ଯେତେ ଚେଷ୍ଟା କଲେ ବି ଋଣ ଭାର କମ୍ ହେଉନି, ତେବେ ଆପଣାନ୍ତୁ ଏହି ବାସ୍ତୁ ଉପାୟ

କୌଣସି ବି ଲୋକ ଋଣ ଭାରରେ ରହିବାକୁ ପସନ୍ଦ କରନ୍ତିନି। କିନ୍ତୁ ଅନେକ ଥର ପରିସ୍ଥିତି ଆଗରେ ହାର ମାନି ଋଣ ନେବାକୁ ପଡିଥାଏ। ସେହିପରି ଆର୍ଥିକ ସ୍ଥିତି ନହେବା କାରଣରୁ ଋଣରୁ ଜଲଦି ଛୁଟକାରା ମିଳିବା ବି ବହୁତ କଷ୍ଟକର ହୋଇଥାଏ। ବାସ୍ତୁ ଦୋଷ ମଧ୍ୟ ଏହାର ଗୋଟେ କାରଣ ହୋଇପାରେ।

ବାସ୍ତୁ ଦୋଷ ଅନୁଯାୟୀ ଅନେକ ତର ବ୍ୟକ୍ତି କରଜରେ ଏତେ ବୁଡିକି ରୁହନ୍ତି ଯେ ଗୋଟେ ଋଣ ସୁଝିବା ପୂର୍ବରୁ ଆଉଗୋଟେ ଋଣ କରିଦିଅନ୍ତି। ଏହି ପରିସ୍ଥିତି ନସୁଧୁରିବା କାରଣରୁ ବ୍ୟକ୍ତି ଚିନ୍ତାରେ ପଡିଯାନ୍ତି। ବାସ୍ତୁ ଅନୁଯାୟୀ ଯଦି ଛୋଟ ଛୋଟ କଥାକୁ ଆପଣ ଧ୍ୟାନ ରଖିବେ ତେବେ ଋଣ ବୋଝକୁ କମ୍ କରିପାରିବେ।

ବାସ୍ତୁ ଅନୁଯାୟୀ ଘରେ ବାଥରୁମ ଦକ୍ଷିଣ-ପଶ୍ଚିମ ଭାଗରେ ରହିବା ଅନୁଚିତ। ଏହି ଦିଗରେ ବାଥରୁମ ରହିଲେ ଆପଣ ଋଣରେ ବୁଡିପାରନ୍ତି। କିନ୍ତୁ ଯଦି ଦକ୍ଷିଣ-ପଶ୍ଚିମ ଦିଗରେ ବାଥରୁମ ଥାଏ ତେବେ ଏହାର କୋଣରେ ଏକ ଗିନାରେ ଲୁଣ ଭରି ଥୋଇ ଦିଅନ୍ତୁ। ଏହାଦ୍ୱାରା ବାସ୍ତୁ ଦୋଷ ଦୂର ହୋଇଯାଏ।

debtବାସ୍ତୁ ଅନୁଯାୟୀ ଯଦି ଆପଣ ଲୋନ ନେଇଛନ୍ତି, ତାହେଲେ ପ୍ରଥମ କିସ୍ତି ମଙ୍ଗଳବାରରେ ହିଁ ସୁଝିଦିଅନ୍ତୁ। ଏପରି କରିବା ଦ୍ୱାରା ବହୁତ ଜଲଦି ଋଣରୁ ମୁକ୍ତି ପାଇପାରିବେ।

ଯଦି ଘରେ କିମ୍ବା ଦୋକାନରେ କାଚ ଲାଗିଥାଏ ତାହେଲେ ଏଥିପାଇଁ ସବୁବେଳେ ଉତ୍ତର-ପୂର୍ବ ଦିଗକୁ ବାଛନ୍ତୁ। ଏପରି କରିବା ଦ୍ୱାରା ଋଣ ବୋଝ ବଢ଼ିନଥାଏ।

କିଛି ଲୋକ ଖାଦ୍ୟ ଖାଇବା ପରେ ଅଇଁଠା ବାସନକୁ ସେପରି ଛାଡିଦିଅନ୍ତି। ବାସ୍ତୁ ଅନୁଯାୟୀ ଏମିତି କରିବାକୁ ଅଶୁଭ ବୋଲି ଧରାଯାଏ। ଏହାଦ୍ୱାରା ଧନ ହାନି ହେବା ସହିତ ଘରେ ଦରିଦ୍ରତା ବଢ଼ିଥାଏ।

ନିଜ ଘରେ କିମ୍ବା ଦୋକାନରେ ଧନର ଦେବୀ ମା ଲକ୍ଷ୍ମୀ ତଥା ଧନର ଦେବତା କୁବେରଙ୍କ ପ୍ରତିମା ଉତ୍ତର ଦିଗରେ ସ୍ଥାପିତ କରିବା ପରେ ନିୟମିତ ରୂପରେ ତାଙ୍କର ପୂଜା କରିବା ଦ୍ୱାରା ଋଣ ଭାରରୁ ବହୁତ ଜଲଦି ମୁକ୍ତି ମିଳିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.