ପଶୁ ଠାରୁ ହୀନ : ଗର୍ଭବତୀ ଛେଳି ସହ ଦୁଷ୍କର୍ମ, ହରିଆଣାରେ ଚାଞ୍ଚଲ୍ୟ

ହରିୟାଣା : ପଶୁଠାରୁ ବି ବଳି ଯାଇଛି ମଣିଷ। ମାନବିକତା ହରାଇଛି। ଅତି ନୀଚସ୍ତରର ଘୃଣ୍ୟ କାମ କରିଛି। ହରିୟାଣାରେ ଏମିତି ଏକ ଘଟଣା ଘଟିଛି, ଯାହା ଶୁଣିଲେ ଆପଣ ହତବାକ୍ ହୋଇଯିବେ । ଘୃଣାରେ ମୁଣ୍ଡ ନଇଁଯିବ । ଏକ ଗର୍ଭବତୀ ଛେଳି ସହ ଗଣଦୁଷ୍କର୍ମ କରିଛନ୍ତି ୮ ଜଣ ଲୋକ। ହରିୟାଣା ମେଓ୍ଵାତ ଅଞ୍ଚଳର ଏହି ଘଟଣା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଦୁଷ୍କର୍ମର ଶିକାର ଛେଳିଟି ମରିଯାଇଛି।

ଛେଳି ମାଲିକ ଏ ନେଇ ଥାନରେ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ । ଅଭିଯୁକ୍ତମାନେ ଫେରାର ହୋଇଯାଇଥିବା ବେଳେ ପୋଲିସ ତିନି ଜଣଙ୍କୁ ଚିହ୍ନଟ କରିଛି । ଅନ୍ୟ ୫ ଜଣଙ୍କୁ ଚିହ୍ନଟ କରିବାକୁ ଉଦ୍ୟମ କରୁଛି ପୋଲିସ । ଗତ ୨୫ ତାରିଖ ରାତିରେ ଏପରି ଏକ ଘଟଣା ଘଟିଛି । ୨୬ ତାରିଖରେ ପୋଲିସ ଅଭିଯୋଗ ପାଇବା ପରେ ତନାଘନା ଚଳାଇଛି । ଦେଶରେ ପ୍ରତି ଦିନ ଦୁଷ୍କର୍ମ ଘଟଣା ଘଟି ଚାଲିଥିବା ବେଳେ ପଶୁ ସହ ପାଶବିକ ଦୁଷ୍କର୍ମ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି ।

Leave A Reply

Your email address will not be published.