Below header

ନିଜ ଦୁଇ ପିଲାଙ୍କୁ ବିଷ ଦେଇ ନିଜେ ବିଷ ପିଇଦେଲେ ବାପା, ସ୍ତ୍ରୀ କରିଥିଲା ଏପରି

ଘରୋଇ କଳି ନେଇଗଲା ଜୀବନ। ସ୍ୱାମୀ-ସ୍ତ୍ରୀଙ୍କ ଝଗଡାରେ ବଳି ପଡିଗଲେ ନିରୀହ ପିଲା। ଜଳନ୍ଧର ଗାଁ ଧୀମା ଖୁର୍ଦରେ ଜଣେ ବ୍ୟକ୍ତି ନିଜର ଦୁଇ ନିରୀହ ଶିଶୁ ସହିତ ନିଜେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଏଭଳି ଏକ ଚରମ ପଦକ୍ଷେପ ସେ ନିଜ ସ୍ତ୍ରୀ ସହିତ ହୋଇଥିବା ଝଗଡା କାରଣରୁ କରିଛନ୍ତି।

ତେବେ ଉଭୟ ବାପା ଏବଂ ଛୁଆଙ୍କୁ ପ୍ରଥମେ ଗୋରାୟା ସରକାରୀ ହସପିଟାଲ ଏବଂ ପରେ ଲୁଧିୟାନାର ଡିଏମସି ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ପରେ ତିନି ଜଣଙ୍କର ମୃତ୍ୟୁ ହୋଇଗଲା। ପୋଲିସ ତିନି ଜଣଙ୍କ ଶବକୁ ପୋଷ୍ଟମର୍ଟମ୍ ପାଇଁ ପଠାଇଛି।

ମୃତକ କେହର ସିଂହ ନିଜର ଜଣେ ୧୧ ବର୍ଷର ଝିଅ ଏବଂ ୯ ବର୍ଷର ଝିଅକୁ ବିଷ ପିଆଇ ନିଜେ ବିଷ ପିଇ ଆତ୍ମହତ୍ୟା କରିଛି। ପୋଲିସ ସୂତ୍ରରୁ ଜଣାପଡିଛି ଯେ ମୃତକ କେହର ସିଂହଙ୍କର ନିଜ ସ୍ତ୍ରୀ ସହିତ ଝଗଡା ହୋଇଥିଲା, ଯେଉଁ କାରଣରୁ ସ୍ତ୍ରୀ ଦେଢ଼ ମାସ ହେବ ନିଜ ବାପ ଘରେ ଯାଇ ରହୁଥିଲା।

କେହର ସିଂହ ପଞ୍ଚାୟତର ସାହାରା ନେଇ ସ୍ତ୍ରୀଙ୍କୁ ଆଣିବାକୁ ଯାଇଥିଲେ କିନ୍ତୁ ସ୍ତ୍ରୀ ଆସିବାକୁ ସିଧା ସିଧା ମନା କରିଦେଇଥିଲେ। ଯେଉଁ କାରଣରୁ କେହର ସିଂହ ନିରାଶ ହୋଇ ଅବସାଦରେ ଏମିତି ଏକ ଜଘନ୍ୟ କାଣ୍ଡ କରିବସିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.