Below header

ପଶ୍ଚିମବଙ୍ଗ ବାଙ୍କୁଡାରେ ରେଳ ଦୁର୍ଘଟଣା : ଟ୍ରେନ ଚଳାଚଳ ବାଧାପ୍ରାପ୍ତ, ୧୪ଟି ଟ୍ରେନ ବାତିଲ

ପଶ୍ଚିମବଙ୍ଗ ବାଙ୍କୁଡା ନିକଟରେ ଦୁଇ ମାଲବାହୀ ଟ୍ରେନ ପରସ୍ପର ସହିତ ଧକ୍କା ହୋଇ ୧୩ଟି ବଗି ଲାଇନଚ୍ୟୁତ ହୋଇଛି । ଟ୍ରେନ ଦୁର୍ଘଟଣା ଯୋଗୁଁ ୧୪ଟି ଟ୍ରେନ ବାତିଲ କରାଯାଇଛି । ୩ଟି ରୁଟରେ ଟ୍ରେନ ପରିବର୍ତ୍ତନ କରାଯାଇଛି ।

ପଶ୍ଚିମବଙ୍ଗ ବାଙ୍କୁଡା ନିକଟରେ ଦୁଇ ମାଲବାହୀ ଟ୍ରେନ ପରସ୍ପର ସହିତ ଧକ୍କା ହୋଇଛି । ଫଳରେ ୧୩ଟି ବଗି ଲାଇନଚ୍ୟୁତ ହୋଇଛି । ଘଟଣାଟି ଓଣ୍ଡୋ ଷ୍ଟେସନରେ ଘଟିଛି। ରବିବାର ସକାଳେ ଭୋର ୪ଟା ସମୟରେ ଦୁଇଟି ମାଲବାହୀ ଟ୍ରେନ୍ ପରସ୍ପର ସହ ଧକ୍କା ହେବା ଫଳରେ ଅନେକ ଟ୍ରେନ ବାତିଲ କରାଯାଇଛି । ଗୋଟିଏ ମାଲଗାଡିକୁ ଅନ୍ୟ ମାଲଗାଡି ପଛରୁ ଆସି ଧକ୍କା ଦେଇଥିଲା । ମାଲବାହୀ ଟ୍ରେନ ହୋଇଥିବାରୁ ଧନଜୀବନ ହାନି ହୋଇନାହିଁ । ଟ୍ରେନର ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି ।

ସୂଚନା ଅନୁଯାୟୀ, ରବିବାର ସକାଳ ପ୍ରାୟ ୪ ଟା ସମୟରେ ବ୍ୟାଙ୍କୁରା ନିକଟରେ ଗୋଟେ ମାଲଗାଡି ଟ୍ରେନକୁ ପଛପଟରୁ ଅନ୍ୟ ଏକ ମାଲବାହୀ ଟ୍ରେନ ଧକ୍କା ଦେଇଥିଲା । ମାଲବାହୀ ଟ୍ରେନ୍ ପଛ ପଟରୁ ଅନ୍ୟକୁ ଧକ୍କା ଦେବା ଫଳରେ ମାଲବାହୀ ଟ୍ରେନର ୧୩ଟି ବଗି ଓଲଟି ପଡିଛି।

ରେଳ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଉଭୟ ମାଲବାହୀ ଟ୍ରେନ ଖାଲିଥିଲା । ଦୁର୍ଘଟଣାର କାରଣ ଏବଂ ଦୁଇଟି ଟ୍ରେନ୍ କିପରି ଧକ୍କା ହୋଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ରେଳ ବିଭାଗର ADRA ବିଭାଗରେ ଟ୍ରେନ୍ ସେବା ଏହି ଦୁର୍ଘଟଣା ଦ୍ବାରା  ପ୍ରଭାବିତ ହୋଇଛି। ପଶ୍ଚିମବଙ୍ଗର ଚାରୋଟି ଜିଲ୍ଲା – ପଶ୍ଚିମ ମିଡନାପୁର, ବାଙ୍କୁରା, ପୁରୁଲିଆ, ବର୍ଡୱାନ୍ ଏବଂ ଝାଡଖଣ୍ଡର ତିନୋଟି ଜିଲ୍ଲା – ଧନବାଦ୍, ବୋକରୋ ଏବଂ ସିଂହବମ୍କୁ ନେଇ ADRA ବିଭାଗରେ ଗଠିତ। ଘଟଣାସ୍ଥଳରେ ରେସ୍କ୍ୟୁ ଅପରେସନ ଜାରି। ତେବେ ତୁରନ୍ତ ଅପଲାଇନ ଖୋଲିବାକୁ ଚେଷ୍ଟା କରାଯାଉଛି ବୋଲି ଅଧିକାରୀ ଜଣକ କହିଛନ୍ତି ।

ଟ୍ରେନ ଦୁର୍ଘଟଣା ଯୋଗୁଁ ୧୪ଟି ଟ୍ରେନ ବାତିଲ କରାଯାଇଛି । ୩ଟି ରୁଟରେ ଟ୍ରେନ ପରିବର୍ତ୍ତନ କରାଯାଇଛି । ଏହି ଘଟଣା ପରେ ଦକ୍ଷିଣ ପୂର୍ବ ରେଲୱେର ସିପିଆରଓ କହିଛନ୍ତି, ଓଣ୍ଡୋଗ୍ରାମ ଷ୍ଟେସନରେ ରେଲୱେ ମେଣ୍ଟେନାନ୍ସ ଟ୍ରେନର ସିଟିଂ ଚାଲିଥିଲା । ମାଲଗାଡି ସିଗନାଲ ଆଗକୁ ଚାଲିଯାଇଥିଲା ।

ସୂଚନାଯୋଗ୍ୟ, ନିକଟରେ ଓଡିଶାର ବାହାନଗାରେ ହୋଇଥିବା ଭୟଙ୍କର ଦୁର୍ଘଟଣା ଏପର୍ଯ୍ୟନ୍ତ କାହା ମନରୁ ଲିଭିନି । କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାରେ ୨୮୮ ଜଣଙ୍କର ପ୍ରାଣ ଚାଲିଯାଇଥିବା ବେଳେ  ୧୧୦୦ରୁ ଅଧିକ ଆହତ ହୋଇଥିଲେ । ଧକ୍କା ଏତେ ଭୟଙ୍କର ଥିଲା ଯେ, ଏକ୍ସପ୍ରେସର ଇଂଜିନ ମାଲଗାଡି ଉପରେ ଚଢିଯାଇଥିଲା । ଆଉ ୨୧ଟି ବଗି ଲାଇନଚ୍ୟୁତ ହୋଇଥିଲା। ବଗିଗୁଡିକୁ ଲାଇନଚ୍ୟୁତ ହୋଇ ଅନ୍ୟ ଲାଇନରେ ପଡିଥିଲା । ଆଉ ଡାଉନ ଲାଇନରେ ଆସୁଥିବା ଯଶବନ୍ତପୁର ହାୱାଡା ଏକ୍ସପ୍ରେସ ଏହି ବଗି ସହିତ ଧକ୍କା ହୋଇଥିଲା । ଫଳରେ ଆଉ ଏକ ଟ୍ରେନ ଦୁର୍ଘଟଣାର ଶିକାର ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.