ଜାଗର ପାଇଁ ଆରଡ଼ି ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଭିତରକୁ ଶ୍ରଦ୍ଧାଳୁଙ୍କୁ ସମ୍ପୂର୍ଣ ବାରଣ, ପୀଠରେ ଜାରି ହେବ ୧୪୪ ଧାରା

ଭଦ୍ରକ: ଜାଗର ପାଇଁ ଆରଡ଼ିର ଆଖଣ୍ଡଳମଣି ପୀଠରେ ଜାରି ହେବ ୧୪୪ ଧାରା। ୧୦ତାରିଖ ସକାଳ ୭ଟାରୁ ୧୨ତାରିଖ ସକାଳ ୭ଟା ଯାଏ ଆଖଣ୍ଡଳମଣି ପୀଠରେ ୧୪୪ ଧାରା ବଳବତ୍ତର ରଖିବାକୁ ଭଦ୍ରକ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି ।

କୋଭିଡ୍‌ କଟକଣାକୁ ଦୃଷ୍ଟିରେ ରଖି ପ୍ରଶାସନ ଏହି ନିଷ୍ପତ୍ତି ନେଇଛି। ଜାଗର ଯାତ୍ରI ପାଇଁ ମନ୍ଦିର ପରିସରରେ ନୀତିକାନ୍ତି ସହ ପୂଜାର୍ଚ୍ଚନା କରାଯିବ। ଜାଗର ଯାତ୍ରା ବେଳେ ମନ୍ଦିର ଭିତରକୁ ଶ୍ରଦ୍ଧାଳୁଙ୍କ ଦର୍ଶନ ସମ୍ପୂର୍ଣ ବାରଣ କରାଯାଇଛି। କେବଳ ସେବକମାନେ ପୂଜାର୍ଚ୍ଚନା ସହ ସମସ୍ତ କାର୍ଯ୍ୟ ସଂପନ୍ନ କରିବେ ବୋଲି ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.