ବୌଦ୍ଧ କରଡ଼ାକୋଠା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା: ବାପାର ଅନ୍ତିମ ସଂସ୍କାର ସାରି ଫେରିଲା ବେଳେ ପୁଅର ମୃତ୍ଯୁ, ଅନ୍ଯ ୪ଗୁରୁତର
ବୌଦ୍ଧ: ବାପାର ଅନ୍ତିମ ସଂସ୍କାର ସାରି ଫେରିଲା ବେଳେ ପୁଅ ମୃତ। ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା କରଡ଼ାକୋଠା ନିକଟରେ ଏକ ଜେସିବି ବୋଝେଇ ଟ୍ରକକୁ ପିଟିଲା କାର। ଫଳରେ ଘଟଣାସ୍ଥଳରେ ପୁଅର ମୃତ୍ୟୁ ହୋଇଥିଲା। ଅନ୍ୟ ୪ଜଣଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ ସୁବର୍ଣ୍ଣପୁର ତରଭା ଅଞ୍ଚଳର ଅରୁଣ ମେହେର ପୁରୀରେ ନିଜ ପିତାଙ୍କ ଅନ୍ତିମ ସଂସ୍କାର ସାରି ଫେରୁଥିବାବେଳେ ଦୁର୍ଘଟଣା ଘଟିଥିଲା। ଏଥିରେ ଘଟଣାସ୍ଥଳରେ ଅରୁଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୪ ସମ୍ପର୍କୀୟ ଗୁରୁତର ଆହତ ହୋଇଛନ୍ତି। ହରଭଙ୍ଗା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲା। ପୁରୁଣାକଚକ ପୋଲିସ ଅଧିକ ତଦନ୍ତ କରୁଚି। ଏହି ଘଟଣା ପରେ ପରିବାର ଓ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।