ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ଟିମରେ ଚୟନ ହେବା ଶୁଣିବା ପରେ ବାପା କାନ୍ଦି ପକାଇଥିଲେ : ଯଶ୍ବସୀ ଜୟସୱାଲ

ଓେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ ଟିମରେ ସାମିଲ ହୋଇଛନ୍ତି ଯଶ୍ବସୀ ଜୟସୱାଲ । WTC ଫାଇନାଲରେ ଜୟସୱାଲ ରିଜର୍ଭ ଖେଳାଳି ଭାବେ ଟିମରେ ରହିଥିଲେ । ହେଲେ ଏବେ ଟେଷ୍ଟ ଟିମରେ ସାମିଲ ହୋଇଥିବାରୁ ଯଶ୍ବସୀଙ୍କ ପରିବାର ଲୋକେ ବହୁତ ଖୁସି ରହିଛନ୍ତି ।

ୱେଷ୍ଟଇଣ୍ଡିଜ ବିପକ୍ଷରେ ସିରିଜ ଖେଳିବା ପାଇଁ ଭାରତୀୟ ଟିମ୍‌ ୨୩ ଜୁନରୁ ଘୋଷଣା ହୋଇସାରିଛି । ଟେଷ୍ଟ ଏବଂ ଦିନିକିଆ ସିରିଜ ପାଇଁ ଭାରତୀୟ ଟିମ୍‌ ଘୋଷଣା କରାଯାଇଛି । ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଟିମରେ ଯୁବ ଖେଳାଳି ଯଶସ୍ବୀ ଜୟସୱାଲଙ୍କୁ ସ୍ଥାନ ମିଳିଛି । ବିଶ୍ବ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ମୁକାବିଲାରେ ଟିମ୍‌ ସହିତ ରିଜର୍ଭ ଖେଳାଳି ଭାବେ ରହିଥିଲେ । ଏବେ ଟେଷ୍ଟ ଟିମରେ ଚୟନ ହେବା ପରେ ଯଶସ୍ବୀଙ୍କ ପରିବାର ଲୋକେ ବେଶ୍‌ ଖୁସି ରହିଛନ୍ତି ।

ଯଶ୍ବସୀ କହିଛନ୍ତି, ଟିମରେ ଚୟନ ହେବା ପରେ ବହୁତ ଖୁସି ଅନୁଭବ କରୁଛି ।  ଟିମରେ ମୋର ଚୟନ ହେବା ଖବର ଶୁଣିବା ପରେ ମୋ ବାପା ଖୁସିରେ କାନ୍ଦି ପକାଇଥିଲେ । ମୁଁ ଏପର୍ଯ୍ୟନ୍ତ ନିଜ ମା’ ସହିତ ଦେଖାହୋଇନି  । କିଛି ସମୟ ପରେ ତାଙ୍କୁ ଦେଖା କରିବାକୁ ଯିବି । ମୁଁ ଟିମରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବି । ମୁଁ ନିଶ୍ଚିତ ଭାବେ ଉତ୍ସାହିତ ରହିଛି । କିନ୍ତୁ ମଇଦାନରେ ପ୍ରମାଣ କରିବାକୁ ଚାହୁଁଛି । ଟିମରେ ଚୟନ ହେବା ପରେ ଟିକେ ବିଚଳିତ ଲାଗୁଛି, ହେଲେ ଏହା ଏକ ଅଲଗା ଅନୁଭବ ।

ୱେଷ୍ଟିଇଣ୍ଡିଜ ସିରିଜ ପାଇଁ ଗସ୍ତ କରିବା ପୂର୍ବରୁ ବେଙ୍ଗାଲୁରୁ ସ୍ଥିତ ରାଷ୍ଟ୍ରୀୟ କ୍ରିକେଟ ଏକାଡେମୀରେ କିଛିଦିନ ସମୟ ବିତାଇବାକୁ ଚାହୁଁଛନ୍ତି ଯଶ୍ବସୀ । ଏହି ଗସ୍ତ ପୂର୍ବରୁ ଯଶ୍ବସୀ ବିରାଟ, ରୋହିତ ଏବଂ ରାହାଣେଙ୍କ ସହିତ କଥା ହୋଇଛନ୍ତି । ଏମାନଙ୍କ ଠାରୁ ସବୁକିଛି ଶିଖିଛି ।

ଭାରତୀୟ ଟିମ୍‌ ଜୁଲାଇ ୧୨ ତାରିଖରୁ ୱେଷ୍ଟଇଣ୍ଡିଜରେ ଟେଷ୍ଟ ସିରିଜ ଖେଳିବ । ଟିମ୍‌ ଇଣ୍ଡିଆ ୨ଟି ଟେଷ୍ଟ, ୩ ଟି ଦିନିକିଆ ଏବଂ ୫ଟି ଟି-୨୦ ମ୍ୟାଚ୍‌ ଖେଳିବ । ଏହାପରେ ଜୁଲାଇ ୨୭ରୁ ଦିନିକିଆ ଏବଂ ଅଗଷ୍ଟ ୩ରୁ ଟି-୨୦ ମ୍ୟାଚ ଖେଳିବ ।

ଭାରତୀୟ ଟେଷ୍ଟ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ଋତୁରାଜ ଗାୟକୱାଡ, ବିରାଟ କୋହଲି, ଯଶସ୍ୱୀ ଜୟସୱାଲ, ଅଜିଙ୍କ୍ୟ ରାହାଣେ (ଉପ ଅଧିନାୟକ), କେଏସ୍ ଭରତ (ୱିକେଟକିପର), ଇଶାନ କିଶନ (ୱିକେଟକିପର), ଆର. ଅଶ୍ୱିନ, ଆର. ଜାଡେଜା, ଶାର୍ଦୁଳ ଠାକୁର, ଅକ୍ଷର ପଟେଲ, ମହମ୍ମଦ ସିରାଜ, ମୁକେଶ କୁମାର, ଜୟଦେବ ଉନାଦକଟ, ନବଦୀପ ସାଇନି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.