ଶିମିଳିପାଳରେ ପରିସ୍ଥିତି ଅଣାୟତ: ଆଜି ପୁଣି କୋର ଅଞ୍ଚଳର ୧୦ଟି ସ୍ଥାନରେ ପ୍ରବଳ ମାତ୍ରରେ ଲାଗିଛି ନିଆଁ

କରଞ୍ଜିଆ: ଶିମିଳିପାଳ ଅଭୟାରଣ୍ୟରେ ଅଣାୟତ ହେଲାଣି ନିଆଁ । ଗତକାଲି ଉତ୍ତର ଓ ଦକ୍ଷିଣ ଶିମିଳିପାଳର ୧୮ଟି ସ୍ଥାନରେ ନିଆଁ ଲାଗିଥିବା ବେଳେ ଆଜି ଉତ୍ତର ଶିମିଳିପାଳର କୋର ଅଞ୍ଚଳର ୧୦ଟି ସ୍ଥାନରେ ପ୍ରବଳ ମାତ୍ରରେ ନିଆଁ ଲାଗିଛି । ଏହାକୁ ଗୁରୁତର ସହ ନେଇଛନ୍ତି ରାଜ୍ୟ ସରକାର । ନିଆଁ ଆୟତ୍ତ କରିବାକୁ ପାଞ୍ଚଟି ଅଗ୍ନିଶମ ବିଭାଗକୁ ନିଯୁକ୍ତ କରାଯାଇଛି । ଜଶୀପୁର ଅଗ୍ନିଶମ କେନ୍ଦ୍ରରେ ନିଆଁ ଲିଭାଇବାକୁ ୫ଟି ଟିମ୍‌ ଗଠନ କରାଯାଇଛି । ସେପଟେ ବାରିପଦା ଓ ରାଇରଙ୍ଗପୁର ଅଗ୍ନିଶମ କେନ୍ଦ୍ରରୁ ପ୍ରାୟ ୩୦ ଜଣ ଅଗ୍ନିଶମ କର୍ମଚାରୀ ଅଛନ୍ତି ।

ଆଜି ବାରିପଦା, ବାଲେଶ୍ଵର ଓ ଭଦ୍ରକରୁ ତିନିଟି ଟିମ୍‌ ପହଁଚିଛି । ଗୋଟିଏ ପାହାଡରୁ ଅନ୍ୟ ପାହାଡ଼ ଚଢି ବ୍ଲୋୟର ମେସିନ ଦ୍ଵାରା ବନ କର୍ମଚାରୀମାନେ ନିଆଁ ଲିଭାଇବାକୁ ଚେଷ୍ଟା ଚଳାଇଛନ୍ତି । ପ୍ରତିଦିନ ସାଟେଲାଇଟରୁ ଓଡ଼ିଶାର କେଉଁ କେଉଁ ଜଙ୍ଗଲରେ ନିଆଁ ଲାଗିଛି ସେନେଇ ବନ ବିଭାଗକୁ ରିପୋର୍ଟ ମିଳୁଛି । ସୂଚନା ଅନୁସାରେ ଗତ ମାସ ୯ ତାରିଖରୁ ଶିମିଳିପାଳର ବିଭିନ୍ନ ସ୍ଥାନରେ ନିଆଁ ଲାଗିବା ଆରମ୍ଭ ହେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.