ଚ୍ୟାଲେଞ୍ଜ ନେଉଛି ଜୀବନ : ଭାଇରାଲ ହେଉଛି ଚଳନ୍ତା ଗାଡ଼ିରୁ ଓହ୍ଲାଇ ନାଚ

ସୋସିଆଲ ମିଡ଼ିଆରେ ଟ୍ରେଣ୍ଡ କରୁଛି ଏକ ଭିନ୍ନ ପ୍ରକାରର ଚ୍ୟାଲେଞ୍ଜ। ଏହି ଚ୍ୟାଲେଞ୍ଜ ଅନ୍ତର୍ଗତ ଲୋକ ଚଳନ୍ତା ଗାଡ଼ିରୁ ଓହ୍ଳାଇ ମଝି ରାସ୍ତାରେ ନାଚ କରି ତାହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଛାଡ଼ୁଛନ୍ତି। ଏହା ଶୁଣିବାକୁ ଯେତେ ରୋମାଞ୍ଚକର ଏବଂ ସହଜ ଲାଗୁଛି କିନ୍ତୁ ବାସ୍ତବରେ ହୋଉଛି ବହୁତ ଭୟଙ୍କର। ହଲିଉଡ଼ ରାପର ଡ଼୍ରିକଙ୍କ ଗୀତ #InMyFeelings ନିକଟରେ ବହୁ ମାତ୍ରାରେ ଭାଇରାଲ ହେଉଛି। ଲୋକଙ୍କୁ ଏହି ଗୀତରେ ରାସ୍ତାରେ ନାଚୁଥିବାର ଦେଖାଯାଇଛି। ତେବେ ଏବେ ଏହି ଚ୍ୟାଲେଞ୍ଜ ବିଶ୍ବ ବ୍ୟାପି ଚାଲିଥିବା ବେଳେ ଏଥିରେ କିଛି ବ୍ୟକ୍ତି ଗୁରୁତର ଭାବେ ଆହତ ହେବା ମଧ୍ୟ ଦେଖାଯାଇଛି।
ଏହି ଡ଼୍ୟନ୍ସ ଚ୍ୟାଲେଞ୍ଜକୁ କମେଡ଼ ହିସାବରେ ଆରମ୍ଭ କରାଯାଇଥିଲା। ଡ଼୍ରାକଙ୍କ ଏହି ଗୀତର ବୋଲ ରହିଛି, କିକି କଣ ତୁମେ ମତେ ଭଲ ପାଉଛ, କଣ ତମେ ରାସ୍ତାରେ ଅଛ ? ଏହା ପରେ ଭାଇରାଲ ଟ୍ରେଣ୍ଡରେ କୌଣସି ବ୍ୟକ୍ତି ଗୀତର ବୋଲ ଉପରେ ଧ୍ୟାନ ନଦେଇ ବରଂ ଚ୍ୟାଲେଞ୍ଜ ଉପରେ ଅଧିକ ନଜର ରଖୁଛନ୍ତି। ଅନେକ ଏହାକୁ କମେଡ଼ି ହିସାବରେ ସୋସିଆଲ ମିଡ଼ିଆରେ ଛାଡ଼ୁଥିବା ବେଳେ ଏନେଇ ହେଉଥିବା ଦୁର୍ଘଟଣାକୁ ଅଟକାଇବା ପାଇଁ ଦୁବାଇ ସରକାର ଏହାକୁ ବ୍ୟାନ୍ କରିଛନ୍ତି। ଏହି ଭାଇରାଲ ଚ୍ୟାଲେଞ୍ଜ ଅଧିକ ମାତ୍ରାରେ ଆମେରିକା, ଯୁରୋପ, ଇଜିପ୍ଟ , ଜୋଡ଼ର୍ନ ଏବଂ ଯୁଏଇରେ ଦେଖିବାକୁ ମିଳୁଛି। କିଛି ଭାରତୀୟ ଅଭିନେତା ଏବଂ ଅଭିନେତ୍ରୀ ମଧ୍ୟ ଏହି ଚ୍ୟାଲେଞ୍ଜରେ ମଝି ରାସ୍ତାରେ ନାଚ କରି ସୋସିଆଲ ମିଡ଼ିଆରେ ଭିଡ଼ିଓ ଅପଲୋଡ଼ କରୁଥିବାର ଦେଖିବାକୁ ମିଳିଛି।
This #inmyfeelings challenge fail is the worst 😢😢
RIP☠☠ #shiggychallenge pic.twitter.com/khCQ7zQWnN— In my feelings challenge ™ (@darnjhaymedia) July 22, 2018
#InMyFeelingsChallenge 🔥 #DoTheShiggy @theshiggster @drake#DCPolice #kekechallenge #Cops #Police #Dance #challenge #Drake #Shiggy #inmyfeelings #DC #nationscapital
*MPD does not own rights to this song* pic.twitter.com/6JLkpehzjA
— DC Police Department (@DCPoliceDept) July 20, 2018