ସାପଭର୍ତ୍ତି କୂଅରେ ପଡ଼ି ରାତି କାଟିଲେ ଯୁବକ, ସକାଳୁ ଉଦ୍ଧାର ହେବା ପରେ ପ୍ୟାଣ୍ଟରେ ଥିଲା କୋବ୍ରା, ଆଉ ତା’ପରେ…

ଉତ୍ତରାଖଣ୍ଡରେ ଏକ ବିଚିତ୍ର ଘଟଣା ସାମ୍ନାକୁ ଆସିଛି। ଏଠାରେ କୂଅରେ ଗଳିପଡ଼ିଥିବା ଜଣେ ଯୁବକକୁ ବାହାରକୁ ବାହାର କରିବା ପରେ ହଠାତ୍‌ ତାଙ୍କ ପ୍ୟାଣ୍ଟରୁ ଏକ କୋବ୍ରା ସାପ ବାହାରିଥିଲା। ଏହା ଦେଖିବା ପରେ ଭୟରେ ଲୋକମାନେ ଏଣେତେଣେ ଧାଇଁବାକୁ ଲାଗିଥିଲେ।

cobra

ରିପୋର୍ଟ ମୁତାବକ, ମୁକେଶ କୁଶବାହା ନାମକ ଜଣେ ଯୁବକ ରାତିରେ କ୍ଷେତରୁ ଫେରିବା ବେଳେ ଭୁଲବଶତଃ କୂଅରେ ଗଳିପଡ଼ିଥିଲେ। କୂଅ ଭିତରେ ବହୁ ସଂଖ୍ୟାରେ ସାପ ଥିଲେ। କୂଅ ଭିତରେ ପଡ଼ିବା ପରେ ସେ ଉଦ୍ଧାର କରିବାକୁ ଚିତ୍କାର କରିଥିଲେ ମଧ୍ୟ କେହି ସେଠାରେ ନଥିବାରୁ ତାଙ୍କ ଡାକ ଶୁଣିପାରିନଥିଲେ। ଫଳରେ ସାପଙ୍କ ସହ ତାଙ୍କୁ ରାତି କାଟିବାକୁ ପଡ଼ିଥିଲା। ପରଦିନ ସକାଳେ ଲୋକମାନେ ଖୋଜାଖୋଜି କରିବା ବେଳେ କୂଅ ଭିତରେ ମୁକେଶଙ୍କୁ ଦେଖିବାକୁ ପାଇଥିଲେ। କିନ୍ତୁ ସେଠାରେ ମୁକେଶଙ୍କ ସହ ସାପମାନେ ସାଲୁବାଲୁ ହେଉଥିବାରୁ ଉଦ୍ଧାର କରିବା ଏକ ପ୍ରକାର ଅସମ୍ଭବ ହୋଇଥିଲା। ତଥାପି ଗ୍ରାମବାସୀଙ୍କ ସହାୟତାରେ କୂଅରୁ ମୁକେଶଙ୍କୁ ଉଦ୍ଧାର କରାଯାଇଥିଲା।

cobra2

ଉପରକୁ ଆସିବା ପରେ ମୁକେଶଙ୍କ ପ୍ୟାଣ୍ଟ ଭିତରେ ଏକ ସାପ ଥିବା ଜଣାପଡ଼ିଥିଲା। ବାଡ଼ିରେ କେଞ୍ଚି କେଞ୍ଚି ଲୋକେ ସାପକୁ ବାହାର କରିଥିଲେ। ପ୍ୟାଣ୍ଟରୁ ଏକ କଳା ରଙ୍ଗର କୋବ୍ରା ସାପ ବାହାରିଥିଲା। କିନ୍ତୁ ସୌଭାଗ୍ୟବଶତଃ ବିଷାକ୍ତ ସାପଟି ମୁକେଶଙ୍କର କିଛି କ୍ଷତି କରିନାହିଁ। କୂଅରେ ପଡ଼ିବା ପରେ ମୁକେଶର ମୁଣ୍ଡରେ ଆଘାତ ଲାଗିବା ସହ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇଯିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.