Below header

ଗାର୍ଲଫ୍ରେଣ୍ଡ ସହିତ ‘ମର୍ଦାନୀ-2’ ଦେଖିବାପାଇଁ ଯାଇଥିଲେ ପତି କିନ୍ତୁ ସିନେମାହଲରେ ପହଞ୍ଚିଗଲେ ପତ୍ନୀ ଆଉ ତାପରେ..

ଗୁଜୁରାଟର ଅହମଦାବାଦରେ ଏପରି କିଛି ଘଟିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ରଖିଦେଇଛି । ଏଠାରେ ସ୍ୱାମୀ ନିଜ ଗାର୍ଲଫ୍ରେଣ୍ଡକୁ ନେଇ ରାଣୀ ମୁଖାର୍ଜୀଙ୍କ ଚଳଚ୍ଚିତ୍ର ‘ମର୍ଦାନୀ-2’ ଦେଖିବା ପାଇଁ ସିନେମହଲ ଯାଇଥିବା ବେଳେ କୌଣସିମତେ ଖବର ପାଇ ସେଠାରେ ପହଂଚି ଯାଇଥିଲେ ପତ୍ନୀ । ଆଉ ତାପରେ ସେଠାରେ ଚାଲିଥିଲା ହଙ୍ଗାମା । ପରେ ଜଣାପଡିଥିଲା ନିଜର ଜଣେ ସମ୍ପର୍କୀୟଙ୍କ ପତ୍ନୀଙ୍କୁ ଫୋନ କରି ଏହି ବିଷୟରେ ସୂଚନା ଦେଇଥିଲେ ।

Image result for wife thrashes husband and girlfriend in cinema hall calls cops,

ସୂଚନା ଅନୁଯାୟୀ ଯେତେବେଳେ ସମ୍ପର୍କୀୟ ଜଣକ ଏହି ବିଷୟରେ ଫୋନକରି ପତ୍ନୀଙ୍କୁ ଜଣାଇଥିଲେ ସେ ଏତେ ବି ଆଶ୍ଚର୍ଯ୍ୟ ହୋଇନଥିଲେ କିନ୍ତୁ ଯେତେବେଳେ ସେ ଶୁଣିଲେ ଯେ ତାଙ୍କ ପତିଙ୍କ ସହ ଜଣେ 35 ବର୍ଷୀୟା ମହିଳା ଅଛନ୍ତି ସେତେବେଳେ ତାଙ୍କୁ ସନ୍ଦେହ ହୋଇଥିଲା । ସେ ତୁରନ୍ତ ସିନେମା ହଲ ଆସିଯାଇଥିଲେ ଆଉ ଦେଖିଲେ ତାଙ୍କ ସ୍ୱାମୀ ସିନେମା ଉପଭୋଗ କରୁଛନ୍ତି ।

Image result for cinema hall

ସିନେମା ହଲର କଣ ସିଟରେ ବସି ମହିଳାଙ୍କ ପତି ଓ ତାଙ୍କ ଗାର୍ଲଫ୍ରେଣ୍ଡ ରୋମାନ୍ସ କରୁଥିଲେ । ଏହା ଦେଖିବା ପରେ ପତ୍ନୀ ଜଣକ ରାଗିଯାଇ ସେଠାକୁ ଯାଇ ଲୋକମାନଙ୍କ ଧ୍ୟାନ ଆକର୍ଷଣ କରିବାପାଇଁ ଜୋର ଜୋରରେ ଚିଲେଇବାକୁ ଲାଗିଲେ । ଅନ୍ୟ ମହିଳାଜଣକ ସେଥିରେ ହସ୍ତକ୍ଷେପ କରିବାରୁ ପତ୍ନୀ ତାଙ୍କ ଚୁଟିକୁ ଧରି ସେହିଠାରେ ତାଙ୍କୁ ମାଡ଼ ମାରିଥିଲେ । ଏହାପରେ ସେ ପୋଲିସକୁ ଡକାଇ ସମସ୍ତ କଥା ବର୍ଣ୍ଣନା କରିଥିଲେ । ତେବେ ପୋଲିସଙ୍କ କହିବା ଅନୁଯାୟୀ ମହିଳାଙ୍କ ପତି ପ୍ରଥମେ ‘ଦବାଙ୍ଗ-3’ର ଟିକେଟ କିଣିଥିଲେ କିନ୍ତୁ ଯେତେବେଳେ ସେ ଜାଣିଲେ ଯେ ସିନେମା ହଲରେ ବହୁତ ଲୋକ ଅଛନ୍ତି ସେତେବେଳେ ସେ ପୁଣିଥରେ ‘ମର୍ଦାନୀ-2’ର ଟିକେଟ କିଣିଲେ । ତିନିଜଣଙ୍କୁ କାଉନସେଲିଂ ପରେ ପୋଲିସ ଛାଡିଦେଇଛି କାରଣ ମହିଳାଜଣକ ନିଜସ୍ୱାମୀଙ୍କ ଉପରେ କୌଣସି ଅଭିଯୋଗ ଆଣିନାହାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.