ପୁରୀ ଶ୍ରୀମନ୍ଦିର ବିକାଶ ପାଇଁ ଗଜପତି ମହାରାଜାଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି

ପୁରୀ : ପୁରୀ ଶ୍ରୀମନ୍ଦିର ବିକାଶ ପାଇଁ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି। ସମର୍ପଣ ନିଧି ସଂଗ୍ରହ ଅଭିଯାନକୁ ନିଜ ମାର୍ଗଦର୍ଶନରେ କରିବାକୁ ଚିଠିରେ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର। ବିଶାଳ ସମର୍ପଣ ନିଧି ଅଭିଯାନକୁ ସ୍ୱେଚ୍ଛାକୃତ ଜନଆନ୍ଦୋଳନ ଭାବେ ପରିଣତ କରିବାକୁ ଗଜପତି ମହାରାଜାଙ୍କ ସହଯୋଗ ଲୋଡ଼ିଛନ୍ତି। ଏହା ମାଧ୍ୟମରେ ବିଶ୍ୱର ପ୍ରତ୍ୟେକ ହିନ୍ଦୁ ଓ ସାଢେ ଚାରିକୋଟି ଓଡ଼ିଆ ଶ୍ରମଦାନ ଓ ଅର୍ଥଦାନ ମାଧ୍ୟମରେ ମହାପ୍ରଭୁଙ୍କ ସେବା କରିବାର ସୁଯୋଗ ପାଇବେ।

ପ୍ରସ୍ତାବିତ ଅଭିଯାନରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସଂପର୍କର ସେତୁ ସାଜିବା ଏବଂ ସମନ୍ଵୟ ରକ୍ଷା କରିବାକୁ ଚିଠିରେ ଅନୁରୋଧ କରିଛନ୍ତି। ଏହି ପବିତ୍ର ପ୍ରଚେଷ୍ଠାକୁ ସଫଳତାର ରୂପ ଦେବା ପାଇଁ ରାଜ୍ୟ ସରକାରଙ୍କ ଆଇନଗତ ଏବଂ ନୀତିଗତ ଭାବରେ ସମସ୍ତ ଆନୁଷଙ୍ଗିକ ସହାୟତା କରିବାକୁ ଇଚ୍ଛୁକ। ମହାପ୍ରଭୁ ଜଗନ୍ନାଥଙ୍କ ଅଗଣିତ ଭକ୍ତଙ୍କ ପାଇଁ ଓଡ଼ିଶା ତଥା ଭାରତର ଅନେକ ବ୍ୟାଙ୍କ ଏଥିପାଇଁ ସୁବିଧା ଯୋଗାଇ ଦେବେ। ଗଜପତି ମହାରାଜାଙ୍କ ଦୂରଦୃଷ୍ଟିସଂପନ୍ନ ନେତୃତ୍ୱରେ ପୁରୀ ଶ୍ରୀମନ୍ଦିର ପରିକ୍ରମା ଯୋଜନାର କ୍ରିୟାନ୍ଵୟନ ବଡ଼ ସଫଳତା ପାଇବ ବୋଲି ଚିଠିରେ ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।