ବେଡ୍‌ରୁମ୍‌କୁ ଯିବା ପୂର୍ବରୁ କରନ୍ତୁ ଏହି ପାଞ୍ଚଟି କାମ, ଦାମ୍ପତ୍ୟ ଜୀବନ ହେବ ସୁଖମୟ

ଆଜିକାଲି ପ୍ରତି ଘରେ ଉଭୟେ ସ୍ୱାମୀ ସ୍ତ୍ରୀ କର୍ମଜୀବୀ ଥିବା ଦେଖିବାକୁ ମିଳୁଛି। ଏଣୁ ବ୍ୟସ୍ତବହୁଳ ଜୀବନରେ ସେମାନେ ପରସ୍ପର ସହ ଆଉ ସମୟ ବିତାଇବାକୁ ବେଳ ପାଉନାହାନ୍ତି। କେବଳ ଶୋଇବା ବେଳେ ହିଁ ସେମାନେ କିଛି ସମୟ ଏକାନ୍ତରେ ବିତାଇବାକୁ ପାଇଥାନ୍ତି। ମାତ୍ର କିଛି ଦମ୍ପତି ଏହି ସମୟରେ ନିଜ ବ୍ୟକ୍ତିଗତ କଥା ଚିନ୍ତା କରିବା ବଦଳରେ ଅନ୍ୟ କାମରେ ବ୍ୟସ୍ତ ରହି ସମୟ ନଷ୍ଟ କରିଦେଇଥାନ୍ତି, ଯାହା ପରେ ଦାମ୍ପତ୍ୟ ଜୀବନରେ ଝଡ଼ର କାରଣ ବନିଥାଏ। ତେଣୁ ଆସନ୍ତୁ ଜାଣିବା ଦମ୍ପତିମାନେ ବିଛଣାକୁ ଯିବା ପୂର୍ବରୁ କେଉଁ କାମ କରିବା ଉଚିତ…

୧. ଏକା ସମୟରେ ଶୋଇବାକୁ ଯାଆନ୍ତୁ:

କୁହାଯାଏ ଯେ ଯେଉଁ ଦମ୍ପତି ଏକାଠି ଶୋଇଥାନ୍ତି ସେମାନେ ଏକାଠି ରହିଥାନ୍ତି। ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ସବୁ ଦମ୍ପତି ବାହାରେ କାମ କରିବାକୁ ଯାଉଛନ୍ତି। ଏଣୁ ସେମାନେ ଖୁବ୍‌ ସମୟ ଏକାଠି ବିତାଇବାକୁ ପାଇଥାନ୍ତି। କେବଳ ବେଡ୍‌ରୁମ୍‌ ହିଁ ଗୋଟିଏ ଏଭଳି ସ୍ଥାନ ଯେଉଁଠାରେ ସ୍ୱାମୀ ସ୍ତ୍ରୀ କିଛି ସମୟ ଏକାନ୍ତ ପାଇଥାନ୍ତି। ଏଣୁ ଦାମ୍ପତ୍ୟ ଜୀବନକୁ ସୁରୁଖୁରୁରେ ଆଗକୁ ନେବା ପାଇଁ ସ୍ୱାମୀ ସ୍ତ୍ରୀ ଏକା ସମୟରେ ଶୋଇବାକୁ ଯିବା ଆବଶ୍ୟକ।

୨. ବିଛଣାରେ ମୋବାଇଲ୍‌ ବ୍ୟବହାର କରନ୍ତୁ ନାହିଁ:

ବର୍ତ୍ତମାନର ମୋବାଇଲ୍‌ ଯୁଗରେ ଲୋକମାନେ ବିଛଣାରୁ ଉଠିବାଠୁ ପୁଣିଥରେ ବିଛଣାକୁ ଯିବା ପର୍ଯ୍ୟନ୍ତ ମୋବାଇଲ୍‌ ବ୍ୟବହାର କରୁଛନ୍ତି। କେବଳ ସାମାଜିକ ଜୀବନ ନୁହେଁ ଦାମ୍ପତ୍ୟ ଜୀବନ ଉପରେ ମଧ୍ୟ ଏହା କୁପ୍ରଭାବ ପକାଇଥାଏ। ପ୍ରାୟତଃ ଲୋକମାନେ ଶୋଇବାକୁ ଯିବା ବେଳେ ଅଧିକ ମୋବାଇଲ୍‌ ବ୍ୟବହାର କରିଥାନ୍ତି। ମୋବାଇଲ୍‌ ବ୍ୟବହାର କରିବା ଦ୍ୱାରା ମାନସିକ ଚାପ ବଢ଼ିଥାଏ ଫଳରେ ଆପଣ ନିଜ ପାର୍ଟନର ସହ ସମୟ ବିତାଇପାରିନଥାନ୍ତି। ଫଳସ୍ୱରୂପ ଦାମ୍ପତ୍ୟ ଜୀବନ ନଷ୍ଟ ହୋଇଯାଏ। ଏଣୁ ବିଛଣାକୁ ଯିବା ବେଳେ ମୋବାଇଲ୍‌ ଫୋନ୍‌ ଆଦୌ ନିଅନ୍ତୁ ନାହିଁ।

