ବିଳମ୍ବିତ ରାତି ପର୍ଯ୍ୟନ୍ତ ପାଠ ପଢୁଛନ୍ତି କି ? ତାହେଲେ ଆପଣାନ୍ତୁ ଏହି ଟିପ୍ସ

ଏପରି ଅନେକ ଛାତ୍ରଛାତ୍ରୀ ଅଛନ୍ତି ଯେଉଁମାନଙ୍କୁ ରାତିରେ ପଢ଼ିବାର ଅଭ୍ୟାସ ରହିଥାଏ ଅଥଵା ଅଧିକାଂଶ ପିଲାଙ୍କୁ ପରୀକ୍ଷା ସମୟରେ ରାତି ରାତି ଅନିଦ୍ରା ରହି ପାଠ ପଢ଼ିବାର ଆବଶ୍ୟକତା ରହିଥାଏ । ରାତିରେ ପଢ଼ିବାରେ ମଧ୍ୟ ଏକ ଭିନ୍ନ ପ୍ରକାରର ଫାଇଦା ହୋଇଥାଏ । ଯଦି ଆପଣ ମଧ୍ୟ ବିଳମ୍ବିତ ରାତି ପର୍ଯ୍ୟନ୍ତ ବସି ପାଠ ପଢୁଛନ୍ତି ତାହେଲେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ସହଜ ଉପାୟ ଯାହାକୁ ଆପଣାଇଲେ ଆପଣ ଅତି ସହଜରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ବସି ପାଠ ପଢିପାରିବେ ।

  • ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନିଦ୍ରା ରହିବା ପାଇଁ ସବୁଠାରୁ ସହଜ ଉପାୟ ହେଉଛି ଯଦି ସମ୍ଭବ ତାହେଲେ ଦିନରେ କିଛି ସମୟ ଶୋଇଯାଆନ୍ତୁ । ଯାହାଦ୍ୱାରା ଆପଣ ରାତିରେ ମଧ୍ୟ ଧ୍ୟାନ ଦେଇ ପାଠ ପଢିପାରିବେ ।
  • ଚା’ କିମ୍ବା କଫିର ସାହାରା ନିଅନ୍ତୁ । ଏହା ରାତିରେ ଅନିଦ୍ରା ରହିବା ପାଇଁ ଆପଣଙ୍କୁ ସାହାଯ୍ୟ କରିଥାଏ ।

Image result for late-night-study

ଏହାସହ ପଢନ୍ତୁ ଷ୍ଟ୍ରେସ ଲେବୁଲ କମ କରେ ଡାର୍କ ଚକୋଲେଟ, ଜାଣନ୍ତୁ ଚକୋଲେଟ ଖାଇବାର ଫାଇଦା

  • ଯଦି ଆପଣ ରାତିରେ କେବଳ ଷ୍ଟଡି ଲ୍ୟାମ୍ପ ଜଳାଇ ପାଠ ପଢୁଛନ୍ତି ଏବଂ ବାକି ରୁମ ସମ୍ପୂର୍ଣ୍ଣ ଅନ୍ଧକାର ହୋଇ ରହୁଛି ତାହେଲେ ଏହାଦ୍ୱାରା ଆପଣଙ୍କୁ ନିଦ ଆସିବାର ସମ୍ଭାବନା ରହିଛି । ସେଥିପାଇଁ ଯଦି ସମ୍ଭବ ତାହେଲେ ପୁରା ରୁମର ଲାଇଟ ଜଳାଇ ପାଠ ପଢନ୍ତୁ । ରୁମରେ ଭଲ ଆଲୋକ ରହିବା ଦ୍ୱାରା ଆଳସ୍ୟ ଦୂର ହୋଇଥାଏ ।
  • ବେଡ଼ ଉପରେ ଶୋଇକି କେବେବି ପଢନ୍ତୁ ନାହିଁ କାରଣ ଏହା ନିଦକୁ ଆମନ୍ତ୍ରିତ କରିଥାଏ । ସେଥିପାଇଁ ଯେତେ ସମ୍ଭବ ଚେୟାର କିମ୍ବା ଟେବୁଲ ଉପରେ ଠିକଭାବେ ପିଠି ସିଧାକରି ବସି ପାଠ ପଢନ୍ତୁ ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.