ଅଲିଭ ରିଡ଼ଲେ କଇଁଛଙ୍କ ସୁରକ୍ଷା ପ୍ରସଙ୍ଗ: ସ୍ଥିତି ପରଖିବାକୁ ଗହୀରମଥାରେ ହାଇକୋର୍ଟଙ୍କ ନିଯୁକ୍ତ ତିନି ଜଣିଆ କମିଟି

କେନ୍ଦ୍ରାପଡା: ଅଲିଭ ରିଡ଼ଲେ କଇଁଛଙ୍କ ସୁରକ୍ଷା ପ୍ରସଙ୍ଗରେ ସ୍ଥିତି ପରଖିବାକୁ ଗହୀରମଥାରେ ପହଁଚିଛି ହାଇକୋର୍ଟଙ୍କ ନିଯୁକ୍ତ ତିନି ଜଣିଆ କମିଟି । କମିଟିରେ ପରିବେଶ ନିର୍ଦ୍ଦେଶକ ସୁଶାନ୍ତ ନନ୍ଦ, ବାଙ୍ଗାଲୋରର ଇକୋଲୋଜିଷ୍ଟ କାର୍ତ୍ତିକ ଶଙ୍କର ଓ ଅମିକସ କ୍ୟୁରୀ ମୋହିତ ଅଗ୍ରୱାଲ ଅଛନ୍ତି । ଗତକାଲି ସଂଧ୍ଯାରେ ରେ ଟ୍ରଲର ଆସୋସିଏସନ ସହ ଆଲୋଚନା କରିଛି କମିଟି । ଆଜି ଏହି ଟିମ ଗହୀରମଥା ଓ ଭିତରକନିକାରେ ଅନୁଧ୍ୟାନ କରିବେ । ଏହାପରେ ରବିବାର ଋଷିକୂଲ୍ୟା ଯାଇ ସେଠାରେ ମଧ୍ୟ ସ୍ଥିତି ପରଖିବେ । ଓଡିଶାକୁ ଆସୁଥିବା ଏହି ବିରଳ ଅଲିଭ ରିଡ଼ଲେ କଇଁଛଙ୍କ ସୁରକ୍ଷା ପାଇଁ କଣ ସମସ୍ୟା ହେଉଛି ସେ ସମ୍ପର୍କରେ ଅନୁଧ୍ୟାନ କରିବ ଟିମ ।

ମାର୍ଚ୍ଚ ୧୦ ସୁଦ୍ଧା ଟିମ ହାଇକୋର୍ଟରେ ରିପୋର୍ଟ ଦାଖଲ କରିବେ । ମାର୍ଚ୍ଚ ୧୫ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ସମୟ ଧାର୍ଯ୍ୟ ହୋଇଛି । ହାଇକୋର୍ଟ ନିଜ ଆଡୁ ରୁଜୁ କରିଛନ୍ତି ଏହି ମାମଲା । ଅଲିଭ ରିଡ଼ଲେ କଇଁଛଙ୍କ ପାଇଁ ମତ୍ସ୍ୟଜୀବୀଙ୍କ ମାଛଧରା ବିପଦ ସୃଷ୍ଟି କରୁଛି । ମାଛଧରା ବୋଟରେ ଟର୍ଟଲ ଏକ୍ସକ୍ଲୁଡେଡ ଡିଭାଇସ ଲଗାଯିବା କଥା ।

୧୯୯୮ରେ ଏଥିପାଇଁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ନୋ ଫିସିଙ୍ଗ ଯୋନରେ ପସୁଛନ୍ତି ମାଛ ଧରାଳି । ଗହୀରମଥା ଓ ଋଷିକୁଲ୍ୟାରେ ଥର୍ମାଲ ଇମେଜିଙ୍ଗ କ୍ୟାମେରା ବ୍ୟବହାର କାହିଁକି ହେଉନାହିଁ ବୋଲି ହାଇକୋର୍ଟ ପ୍ରଶ୍ନ କରିଥିଲେ । ଜରୁରୀ ଭିତ୍ତିରେ ଏହାକୁ କାର୍ଯ୍ୟ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ମଧ୍ୟ ଥିଲା । ତେବେ ଏ ସମସ୍ତ ପ୍ରସଙ୍ଗରେ ହାଇକୋର୍ଟ ନିଯୁକ୍ତ ଏହି ଟିମ ତଦାରଖ କରି ଅଦାଲତଙ୍କୁ ରିପୋର୍ଟ ଦେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.