ଇଣ୍ଡୋନେସିଆରେ ଭୂମିକମ୍ପ : ୧୪ରୁ ଅଧିକ ମୃତ

ଇଣ୍ଡୋନେସିଆରେ ଭୂମିକମ୍ପ । ଭୂମିକମ୍ପରେ ୧୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୬୦ରୁ ଅଧିକ ଆହତ ହୋଇଥିବାର ସୂଚନା ମିଳିଛି । ଏହାର ତୀବ୍ରତା ଥିଲା ୬.୪ । ଆଜି ସକାଳ ୬ଟା ୪୭ ମିନିଟ୍ରେ ଇଣ୍ଡୋନେସିଆର ଦକ୍ଷିଣାଞ୍ଚଳରେ ଥିବା ପ୍ରମୁଖ ପର୍ୟ୍ୟଟନ ଲୋମ୍ବୋକରେ ଭୂମିକମ୍ପ ହୋଇଥିଲା । ଏହା ପରେ ଦେଶରେ ସୁନାମି ଆଲର୍ଟ ମଧ୍ୟ ଜାରି କରାଯାଇଛି । ବାଲି ଦ୍ୱୀପଠାରୁ ଅଳ୍ପ ଦୂରରେ ଏହି ଭୂମିକମ୍ପ ଘଟିଛି । ଏଥିରେ ଅନେକ କୋଠା ଘର ଭୁଶୁଡ଼ି ପଡ଼ିଛି । ଭୂମିକମ୍ପର କେନ୍ଦ୍ର ସ୍ଥଳ ବାନ୍ଦା ସାଗରର ୧୭୧ କିଲୋମିଟର ଭିତରେ ବୋଲି ଆମେରୀକୀୟ ଭୂବୈଜ୍ଞାନିକ କହିଛନ୍ତି ।

Leave A Reply

Your email address will not be published.