡାଟା ଲିକ୍‌ ହେବାର ଖବର ଆସୁଛି। ଟେକ୍ନୋଲୋଜିର ଦୁନିଆରେ ଆମେମାନେ ସ୍ମାର୍ଟ ହେବା ସହିତ ହ୍ୟାକର୍ସ ମଧ୍ୟ ଚୋରି କରିବାର ସ୍ମାର୍ଟ ଉପାୟ ଆପଣେଇଲେଣି। ହ୍ୟାକର୍ସ ଅନେକ ଉପାୟରେ ସହଜରେ ଲୋକମାନଙ୍କୁ ଠକି ପାରୁଛନ୍ତି। ଲୋକମାନଙ୍କ ବ୍ୟାଙ୍କ ଆକାଉଣ୍ଟ ଉପରେ ରହିଛି ହ୍ୟାକର୍ସଙ୍କର କଡା ନଜର।

ଏହାକୁ ନେଇ ଏବେ ଏକ ଘଟଣା ସାମ୍ନାକୁ ଆସିଛି। ଇନଷ୍ଟାଗ୍ରାମ ଏବଂ ହ୍ଵାଟସଅପର ସାହାରା ନେଇ ହ୍ୟାକର୍ସ ଏହି କାମକୁ ଅଞ୍ଜାମ ଦେଉଛନ୍ତି। ଏଭଳି ଏକ ଠକାମିର ଘଟଣା ଘଟିଛି ରାଜସ୍ଥାନର ଜୟପୁରରେ। ଯେଉଁଠି ଜଣେ ଯୁବତୀଙ୍କ ଆକାଉଣ୍ଟରୁ ୪୬ ହଜାର ଟଙ୍କା ଚୋରୀ ହୋଇଛି।

Instagramସୂଚନା ଅନୁଯାୟୀ ବୈଶାଳୀ ନଗରରେ ରହୁଥିବା ରିୟା ଶର୍ମା ନାମକ ଜଣେ ଯୁବତୀ ଇନଷ୍ଟାଗ୍ରାମରେ କୌଣସି ସର୍ଭେ ପାଇଁ ନିଜ ବ୍ୟକ୍ତିଗତ ବିବରଣୀ ଦେଇଥିଲେ, ଯେଉଁଥିରେ ତାଙ୍କ ବ୍ୟକ୍ତିଗତ ଫୋନ ନମ୍ବର ମଧ୍ୟ ସାମିଲ ଥିଲା। ଏହାପରେ ତାଙ୍କ ଫୋନ ନମ୍ବରକୁ କୌଣସି ଏକ ହ୍ଵାଟସଅପ୍‌ ଗୃପରେ ଆଡ୍‌ କରିଦିଆଗଲା, ଯେଉଁଠି ପୂର୍ବୁ ଚାରି ଜଣ ଲୋକ ଆଡ୍‌ ଥିଲେ।

ଏହାସହ ପଢନ୍ତୁ : କନ୍ୟା ବିବାହ ପାଇଁ ଆସିଥିବା ବରକୁ କଲେ ନାଁ ! ବରଯାତ୍ରୀରେ ଆସିଥିବା ଯୁବକ ସହିତ କଲେ ଏପରି କାଣ୍ଡ

ଏହାପରେ ଏହି ହ୍ଵାଟସଅପ ଗୃପରେ ଡିସକାଉଣ୍ଟରେ ମିଳୁଥିବା ଡ୍ରେସ, ସୁଜ୍‌,ଜୁଏଲାରୀ ଆଦି ପୋଷ୍ଟ ସେୟାର କରାଯାଉଥିଲା। ଏହା ଦେଖି ରିୟା ଦୁଇଟି ବ୍ୟାଗ୍‌ ଅର୍ଡର କଲେ। ପେମେଣ୍ଟ ପାଇଁ ଗୃପ ଆଡମିନ୍‌ ତାଙ୍କୁ ଫୋନ ପେ ଡାଉନଲୋଡ୍‌ କରିବାକୁ କହିଲେ। ଯେଉଁଥିପାଇଁ ଆଡମିନ ତାଙ୍କୁ ଏକ ଲିଙ୍କ୍‌ ସେଣ୍ଡ କଲେ। ଏହାପରେ ଯେତେବେଳେ ରିୟା ସେହି ଲିଙ୍କ୍‌ ଉପରେ କ୍ଲିକ କଲେ ତେବେ ଏହାର ତୁରନ୍ତ ପରେ ହିଁ ତାଙ୍କ ଆକାଉଣ୍ଟରୁ ୪୬ ହଚଜାର ଟଙ୍କା କଟିଗଲା।

hackersସାଇବର ଏକ୍ସପର୍ଟଙ୍କ ପରାମର୍ଶ

ଏହି ଘଟଣାକୁ ନେଇ ଜୟପୁର ସାଇବର ଏକସପର୍ଟଙ୍କ କହିଛନ୍ତି କେବେବି ମଲ, ପେଟ୍ରୋଲ ପମ୍ପ କିମ୍ବା କୌଣସି ମେଳାରେ କୁପନ ପାଇଁ ନିଜ ବ୍ୟକ୍ତିଗତ ବିବରଣୀ ଦିଅନ୍ତୁ ନାହିଁ। ଏହାସହିତ ଫେସବୁକ୍‌, ଇନଷ୍ଟାଗ୍ରାମ କିମ୍ବା ଇମେଲ ଆଦିରେ ଆସୁଥିବା ଲିଙ୍କ୍‌ ଉପରେ କ୍ଲିକ କରନ୍ତୁ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.