ବାଲେଶ୍ୱର ଗିଲାଜୋଡି ଗାଁରେ ଅଭାବନୀୟ ଘଟଣା: ଭଗବତୀ ପୂଜା ଭୋଗ ଖାଇ ୧୫୦ରୁ ଅଧିକ ଗ୍ରାମବାସୀ ଅସୁସ୍ଥ

ଜଳେଶ୍ବର: ଭୋଗ ଖାଅ ଅସୁସ୍ଥ। ଭଗବତୀ ପୂଜା ଭୋଗ ଖାଇ ୧୫୦ରୁ ଅଧିକ ଗ୍ରାମବାସୀ ଅସୁସ୍ଥ ହୋଇପଡିଛନ୍ଚି। ବାଲେଶ୍ୱର ସିଂଲା ଥାନା ଅନ୍ତର୍ଗତ ଗିଲାଜୋଡି ଗାଁରେ ଏହି ଘଟଣା ଘଟିଛି। ଗତକାଲି ଗିଲାଯୋଡି ଗାଁରେ ଭଗବତୀଙ୍କ ପୂଜା ହୋିତିଲା।

ଏହି ଅବସରରେ ୨ହଜାରରୁ ଅଧିକ ଲୋକଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ତେବେ ପ୍ରସାଦ ସେବନର କିଛି ଘଣ୍ଟା ପରେ ୧୫୦ରୁ ଉର୍ଦ୍ଧ୍ୱ ଗାଁ ଲୋକଙ୍କର ଝାଡାବାନ୍ତି ହେବା ସହ ମୁଣ୍ଡ ବୁଲାଇଥିଲା। ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ସମସ୍ତଙ୍କୁ ବସ୍ତା, ଜଳେଶ୍ୱର ଓ ବାଲେଶ୍ୱର ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଅସୁସ୍ଥଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଅଛନ୍ତି।