ପ୍ରତି ମିନିଟ୍‌ରେ ଆତ୍ମହତ୍ୟା କରୁଛନ୍ତି ୪ ଭାରତୀୟ, ଜାଣନ୍ତୁ କେତେ କମିଛି ହାର

ପ୍ରତି ଏକ ମିନିଟ୍‌ରେ ୪ ଜଣ ଭାରତୀୟ ଆତ୍ମହତ୍ୟା କରୁଛନ୍ତି। ୨୦୧୬ ମସିହାର ନ୍ୟାସନାଲ କ୍ରାଇମ୍‌ ରେକର୍ଡ ବ୍ୟୁରୋ(NCRB) ଏଭଳି ଏକ ଉଦ୍‌ବେଗଜନକ ତଥ୍ୟ ପ୍ରକାଶ କରିଛି। ଏହି ରିପୋର୍ଟ ଅନୁସାରେ ହାରିହାରି ୧୫ ଜଣ ଭାରତୀୟ ପ୍ରତି ଘଣ୍ଟାଏରେ ଜୀବନ ହାରୁଛନ୍ତି। ମୋଟ୍‌ ଉପରେ ଦେଖିବାକୁ ଗଲେ ପ୍ରତିବର୍ଷ ପ୍ରାୟ ୧,୩୧,୦୦୮ ଜଣ ଭାରତୀୟ ମୃତ୍ୟୁକୁ ଆବୋରି ନେଉଛନ୍ତି। ଏହି ରେକର୍ଡ ୨୦୧୫ ମସିହା ତୁଳନାରେ ୨ ପ୍ରତିଶତ କମିଥିବା ଜଣାଯାଇଛି।

୨୦୧୫ ମସିହାରେ ୧,୩୩,୬୨୩ ଜଣ ଭାରତୀୟ ଆତ୍ମହତ୍ୟା କରିଥିଲେ। ତେବେ ଏଥିରେ ପୁରୁଷଙ୍କ ସଂଖ୍ୟା ଅଧିକ ବୋଲି ଜଣାଯାଇଛି। ୬୮ ପ୍ରତିଶତ ପୁରୁଷ ପ୍ରତିବର୍ଷ ଆତ୍ମହତ୍ୟା କରୁଥିବା ରିପୋର୍ଟରେ ପ୍ରକାଶ ପାଇଛି।

୨୦୧୦ ମସିହା ପର୍ଯ୍ୟନ୍ତ ଆତ୍ମହତ୍ୟା ହାର ବୃଦ୍ଧି ପାଉଥିବା ବେଳେ ବର୍ତ୍ତମାନ ଏହାର ହାର କ୍ରମଶଃ କମୁଛି। ଯାହା ଦେଶ ପାଇଁ ଏକ ସକାରାତ୍ମକ ସଙ୍କେତ। ୨୦୧୦ ମସିହାରେ ଆତ୍ମହତ୍ୟା ହାର ୧୧.୪ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ୨୦୧୪ରେ ୧୦.୫୮ ପ୍ରତିଶତ କମିଥିଲା। ସେହିପରି ୨୦୧୫ରେ ଏହି ହାର ୧୦.୬ ପ୍ରତିଶତ ବଢ଼ିଥିଲା ଓ ୨୦୧୬ରେ ୧୦.୩ ପ୍ରତିଶତ କମିଥିଲା।

ଏହାସହ ପଢନ୍ତୁ: ଚିତାକୁ ଗିଳିବାକୁ ଚେଷ୍ଟା କରୁଛି ଅଜଗର, ଭିଡିଓ ଦେଖିଲେ ଆପଣଙ୍କ ଟାଙ୍କୁରି ଉଠିବ ଲୋମ

୧୯୬୪ ମସିହାରୁ ୧୯୮୭ ମସିହା ମଧ୍ୟରେ କେବଳ ୧୯୬୯ ଓ ୧୯୭୦ ମସିହାରେ ପ୍ରତି ଏକ ଲକ୍ଷରେ ୮ ଜଣ ଆତ୍ମହତ୍ୟା କରିଛନ୍ତି। ୧୯୮୮ରେ ଏହି ହାର ୮.୦୭ ଥିବା ବେଳେ ୧୯୯୯ରେ ବଢ଼ି ବଢ଼ି ୧୧.୨ ପ୍ରତିଶତ ହୋଇଥିଲା। ପରେ ଏହା କମିଥିଲା। କିନ୍ତୁ ୨୦୧୦ରେ ଆତ୍ମହତ୍ୟା ହାର ବୃଦ୍ଧି ପାଇଥିଲା। ତେବେ ଏହି ହାର ଯଦି କ୍ରମେ ବଢ଼ି ଚାଲିବ ତେବେ ଭବିଷ୍ୟତରେ ଉଦ୍‌ବେଗଜନକ ପରିସ୍ଥିତି ସୃଷ୍ଟି ହେବ ବୋଲି ଗବେଷକମାନେ କହିଛନ୍ତି।

You might also like