KGF ଆକ୍ଟର ୟଶଙ୍କ ଗାଲକୁ ପୁଅ ମାରିଲେ ଚାପୁଡା, ଆକ୍ଟର କେମିତି ରିଆକ୍ସନ ଦେଲେ ଦେଖନ୍ତୁ

କେଜିଏଫ ଷ୍ଟାର ୟଶଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଧମାଲ ମଚାଉଛି। ଏହି ଭିଡିଓରେ ୟଶ୍ ତାଙ୍କ ପୁଅ ସହିତ କ୍ୱାଲିଟୀ ଟାଇମ୍ ସ୍ପେଣ୍ଡ କରୁଥିବା ଦେଖିବାକୁ ମିଳୁଛି। ରକିଙ୍ଗ୍ ଷ୍ଟାର ୟଶଙ୍କର ବହୁତ ଫ୍ୟାନବେସ୍ ରହିଛି। ଯେମିତି ଆପଣ ଜାଣିଛନ୍ତି କେଜିଏଫ ଫିଲ୍ମରେ ରକି ଭୂମିକା ନିଭାଉଥିବା ୟଶଙ୍କର ସାଉଥ୍ ଇଣ୍ଡିଆନ୍ ଠାରୁ ନେଇ ବଲିଉଡ୍ ପର୍ଯ୍ୟନ୍ତ ଖାସ୍ ପରିଚୟ ରହିଛି। ବହୁତ ଜଲଦି ୟଶଙ୍କ ଫିଲ୍ମ କେଜିଏଫ-୨ ରିଲିଜ୍ ହେବାକୁ ଯାଉଛି।

ଭାଇରାଲ ହେଉଥିବା ଏହି ଭିଡିଓରେ ୟଶ୍ ନିଜ ପୁଅକୁ କୋଳରେ ଧରି ବହୁତ କ୍ୟୁଟ୍ ଅନ୍ଦାଜରେ ଖେଳୁଥିବା ନଜର ଆସୁଛନ୍ତି। ଭିଡିଓରେ ୟଶଙ୍କ ପୁଅ ନିଜ ହାତରେ ୟଶଙ୍କ ଗାଲକୁ ଜୋର ଜୋରରେ ମାରୁଛନ୍ତି ଆଉ ୟଶ ବହୁତ ଜୋରରେ ପାଟି କରୁଛନ୍ତି। ବାପ ଏବଂ ପୁଅଙ୍କର ଏହି କ୍ୟୁଟ ଏବଂ ସୁନ୍ଦର ଭିଡିଓକୁ କଳାକାରଙ୍କ ସମେତ ଫ୍ୟାନ୍ସଙ୍କୁ ବହୁତ ପସନ୍ଦ ଆସୁଛି।

କେଜିଏଫ ଷ୍ଟାର ୟଶ୍ ଏହି ଭିଡିଓକୁ ସେୟାର କରି କ୍ୟାପସନରେ ଲେଖିଛନ୍ତି,‘ କେବଳ ଏତିକି ନୁହେଁ ୟଶଙ୍କ ଏହି ଭିଡିଓକୁ ଦର୍ଶକ ମନଭରି ଉପଭୋଗ କରିବା ସହିତ ଖୁବ୍ ପସନ୍ଦ କରୁଛନ୍ତି। ତେବେ ଏହି ଭିଡିଓକୁ ଏବେ ସୁଦ୍ଧା ୧୩ ଲକ୍ଷରୁ ଅଧିକ ଥର ଦେଖାଯାଇସାରିଲାଣି।

 

View this post on Instagram

 

A post shared by Yash (@thenameisyash)