ଏହାସହ ପଢ଼ନ୍ତୁ: ସ୍ୱାମୀ ସ୍ତ୍ରୀ ଭିତରେ ସବୁବେଳେ ଝଗଡ଼ା ଲାଗୁଛି କି ? ଏହି ଉପାୟରେ କରନ୍ତୁ ସମାଧାନ

୩. ରାଗିକି ଶୋଇବାକୁ ଯାଆନ୍ତୁ ନାହିଁ:

ସ୍ୱାମୀ-ସ୍ତ୍ରୀ ପରସ୍ପର ଉପରେ ବିରକ୍ତ ହୋଇ ଆଦୌ ଶୋଇବାକୁ ଯାଆନ୍ତୁ ନାହିଁ। ଏହାର ଖରାପ ପ୍ରଭାବ ଆପଣ ସମ୍ପର୍କ ଉପରେ ମଧ୍ୟ ପଡ଼ିପାରେ। ଯେତେବି ଝଗଡ଼ା ବା ପାଟି ତୁଣ୍ଡ ହୋଇଥାଉ ନା କାହିଁକି, ବିଛଣାକୁ ଯିବା ପୂର୍ବରୁ ସବୁବେଳେ ହସହସ ମୁହଁରେ ଯାଆନ୍ତୁ। କୌଣସି ନକାରାତ୍ମକ ମନୋଭାବ ରଖି ବିଛଣାକୁ ଯାଆନ୍ତୁ ନାହିଁ। ଦାମ୍ପତ୍ୟ ଜୀବନରେ ଛୋଟ ମୋଟ ଝଗଡ଼ା ହେବା ସ୍ୱାଭାବିକ ଏହାକୁ ମନରେ ରଖି ନିଜ ବେଡ୍‌ରୁମ୍‌ ଲାଇଫ୍‌କୁ ଆଦୌ ଖରାପ କରନ୍ତୁ ନାହିଁ।

୪. ଖଟକୁ କାମ ନେଇ ଯାଆନ୍ତୁ ନାହିଁ:

ଲୋକମାନେ ପ୍ରାୟତଃ ଅଫିସ କାମ ଘରକୁ ନେଇଥାନ୍ତି। ଘରେ ବେଡ୍‌ରୁମ୍‌ରେ ଶୋଇବା ବେଳେ ସେମାନେ କାମ ବାହାର କରି ବସିଯାଇଥାନ୍ତି। ଏହାଦ୍ୱାରା ପାର୍ଟନର ରାଗିବା ସ୍ୱାଭାବିକ। ଯାହା ଫଳରେ ଆପଣଙ୍କ ଦାମ୍ପତ୍ୟ ଜୀବନ ପ୍ରଭାବିତ ହେବା ଆଶଙ୍କା ରହିଛି। ଏଣୁ ସବୁବେଳେ ଅଫିସ କାମ ଅଫିସରେ ଶେଷ କରିଯାଆନ୍ତୁ। ବେଡରୁମ୍‌ରେ ନିଜ ସାଥୀଙ୍କୁ ସମୟ ଦିଅନ୍ତୁ।

ଏହାସହ ପଢ଼ନ୍ତୁ: ଅଧିକ ଅଶ୍ଳୀଳ ଫିଲ୍ମ ଦେଖୁଥିଲେ ବେଳ ହୁଁ ହୁଅନ୍ତୁ ସାବଧାନ, ନଚେତ ନଷ୍ଟ ହୋଇପାରେ ଆପଣଙ୍କ ଦାମ୍ପତ୍ୟ ଜୀବନ

୫. ବେଡ୍‌ରୁମ୍‌କୁ ଗ୍ୟାଜେଟ୍‌ ଫ୍ରି ରଖନ୍ତୁ:

ନିତିଦିନିଆ ଜୀବନରେ ଆମେ ମୋବାଇଲ୍‌, ଲ୍ୟାପଟପ୍‌, ଟାବ୍‌ ଆଦି ବ୍ୟବହାର କରିଥାଉ। ଯାହାକୁ ଆମେ ଶୋଇବା ବେଳେ ବି ଆମ ସହ ରଖିଥାଉ। ଯଦି ଆପଣ ବି ଏଭଳି କରୁଛନ୍ତି ତେବେ ଆଗକୁ ଆଉ ଏମିତି କରନ୍ତୁ ନାହିଁ। ସେତେ ସମ୍ଭବ ବେଡ୍‌ରୁମକୁ ଗ୍ୟାଜେଟ୍‌ ଫ୍ରି ରଖିବାକୁ ଚେଷ୍ଟା କରନ୍ତୁ। ଗ୍ୟାଜେଟ୍‌ରେ ବ୍ୟସ୍ତ ରହିଲେ ଆପଣ ପାର୍ଟନରଙ୍କୁ ସେତିକି ସମୟ ଦେଇପାରିବେ ନାହିଁ, ଯେତିକି ଦେବା ଉଚିତ। ଯାହା ଆପଣଙ୍କ ପାରିବାରିକ ଜୀବନ ପାଇଁ ଘାତକ ସାବ୍ୟସ୍ତ ହୋଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.