ଭୁବନେଶ୍ବର(କେନ୍ୟୁଜ୍): ଜଳିଗଲା ବସ୍ । ଠିଆ ହୋଇଥିବା ହଠାତ୍ ନିଆଁ ଲାଗିଗଲା । ଚାହୁଁ ଚାହୁଁ ପୂରା ବସ୍ଟି ଜଳିଗଲା । ଏ ଘଟଣା ଘଟିଛି ଭୁବନେଶ୍ୱର ସହିଦନଗର ଅଞ୍ଚଳର । ଇମ୍ଫା ପାର୍କ ପାଖରେ ଠିଆ ହୋଇଥିବା ଏହି ବସରେ ହଠାତ୍ ନିଆଁ ଲାଗି ଯାଇଥିଲା। ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ ଅଗ୍ନିଶମ ବାହିନୀ ଟିମ୍। ନିଆଁକୁ ଆୟତ୍ତ କରିଥିଲେ। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।